Odisha Assembly Monsoon Session 2022: ସୋମବାର ବିଧାନସଭା ଗୃହରୁ ଏକା ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ପ୍ରତି ତିନି ମିନିଟରେ ଜଣେ ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଏହି ତାଲିକାରେ ନାବାଳିକାଙ୍କ ସଂଖ୍ୟା ଅଧିକ ରହିଛି। ପ୍ରଶ୍ନକାଳରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଏହି ଉତ୍ତର ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ୨୦୧୯ରୁ ୨୦୨୨ ଭିତରେ ୧୦,୧୨୯ଟି ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଛି। ମୋଟ କେସରେ ୫୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି। ୨୦୧୯ରେ ୨୯୫୦ଟି , ୨୦୨୦ରେ  ୨୯୮୪, ୨୦୨୧ରେ ୩୩୨୭,  ୨୦୨୨ରେ ୮୬୮ ଦୁଷ୍କର୍ମ ମାମଲା ଆସିଛି। ସରକାରୀ ଡାଟା ଅନୁସାରେ ପ୍ରତିବର୍ଷ ରାଜ୍ୟରେ ଦୁଷ୍କର୍ମ ମାମଲା ବୃଦ୍ଧିପାଉଛି। ତିନି ବର୍ଷ ମୋଟ ମାମଲାକୁ ଯଦି ଘଣ୍ଟାରେ ହିସାବ କରାଯାଏ, ତେବେ ପ୍ରାୟ ପ୍ରତି ତିନି ଘଣ୍ଟାରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି।


Also Read: ଗର୍ଭବତୀ ଶିକ୍ଷୟତ୍ରୀ ହତ୍ୟା ଘଟଣା; ମାସେ ପରେ ପ୍ରେମିକ ନାବାଳକ ଛାତ୍ର ଗିରଫ, ଟି-ସାର୍ଟ ବ୍ରାଣ୍ଡର


ସେହିପରି ୩ ବର୍ଷ ଭିତରେ ରାଜ୍ୟରେ ୨୫,୯୭୩ ମହିଳା ନିଖୋଜ ହୋଇଛନ୍ତି। ସେଥିରୁ ମାତ୍ର ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି। ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଏହା କହିଛନ୍ତି। ତେବେ ସରକାରଙ୍କ ତଥ୍ୟକୁ ଆକଳନ କଲେ, ପ୍ରିତି ଘଣ୍ଟାକରେ ଜଣ ମହିଳା ନିଖୋଜ ହେଉଛନ୍ତି। ଗତ ତିନି ବର୍ଷର ମୋଟ ନିଖୋଜଙ୍କ ମଧ୍ୟରୁ ପୋଲିସ ମାତ୍ର ୩୮ ପ୍ରତିଶତ ମହାଳିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।