ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ପାରିବାରିକ ହିଂସା ସୀମା ଟପିବାରୁ ଜଣେ ମାଆ ତାର ଛଅ ପିଲାଙ୍କୁ କୂଅରେ ଫିଙ୍ଗି ମାରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ପାଞ୍ଚଟି କନ୍ୟା ସନ୍ତାନ ଓ ଜଣେ ପୁଅ ଅଛନ୍ତି। ସୋମବାର ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନାନୁସାରେ, ରାୟଗଡ ଜିଲ୍ଲା ମାହାଡ ଅନ୍ତର୍ଗତ ବରଗାଁ ଗ୍ରାମର ୩୦ ବର୍ଷିୟା ରୁନା ସାହାଣୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସେ ତାଙ୍କର ୬ ଜଣ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଗୋଟିଏ ୨୦ ଫୁଟ ଗଭୀର କୂଅରୁ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରୁନା ମଧ୍ୟ ସେହି କୂଅକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ।


Also Read: ନେପାଳ ବିମାନ ଦୁର୍ଘଟଣା: ୪ ଓଡ଼ିଆ ସମେତ ୨୨ ମୃତଦେହ ଉଦ୍ଧାର


 


ମୃତକଙ୍କ ମଧ୍ୟରେ ପାଞ୍ଚଟି କନ୍ୟା ସନ୍ତାନ ଥିବାବାଳେ ଜଣେ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୨ରୁ ୧୦ ବର୍ଷ ମଧ୍ୟରେ ହେବ। ଘରୋଇ କଳହରୁ ରୁନା ଏପରି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଇଛି। ଏହି ଘଟଣାକୁ ନେଇ ମାହାଜ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ପିଲାଙ୍କ ମୃତଦେହକୁ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରୁନାକୁ ଅଟକ ରଖି ପଚାରା ଉଚରା କରିବା ସହ ପୋଲିସ ଏହାର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 


ମାହାଡ ପୋଲିସ ଉପ ଅଧିକ୍ଷକ ନିଲେଶ ଥାମ୍ବେ କହିଛନ୍ତି ଯେ, ରୁନାଙ୍କ ମଦ୍ୟପ ସ୍ୱାମୀ ସବୁବେଳେ ତାଙ୍କ ସହ ଝଗଡା କରୁଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ରୁନା ପିଲାଙ୍କୁ ମାରି ଆତ୍ମହତ୍ୟା କରିବକୁ ଉଦ୍ୟମ କରିଥାଇ ପାରନ୍ତି। ସୋମବାର ରାତି ପ୍ରାୟ ୧୦ଟାରେ କୂଅରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ। ତଦନ୍ତ ରିପୋର୍ଟ ଆସିଲା ପରେ ସତ କଣ ସାମନାକୁ ଆସିବ ବୋଲି ପୋଲିସ କହିଛି।