ସରକାରୀ ଯୋଜନା ହଡପ କରି ହରଡ଼ଘଣାରେ GRS
Advertisement
Article Detail0/zeeodisha/odisha928609

ସରକାରୀ ଯୋଜନା ହଡପ କରି ହରଡ଼ଘଣାରେ GRS

ଜିଆର ଏସ ନଳିନୀକାନ୍ତ ସାହୁ, ସିଆଙ୍ଗବାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଦାରିଙ୍ଗବାଡି ବ୍ଲକର ପୂର୍ବତନ ବିଡ଼ିଓ ତଥା ପିଏ ଆଇଟିଡିଏ (PA ITDA) କରଞ୍ଜିଆର ସୁନାକର ଶର୍ମା ଏବଂ ନଳିନୀକାନ୍ତ ସାହୁଙ୍କ ସ୍ତ୍ରୀ ସେସନ୍ତି ପ୍ରେରଣା ତୁଲ ୬ ସପ୍ତାହ ମଧ୍ୟରେ ରଖିବେ ଜବାବ।

ଫାଇଲ ଫଟୋ

କନ୍ଧମାଳ: ଜିଆରଏସ (GRS ), ବିଜୁ ପକ୍କା ଘର ହାତେଇଥିବା ଅଭିଯୋଗରେ ଲୋକାୟୁକ୍ତଙ୍କ ଜାରିହେଲା ନୋଟିସ। ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ରହିଛି ଲୋକାୟୁକ୍ତଙ୍କ ନିର୍ଦ୍ଧେଶ। ଜିଆର ଏସ ନଳିନୀକାନ୍ତ ସାହୁ, ସିଆଙ୍ଗବାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଦାରିଙ୍ଗବାଡି ବ୍ଲକର ପୂର୍ବତନ ବିଡ଼ିଓ ତଥା ପିଏ ଆଇଟିଡିଏ (PA ITDA) କରଞ୍ଜିଆର ସୁନାକର ଶର୍ମା ଏବଂ ନଳିନୀକାନ୍ତ ସାହୁଙ୍କ ସ୍ତ୍ରୀ ସେସନ୍ତି ପ୍ରେରଣା ତୁଲ ୬ ସପ୍ତାହ ମଧ୍ୟରେ ରଖିବେ ଜବାବ।

କନ୍ଧମାଳ (Kandhamal) ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଜିଆରଏସ ନଳିନୀକାନ୍ତ ସାହୁ ଓରଫ ଟିଟୁଙ୍କ ସ୍ତ୍ରୀ ସେସନ୍ତି ପେରଣା ତୁଲଙ୍କ ନାମରେ ରହିଛି ବିଜୁ ପକ୍କା ଘର। ୨୦୧୫-୧୬ ଆର୍ଥିକ ବର୍ଷରେ GRS ନଳିନୀକାନ୍ତ ସାହୁ ସିଆଙ୍ଗବାଲି ପଞ୍ଚାୟତରେ କାର୍ଯ୍ୟରତ ରହିଥିବା ସମୟରେ ନିଜ ଅଧିକାର ବଳରେ ନିଜ ସ୍ତ୍ରୀ ସେସନ୍ତି ପ୍ରେରଣାଙ୍କ ନାମରେ ବିଜୁ ପକ୍କା ଘର ନେଇଛନ୍ତି। ଯାହାର ମୂଲ୍ୟ ସେହି ସମୟରେ ୭୫ ହଜାର ଟଙ୍କା ରହିଥିଲା। 

fallback

ତେବେ GRS ନଳିନୀକାନ୍ତ ସାହୁ (Nalini Kanta Sahu) କେବଳ ବିଜୁ ପକ୍କା ଘର (Biju Pucca Ghar) ହାତେଇଛନ୍ତି ତାହା ନୁହଁ। ସେ ଗରିବ ଓ ଅସହାୟଙ୍କ ପାଇଁ ଆସିଥିବା ଅନେକ ଗୁଡ଼ିଏ ସରକାରୀ ଯୋଜନା (Govt Scheme) କୁ ନିଜେ ବାଟମାରଣା କରିଥିବା ବେଳେ ଜନସୂଚନା ଓ ଆଇନ ସହାୟତା କେନ୍ଦ୍ରର ସଦସ୍ୟ ଦୀପକ କୁମାର ସାହୁ ଏବଂ ରବୀନ୍ଦ୍ର କିଷାନ ମିଳିତ ଭାବେ ଏନେଇ ମାନ୍ୟବର ଲୋକାୟୁକ୍ତ ଓଡ଼ିଶାଙ୍କ ନିକଟରେ ଅଭିଯୋଗ ଦାୟର କରିଥିଲେ। ଯାହାକି ସୂଚନା ଅଧିକାର (RTI) ବଳରେ ମିଳିଥିବା ତଥ୍ୟ ଏବଂ BPGY ର ଗାଇଡ୍ଲାଇନ୍ସକୁ ଭିତ୍ତିକରି ଏହି କେଶ କରାଯାଇଛି।

Also Read:  

ଗତ ୨୧/୦୬/ ୨୦୨୧ ରେ ମାନ୍ୟବର ଲୋକୟୁକ୍ତଙ୍କ ବେଞ୍ଚ ନଂ ୧ ଜଷ୍ଟିସ ବି.କେ ନାୟକ, ଜଷ୍ଟିସ  ଅଜିତ ସିଂ ଉଭୟ ଏହାର ବିଚାର କରି GRS ନଳିନୀକାନ୍ତ ସାହୁ, ସିଆଙ୍ଗବାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ବତନ ବିଡ଼ିଓ ତଥା ପିଏ ଆଇଟିଡିଏ  କରଞ୍ଜିଆର ସୁନାକର ଶର୍ମା ଏବଂ ନଳିନୀକାନ୍ତ ସାହୁଙ୍କ ସ୍ତ୍ରୀ ସେସନ୍ତି ପ୍ରେରଣା ତୁଲଙ୍କୁ ୬ ସପ୍ତାହ ମଧ୍ୟରେ  ଲୋକାୟୁକ୍ତଙ୍କ ନିକଟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।