Odisha Vigilance Raid, ନୂଆପଡା: ଭିଜିଲାନ୍ସ ଜାଲରେ ପଡିଲେ ବନାଧିକାରୀ। ଲାଞ୍ଚ ନେବା ଅଭିଯୋଗରେ ସିନାପାଲି ରେଞ୍ଜର ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନମ ଫିର୍ଦୋଷ ଗିରଫ ହୋଇଛନ୍ତି। କୋପିଆ ଗାଁରେ ନୂଆପଡା ଭିଜିଲାନ୍ସ ଟିମ୍ ପକ୍ଷରୁ ମଙ୍ଗଳବାର ରେଡ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଅଭିଯୋଗ ଅନୁସାରେ, ପଲଙ୍କ (ଖଟ)କୁ ରିଲିଜ୍ କରିଦେବା ନା'ରେ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନମ ଫିର୍ଦୋଷ ଲାଞ୍ଚ ମାଗିଥିଲେ। ଆଉ ସେହି ଲାଞ୍ଚ ଟଙ୍କା ନେବା ବେଳେ ଆପଡା ଭିଜିଲାନ୍ସ ଟିମ୍, କୋପିଆ ଗାଁରେ ରେଡ କରି ଦୁଇ ବନଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ନଗଦ ୨୮ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। କିରିକିଟ ଗାଁର ଗଗନ ମେହେରଙ୍କ କହିବା ଅନୁସାରେ, କାଠ ପଲଙ୍କ ରିଲିଜ କରିବା ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ୨୮ ହଜାର ଟଙ୍କା ମାଗିଥିଲେ। 


Also Read: School Management Committee: ଉତ୍ୟକ୍ତ ପରିବେଶ ମଧ୍ୟରେ ଚାମ୍ପୁଲିପଦା SMC ଗଠିତ


୩ ଦିନ ତଳେ ଗଗନଙ୍କ ଖଟକୁ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାୟକ ଜବତ କରିଥିଲେ। ସେହି ଖଟକୁ ରିଲିଜ କରିବା ପାଇଁ ପୂର୍ଣ୍ଣ ଚନ୍ଦ୍ର ଓ ଫରେଷ୍ଟ ଗାର୍ଡ ସବନମ ଫିର୍ଦୋଷ ୨୮ ହଜାର ଟଙ୍କା ମାଗିଥିଲେ। ଏସମ୍ପର୍କରେ ଗଗନ ମେହେର, ନୂଆପଡା ଭିଜିଲାନ୍ସକୁ ଜଣାଇଥିଲେ। ମଙ୍ଗଳବାର ଗଗନଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନମ ଫିର୍ଦୋଷଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରି ଥିଲେ ଓ ଟଙ୍କା ଜବତ କରିଥିଲେ ବୋଲି ଭିଜିଲାନ୍ସ DSP ଦୀନବନ୍ଧୁ ବେହେରା ସୂଚନା ଦେଇଛନ୍ତି।


 ଭିଜିଲାନ୍ସ DSP ଦୀନବନ୍ଧୁ ବେହେରାଙ୍କ ନେତୃତ୍ୱରେ ଭବାନୀପାଟନାର ସଦାନନ୍ଦ ପାଣୀ, ଇନ୍ସପେକ୍ଟର ପ୍ରମିଳା ସୁନା ଓ ଆଲୋକ ମହାପାତ୍ର ରେଡ କରିଥିଲେ। ଗିରଫ ପରେ  ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନମ ଫିର୍ଦୋଷଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ନିଆଯାଇଥିବା ସୂଚନା ମିଳିଛି। ଉଭୟଙ୍କ ବିରୋଧରେ Prevention of Corruption Amendment Act, 2018ର ଧାରାରେ ମାମଲା ରୁଜୁ ହୋଇଛି। ପୂର୍ଣ୍ଣ ଚନ୍ଦ୍ର ଓ ସବନମଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରିଥିବା କୁହାଯାଉଛି।