ସମ୍ବଲପୁର: ନିଶା କାରବାରରେ ମିଳିଗଲେ ଦକ୍ଷିଣ ଓ ପଶ୍ଚିମ ଓଡିଶା। ସମ୍ବଲପୁରରେ ମିଳିଲା ଫୁଲବାଣୀ ଗଞ୍ଜେଇ। ଶୁକ୍ରବାର ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରୁବା ସହ ୩ ଜଣ ଅଭିଯୁକ୍ତକୁ ସମ୍ବଲପୁର ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଜବତ ଗଞ୍ଜେଇ ଫୁଲବାଣୀରୁ କିଣା ହୋଇଥିବା ପୋଲିସ କହିଛି। 


COMMERCIAL BREAK
SCROLL TO CONTINUE READING

ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ଧରିଲା ସମ୍ବଲପୁର (Sambalpur) ଜିଲ୍ଲାର ନାକଟିଦେଉଳ ପୋଲିସ (Sambalpur Police) । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଏକ କ୍ୱିଣ୍ଟାଲ ଗଞ୍ଜେଇ (Ganja) ସହ ଏକ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲାର ଦୁଃଶାସନ ସାହୁ, ଅନୁଗୁଳର ସୁମନ ସାହୁ ଓ ତ୍ରିଲୋଚନ ସାହୁ।


Also Read: ସରକାରୀ ଯୋଜନା ହଡପ କରି ହରଡ଼ଘଣାରେ GRS


ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ୩ ଅଭିଯୁକ୍ତ ସନ୍ଦେହଜନକ ଅବସ୍ଥାରେ ଚରଦାପୋସି ଗାଁର ଦହିବାବା ମଠ ନିକଟରେ ଠିଆ ହୋଇଥିଲେ। ଯାଞ୍ଚ ବେଳେ ପୋଲିସ ମଠ ନିକଟରୁ ବିପୁଳ ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ତିନି ଜଣଙଅକୁ ଧରିଛି ବୋଲି ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗଞ୍ଜେଇ ସବୁ ଫୁଲବାଣୀରୁ କିଣା ଯାଇଥିବା ବେଳେ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ କହିଛି।