Atiq Ahmed Murder: ଏମାନେ ହେଉଛନ୍ତି ସେହି ହତ୍ୟାକାରୀ, ଯେଉଁମାନେ ଅତିକ୍-ଆଶରଫଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରିଥିଲେ

Atiq Ahmad Shot Dead: ଅତିକ୍ ଅହମ୍ମଦ ଓ ଆଶରଫଙ୍କୁ ଯେତେବଳେ ତିନି ଆକ୍ରମଣକାରୀ ଗୁଳି ଚଳାଇଥିଲେ, ସେତେବେଳେ ଉଭୟ ପୋଲିସ ହେପାଜତରେ ଥିଲେ । ଉଭୟ ମାଫିଆ ଭାଇ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବାକୁ ଯାଉଥିବା ସମୟରେ ହଠାତ୍ ଆକ୍ରମଣକାରୀମାନେ ଧଡ଼ାଧଡ଼ ଗୁଳି ଚଳାଇବା ଆରମ୍ଭ କରିଥିଲେ ।

Sun, 16 Apr 2023-4:16 pm,
1/5

Atiq Ahmad Shot Dead: ପ୍ରୟାଗର ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରୁ ଶନିବାର ଦିନ ଯେତେବେଳେ ଅତିକ୍ ଅହମ୍ମଦ ଓ ଆଶରଫ ଡାକ୍ତରୀ ପରୀକ୍ଷା ପାଇଁ ପହଞ୍ଚିଥିଲେ, ସେତବେଳେ ପ୍ରାୟ ରାତି ୧୦.୩୦ ହୋଇଥିଲା ଓ ଠିକ ଏହି ସମୟରେ ତିନିଜଣ ଆକ୍ରମଣକାରୀ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ ।

2/5

ଏ ହେଉଛନ୍ତି ପ୍ରଥମ ଆକ୍ରମଣକାରୀ, ଯିଏ ପ୍ରଥମେ ଆତିଙ୍କ କପାଳ ନିକଟରେ ଗୁଳି ଚଳାଇଥିଲା, ତା’ପରେ ଗୁଳିର ସମଗ୍ର ଅଞ୍ଚଳ କମ୍ପି ଯାଇଥିଲା ।

3/5

ଏ ହେଉଛନ୍ତି ଦ୍ୱିତୀୟ ଆକ୍ରମଣକାରୀ । ଆକ୍ରମଣକାରୀମାନେ ଗଣମାଧ୍ୟମ କର୍ମଚାରୀ ଭାବରେ ପରିଚିତ କରାଇଥିଲେ ଓ ଅତିକ୍-ଆଶରଫ୍ ତଳେ ପଡ଼ିଯିବା ପରେ ମଧ୍ୟ ଆକ୍ରମଣକାରୀମାନେ ସେମାନଙ୍କ ଦେହକୁ ଗୁଳି ଚଳାଇବା ଜାରି ରଖିଥିଲେ ।

4/5

ଏ ହେଉଛନ୍ତି ତୃତୀୟ ଆକ୍ରମଣକାରୀ । ସେମାନଙ୍କ ଯୋଜନା କାର୍ଯ୍ୟକାରୀ କରିବା ପରେ ଏହି ତିନି ଆକ୍ରମଣକାରୀ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ସେତେବେଳକୁ ପୋଲିସ ଏହି ତିନିଜଣଙ୍କୁ କାବୁ କରିନେଇଥିଲା ।

5/5

ଏହି ତିନିଜଣଙ୍କୁ ଗିରଫ କରି ପୋଲିସ ସେମାନଙ୍କୁ ସାଙ୍ଗରେ ନେଇ ଯାଇଥିଲା । ଏହା ପରେ FSL ଟିମ୍ ଘଟଣାସ୍ଥଳରେ ପହଞ୍ଚି ୨୫ଟି ସ୍ଥାନ ଚିହ୍ନଟ କରି ହତ୍ୟାରେ ଜଡିତ ସମସ୍ତ ଜିନିଷକୁ ନିଜ ହେପାଜତକୁ ନେଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link