ଶ୍ରୀମନ୍ଦିରରେ ଇଂରାଜୀ ନୂଆବର୍ଷ ପାଇଁ ପ୍ରସ୍ତୁତି । ନାଟମଣ୍ଡପରୁ ହଟିଲା ସମସ୍ତ ଅନଧିକୃତ ଅବରୋଧ । ନିତିକାନ୍ତି ପାଇଁ ବ୍ୟବହାର ହେଉଥିବା କେତୋଟି ଜିନିଷକୁ ଛାଡି ସମସ୍ତ ଅବରୋଧ ହଟାଯାଇଛି ।
Trending Photos
ପୁରୀ: ନବବର୍ଷ 2025ରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏନେଇ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ନାଟମଣ୍ଡପରୁ ସମସ୍ତ ଅବରୋଧ ହଟାଯାଇଛି।
କେବଳ ଅଧିକୃତ ବା ଆବଶ୍ୟକୀୟ ଆଲମିରାକୁ ଛାଡି ସମସ୍ତ ଅନଧିକୃତ ଅବରୋଧକୁ ନାଟ ମଣ୍ଡପରୁ ହଟାଯାଇଛି । କିନ୍ତୁ ହୁଣ୍ଡି ଅପସାରଣ ପାଇଁ ବିଧି ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଆବଶ୍ୟକ ରହିଛି । ଏହା ଏକ ବ୍ୟାପକ ବ୍ୟବସ୍ଥା ହୋଇଥିବାରୁ ସରକାରଙ୍କ ଅନୁମତି ପରେ ତାହା ଅପସାରଣ କରାଯାଇପାରିବ । ତେବେ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ବିଶେଷ ଭାବେ ସେବାୟତମାନଙ୍କ ଆଲୋଚନା କରାଯିବା ସହ ଅନୁରୋଧ କରାଯାଇଛି।
ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପାଇଁ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦିଷ୍ଟ ଗାଇଡ ଲାଇନ୍ ଦିଆଯାଇଛି । ଆଇନ ବିଭାଗ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏ ବାବଦରେ ଆବଶ୍ୟକୀୟ ପ୍ରକ୍ରିୟାକରଣ କରାଯାଇଛି ।
Also Read- Saptahik Rashifal: ଡିସେମ୍ୱର ଶେଷ ସହ ନୂଆ ବର୍ଷର ଆରମ୍ଭ, ୧୨ଟି ରାଶିର ଭାଗ୍ୟଫଳ
Also Read- Urmila Kothare: ଅଭିନେତ୍ରୀ ଉର୍ମିଳାଙ୍କ କାର୍ ଦୁର୍ଘଟଣା, ୧ମୃତ, ଜଣେ ଗୁରୁତର