Suchna Seth Child Murder Case Update: ନିଜ ୪ ବର୍ଷର ପୁଅକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ମାଆ ସୂଚନା ସେଠଙ୍କ ମାମଲା ବର୍ତ୍ତମାନ ଖବରର ହେଡଲାଇନରେ ରହିଛି। ଜଣେ ମା' କିପରି ନିଜର ନିରୀହ ପିଲାକୁ ହତ୍ୟା କରିପାରେ? ଲୋକମାନେ ସୋସିଆଲ ମିଡିଆରେ ଏହି ପ୍ରଶ୍ନ ପଚାରୁଛନ୍ତି। ଅନ୍ୟପଟେ ପୋଲିସ ଏହି ମାମଲାରେ ନୂଆ ଖୁଲାସା କରିଛି। ତଦନ୍ତକାରୀ ଅଧିକାରୀମାନେ ଦାବି କରିଛନ୍ତି ଯେ ସୂଚନା ନିଜ ବିଚ୍ଛିନ୍ନ ହୋଇଥିବା ସ୍ୱାମୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଗୁଜୁରାଣ ପାଇଁ ଟଙ୍କା ଚାହୁଁଥିଲେ। କୁହାଯାଉଛି ଯେ ତାଙ୍କ ସ୍ୱାମୀଙ୍କୁ ପୁଅକୁ ଭେଟିବାକୁ ନ ଦେବା ପାଇଁ ସେ କ୍ରୋଧରେ ନିଜର ନିରୀହ ପୁଅକୁ ହତ୍ୟା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଏହି ଘଟଣାରେ ପୋଲିସର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ୬ ଦିନ ରିମାଣ୍ଡରେ ପଠାଯାଇଛି। ତାଙ୍କୁ ପଚରାଉଚରା ବେଳେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏନଡିଟିଭି ରିପୋର୍ଟ ଅନୁଯାୟୀ, ସୂଚନା ତାଙ୍କ ସ୍ୱାମୀ ଭେଙ୍କଟ ରମଣଙ୍କଠାରୁ ପ୍ରତି ମାସରେ ୨.୫ ଲକ୍ଷ ଟଙ୍କା ମାସିକ ଗୁଜୁରାଣ ବାବଦକୁ ଚାହୁଁଥିଲେ। ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ବାର୍ଷିକ ଆୟ ୧ କୋଟିରୁ ଅଧିକ ଥିଲା। ସେ ଭେଙ୍କଟରମଣଙ୍କ ଉପରେ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। କହିରଖୁଛୁ ଯେ, ଏହି ପରିପ୍ରେକ୍ଷୀରେ ସୂଚନା କୋର୍ଟରେ ହ୍ୱାଟସ୍ ଆପ୍ ମେସେଜ୍ ଏବଂ ଫଟୋ ମଧ୍ୟ ଦାଖଲ କରିଛି।


ପୋଲିସର ତଦନ୍ତରୁ ଜଣାପଡିଛି ଯେ ନିଜ ପୁଅକୁ ହତ୍ୟା କରିବା ପୂର୍ବରୁ ସୂଚନା ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପରି ଇନଷ୍ଟାଗ୍ରାମରେ ଏକ ବିଶେଷ ବାର୍ତ୍ତା ଦେଇଥିଲେ। ସେ ଲେଖିଛନ୍ତି "କଣ ହେବ" (what will happen)। ଏହା ପରେ ସେ ତାଙ୍କ ନିରୀହ ପୁଅକୁ ଉତ୍ତର ଗୋଆର ଏକ ଆପାର୍ଟମେଣ୍ଟକୁ ନେଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଶିଶୁଟିର ପିତା ଭେଙ୍କଟରମଣ ଘଟଣା ସମୟରେ ଇଣ୍ଡୋନେସିଆରେ ଥିଲେ।


ଶାରୀରିକ ନିର୍ଯ୍ୟାତନା ଅଭିଯୋଗକୁ ମଧ୍ୟ ରମଣ ଅସ୍ୱୀକାର କରିଛନ୍ତି। ଭେଙ୍କଟରମଣକୁ କୋର୍ଟ ପତ୍ନୀଙ୍କ ଘରକୁ ଯିବା କିମ୍ବା ତାଙ୍କ ସହ କଥାବାର୍ତ୍ତା କରିବାକୁ ବାରଣ କରିଥିଲେ। ତେବେ ରବିବାର ଦିନ ଯାଇ ନିଜ ପିଲାକୁ ଭେଟିବାକୁ କୋର୍ଟ ତାଙ୍କୁ ଅନୁମତି ଦେଇଥିଲେ। ସୂଚନା ଏହି ଶିଶୁକୁ ତାଙ୍କ ସ୍ୱାମୀଙ୍କୁ ବାଧ୍ୟ କରିବା ପାଇଁ ବ୍ୟବହାର କରିବା ଆରମ୍ଭ କରିଥିଲେ ଏବଂ ଯେପରି ସ୍ୱାମୀ କୌଣସି ପରିସ୍ଥିତିରେ ପୁଅକୁ ଭେଟି ପାରିବେ ନାହିଁ, ସେଥିପାଇଁ ନିରୀହ ଶିଶୁକୁ ହତ୍ୟା କରିଥିଲେ।


ଉଭୟଙ୍କର ହୋଇଥିଲା ପ୍ରେମ ବିବାହ 
ଏହି ମାମଲାର ତଦନ୍ତରୁ ଜଣାପଡିଛି ଯେ ଭେଙ୍କଟରମଣ ଏବଂ ସୂଚନାଙ୍କର ପ୍ରେମ ବିବାହ ଥିଲା ଏବଂ ଦୁହେଁ ବେଙ୍ଗାଲୁରୁରେ ରହୁଥିଲା। ୨୦୧୯ ରେ ଉଭୟଙ୍କର ଏକ ପୁଅ ମଧ୍ୟ ହୋଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା ଏବଂ ଯାହାପରେ ଛାଡପତ୍ର ମାମଲା କୋର୍ଟରେ ଦାଖଲ କରାଯାଇଥିଲା। କୋର୍ଟ ଶିଶୁକୁ ମାଆକୁ ଦେଇଥିଲେ କିନ୍ତୁ ବାପାଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇଥିଲେ। ଏବେ ସେହି ମାଆ ପିଲାଟିକୁ ହତ୍ୟା କରିଛନ୍ତି। ଉଭୟଙ୍କ ଛାଡପତ୍ରକୁ ଏପର୍ଯ୍ୟନ୍ତ କୋର୍ଟ ସ୍ୱିକାର କରିନାହାଁନ୍ତି।