ସମ୍ବଲପୁର: ଧନୁପାଲି ଥାନା ଅଞ୍ଚଳରେ ଶନିବାର ରାତି ଘଟିଥିବା ନୃଶଂସ ହତ୍ୟାକାଣ୍ଡରେ ଆଜି ସ୍ଥାନୀୟ ପଡାବାସୀ ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ସମ୍ବଲପୁର ଏସ୍ସି ଘଟଣା ସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତକୁ ଧରାଯାଇଛି ବୋଲି କହିବାରୁ ଲୋକେ ଶାନ୍ତ ପଡ଼ିଥିଲେ। 


COMMERCIAL BREAK
SCROLL TO CONTINUE READING

ଗତକାଲି ରାତିରେ ସମ୍ବଲପୁର (Sambalpur) ଧନୁପାଲି ଥାନା (Dhanupalli Police) ଅନ୍ତର୍ଗତ ସୁନାପାଲି ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷ (Clash) ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସରଲାକାନିର ୨୦ ବର୍ଷୀୟ ଗଣେଶ ଓରାମ ଓରଫ ବାଙ୍କେ। ତାଙ୍କ ସାଙ୍ଗ ଲବ ଓରାମ ମଧ୍ୟ ଅପରାଧୀମାନଙ୍କ ଆକ୍ରମଣରୁ ରକ୍ଷା ପାଇନାହାନ୍ତି। ସେମାନଙ୍କ ସଂଘବଦ୍ଧ ଆକ୍ରମଣରେ ଲବ ମଧ୍ୟ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନା (Burla Hospital) ରେ ମୃତ୍ୟୁ ସହ ସଂଗ୍ରାମ କରୁଛି। 


Also Read: ସମ୍ବଲପୁରରେ ଲଭ୍ ଜିହାଦ୍ ! ଯୁବତୀଙ୍କ ଶରୀର ଓ ଜୀବନ ସହ ଚାଲିଥିଲା ଖେଳ


ସେପଟେ ଆଜି ସକାଳୁ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଶହ ଶହ ମହିଳା ଓ ପୁରୁଷ ଧନୁପାଲି ଥାନା ଘେରାଉ କରିଥିଲେ। ପରିସ୍ଥିତି ଅନିୟନ୍ତ୍ରୀତ ହେବା ପୂର୍ବରୁ ଘଟଣାସ୍ଥଳରେ ସମ୍ବଲପୁର ଏସ୍ପି ବି.ଗଙ୍ଗାଧର (Sambalpur SP) ପହଞ୍ଚିଥିଲେ। ସେ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି କହିଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଅଭିଯୁକ୍ତମାନେ କିଏ ସେ ନେଇ କୌଣସି ସୂଚନା ମିଳିନାହିଁ।


ସୂଚନାଯୋଗ୍ୟ, ଗତକାଲି ରାତି ୧୦ଟା ବେଳେ ଗଣେଶ ଓରାମ ଓ ଲବ ଓରାମ ସୁନାପାଲି ଓରାମ ପଡ଼ାକୁ ଆସିଥିଲେ। ଜଣେ ଯୁବକଙ୍କ ସହ କୌଣସି କାରଣ ଯୋଗୁଁ ତାଙ୍କର ଝଗଡା ହୋଇଥିଲା। ଝଗଡା ଏତେ ବଢି ଯାଇଥିଲା ଯେ ସେମାନେ ଗଣେଶଙ୍କ ପେଟକୁ ଏକ ତୀକ୍ଷଣ ଅସ୍ତ୍ରରେ ବାର ବାର ଭୂଷି ଥିଲା। ଗଣେଶଙ୍କ ସାଙ୍ଗ ଲବ ଏହା ପ୍ରତିବାଦ କରିବାରୁ ଲବଙ୍କ ପେଟ, ହାତ ଗୋଡ଼କୁ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ଗଣେଶର ମୃତ୍ୟୁ ହୋଇଥିବା ବେଳେ ଲବ ସେଠାରୁ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇ ଥିଲା।