ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ ଠକ ବଣ୍ଟି-ବବଲି
Odisha crime: ହଂସିତାଙ୍କ ଘର କଳାହାଣ୍ଡିରେ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଭୁବନେଶ୍ୱରରେ ରହୁଥିଲା। ପୁଲିସ ସେମାନଙ୍କ ମୋବାଇଲ ଓ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ପାଇଛି। ସେମାନଙ୍କ କଲ ଡିଟେଲ ରେକର୍ଡ ଯାଞ୍ଚ କରୁଛି ପୁଲିସ।
ଭୁବନେଶ୍ଵର: ଭୁବନେଶ୍ବର ଇନଫୋସିଟି ପୁଲିସ୍ ହାଇପ୍ରୋଫାଇଲ ଠକ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି । ସେମାନେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅବୋହୂ କହି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଟେଣ୍ଡର କରେଇଦେବା, କର୍ପୋରେଟ ସେକ୍ଟରରେ ନିଯୁକ୍ତି ଦେବା କହି ଠକୁଥିଲେ। ରିମାଣ୍ଡରେ ଆସିବେ ବଣ୍ଟି-ବବଲି। ଦୁଇ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପସା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଇନଫୋସିଟି ଥାନା ପୁଲିସ। ଭୁବନେଶ୍ବରରେ ବହୁ ଭିଭିଆଇପିଙ୍କ ସଂପର୍କୀୟ କହି କରୁଥିଲେ ଠକେଇ। ହଂସିତା ନିଜକୁ ପିଏମଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଓ ଅନୀଲ ଜ୍ବାଇଁ ଭାବେ ପରିଚୟ ଦେଇ ଲୁଟୁଥିବା ପୁଲିସ କହିଛି। ଭୁବନେଶ୍ବରରେ ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ, ବିଳାସପୂର୍ଣ୍ଣ ଗାଡ଼ି ଚଢୁଥିଲେ। ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ। ଭିଭିଆଇପିଙ୍କ ସହ ମର୍ଫ ଫଟୋ ଦେଖାଇ ଲୁଟୁଥିଲେ। ତଦନ୍ତ ବେଳେ ଅନିଲ ମହାନ୍ତିର ତିନିଟି କମ୍ପାନୀ ରହିଥିବା ଜଣାପଡ଼ିଛି।
ହଂସିତାଙ୍କ ଘର କଳାହାଣ୍ଡିରେ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଭୁବନେଶ୍ୱରରେ ରହୁଥିଲା। ପୁଲିସ ସେମାନଙ୍କ ମୋବାଇଲ ଓ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ପାଇଛି। ସେମାନଙ୍କ କଲ ଡିଟେଲ ରେକର୍ଡ ଯାଞ୍ଚ କରୁଛି ପୁଲିସ।