ସ୍ୱାମୀର ହତ୍ୟାକାରୀକୁ ବାହା ହୋଇ ଫିଲ୍ମ ଷ୍ଟାଇଲରେ ପ୍ରତିଶୋଧ ନେଲେ ମହିଳା
ସ୍ୱାମୀଙ୍କ ହତ୍ୟାକାରୀକୁ ହତ୍ୟା କରିବା ପାଇଁ ଜଣେ ମହିଳା ଏପରି କିଛି କରିଛନ୍ତି ଯାହାକୁ ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହି ଘଟଣା ପାକିସ୍ତାନର (Pakistan) ଏକ ଆଦିବାସୀ ଅଞ୍ଚଳର । ଯେଉଁଠାରେ ଜଣେ ମହିଳା ପ୍ରଥମେ ନିଜ ସ୍ୱାମୀଙ୍କ ହତ୍ୟାକାରୀକୁ ବନ୍ଧୁତ୍ୱର ମିଥ୍ୟା ଜାଲରେ ଫସାଇଥିଲେ ଓ ପରେ ତାଙ୍କୁ ନିଜ ପ୍ରେମରେ ଏପରି ଭାବେ ଡୁବାଇ ଦେଇଥିଲେ ଯେ ସେ ବିବାହ କରିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ମହିଳା ସୁଯୋଗ ପାଇବା ମାତ୍ରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ।

କୁହାଯାଉଛି ଯେ ମହିଳାଙ୍କ ସ୍ୱାମୀ ୩ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିପାରି ନାହିଁ । ଯାହା ପରେ ମହିଳା ଜଣକ ସତ୍ୟ ଜାଣିବା ପାଇଁ ବ୍ୟକ୍ତିଗତ ଯାଞ୍ଚ କରିଥିଲେ । ପ୍ରକାଶ ଯେ, ତାଙ୍କ ସ୍ୱାମୀଙ୍କ ହତ୍ୟା ସ୍ୱାଭାବିକ ନୁହେଁ, କିନ୍ତୁ ତାଙ୍କ ବନ୍ଧୁ ଗୁଲଶନ ଖାନ ଇଞ୍ଜେକ୍ସନ୍ ଦେଇ ନିଜ ସାଙ୍ଗକୁ ହତ୍ୟା କରିଥିଲେ ।
ବିସିସିଆଇ ରିପୋର୍ଟ ଅନୁଯାୟୀ ସତ୍ୟ ଜାଣିବା ପରେ ମଧ୍ୟ ମହିଳା ଜଣକ ପୋଲିସ ଷ୍ଟେସନରେ କୌଣସି ହତ୍ୟା ମାମଲା ପଞ୍ଜିକରଣ କରିନଥିଲେ । ବରଂ ସେ ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯୋଜନା କରିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ସେ ଗୁଲିସ୍ତାନର ନିକଟତର ହୋଇ ପ୍ରତିଶୋଧ ନେବାକୁ ଚିନ୍ତା କଲେ । ଏହା ପରେ ମହିଳା ଜଣକ ମଧ୍ୟ ତାହା କରିଥିଲେ ଓ ପ୍ରାୟ ୩ ବର୍ଷ ଅପେକ୍ଷା କରିବା ପରେ ସେ ପ୍ରଥମ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ପୋଲିସର ପଚରାଉଚରା ବେଳେ ମହିଳା ଜଣକ କହିଥିଲେ ଯେ ବିବାହ ପରେ ମୁଁ ଗୁଲିସ୍ତାନକୁ ସୁରକ୍ଷା ପାଇଁ ଘରେ ପିସ୍ତଲ ରଖିବାକୁ କହିଥିଲି । ଯାହା ପରେ ଗୁଲିସ୍ତାନ ମୋ କଥା ରଖିଥିଲେ ଓ ସେ ଏକ ପିସ୍ତଲ କିଣି ଆଣିଥିଲେ । ଦିନେ ମୁଁ ତାଙ୍କୁ ସମାନ ପିସ୍ତଲରେ ହତ୍ୟା କରିବା ପାଇଁ ଯୋଜନା କଲି ଓ ସମସ୍ତେ ଶୋଇବାକୁ ଅପେକ୍ଷା କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିଲି ।
ଏହା ପରେ ଅଭିଯୁକ୍ତ ମହିଳା ପୁନର୍ବାର ଗୁଲିସ୍ତାନଙ୍କ କୋଠରୀକୁ ଯାଇ ଗୁଲିସ୍ତାନଙ୍କ ମୁଣ୍ଡରେ ଓ ଦ୍ୱିତୀୟଟି ତାଙ୍କ ଶରୀରର ଡାହାଣ ପାର୍ଶ୍ୱରେ ଗୁଳି ଚଳାଇଥିଲା । ଗୁଳି ଚଳାଇବା ପରେ ସେ ସକାଳ ପର୍ଯ୍ୟନ୍ତ ସେଠାରେ ବସି ରହିଥିଲେ ଓ ପରଦିନ ସକାଳେ ଲୋକଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କୁ କେହି ହତ୍ୟା କରିଛନ୍ତି । ତେବେ ଅନୁସନ୍ଧାନ ପରେ ମହିଳାଙ୍କ କଥା ମିଥ୍ୟା ବୋଲି ଜାଣିବାକୁ ମିଳିଥିଲା ।
ପାକିସ୍ତାନ ପୋଲିସ ଅଧିକାରୀ ଭିଲାୟତ ଖାନ ବିସିସିଆଇକୁ କହିଛନ୍ତି ଯେ ଆମେ ସେଠାରେ ପହଞ୍ଚିବା ବେଳକୁ ଖଟ ଉପରେ ଗୁଲିସ୍ତାନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ, ଗୋଟିଏ ଗୁଳିର ମୁଣ୍ଡରେ ଓ ଗୋଟିଏ ଗୁଳି ଶରୀରର ଡାହାଣ ପାର୍ଶ୍ୱକୁ ଲାଗିଥିଲା । ଅଭିଯୁକ୍ତ ମୃତକଙ୍କ ସହ ବସିଥିଲେ । ବହୁ ସଂଖ୍ୟାରେ ଲୋକ ଘର ବାହାରେ ଏକାଠି ହୋଇଥିଲେ । ଆମେ ଲୋକମାନଙ୍କୁ ଅଲଗା କରି ତଦନ୍ତ କରିବା ଆରମ୍ଭ କରିଥିଲୁ ଓ ଘଟଣାସ୍ଥଳରୁ ପ୍ରମାଣ ପାଇଲୁ ।