Youth Kidnapped:  ଗଜପତି: ଜମି କିଣାବିକାକୁ (Land) ନେଇ ଯୁବକଙ୍କୁ ଅପହରଣ (Kidnapped)। ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ। ଅପହରଣର ଚାରି ଦିନ ପରେ ଯୁବକଙ୍କୁ ଉଦ୍ଧାର କଲା ଅଡବା ପୋଲିସ୍। ଅଭିଯୁକ୍ତକୁ ଗିରଫ କରିବା ସହ ୧୩ଟି ଜୀବନ୍ତ ଗୁଳି ଓ ଗୋଟିଏ ପଲସର୍ (Pulsar) ବାଇକକୁ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗୋଳନ୍ଥରା (Golanthara) ଥାନା ମେଦିନିପୁର (Medinipur) ଟାମଣା (Tamana) ଅଞ୍ଚଳର ଅନିଲ୍ କୁମାର ଦାସ। ଏଭଳି ଘଟଣା ଘଟିଛି ଗଜପତି (Gajapati) ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ।


COMMERCIAL BREAK
SCROLL TO CONTINUE READING

ପୋଲିସ୍ ସୂଚନା ପ୍ରକାରେ ଚୁଡଙ୍ଗପୁର ଗ୍ରାମର ମୁକ୍ତ ପରିଚ୍ଛା ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଚିକିଟି ଥାନା ଅଞ୍ଚଳର ଜିତୁ ପ୍ରଧାନ ଠାରୁ କୌଣସି ବ୍ୟବସାୟ କରିବା ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ଆଣିଥିଲେ। କିନ୍ତୁ ତାଙ୍କୁ ଠିକ୍ ସମୟରେ ଜିନିଷ ହେଉ କି ଟଙ୍କା ଫେରାଇ ପାରିନଥିଲେ। ତେଣୁ ଜିତୁ ସହ ତାଙ୍କର ଜଣେ ସାଙ୍ଗ ରାଜ୍ ଗତ ୬ ତାରିଖରେ ଗୋଟିଏ ପଲ୍ସର୍ ବାଇକ୍ ନଂ OD 07 5506 ଯୋଗେ ମୁକ୍ତଙ୍କ ଘରକୁ ଆସିଥିଲେ। ମୁକ୍ତ ସେମାନଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଥିଲେ। ତେବେ ଜିତୁ ଓ ରାଜ୍ ମୁକ୍ତକୁ ମୋହନା ଯିବା ବୋଲି କହି ଜୋର ଜବରଦସ୍ତ ବ୍ରହ୍ମପୁର ନେଇଯାଇଥିଲେ। ତାପରେ ଚିକିଟି ଏବଂ ପରେ ବାଲୁଗାଁ ଜଙ୍ଗଲକୁ ନେଇ ମାରପିଟ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମୁକ୍ତଙ୍କ ସ୍ତ୍ରୀ ଝରଣାକୁ ଫୋନ୍ କରି ବଳକା ଟଙ୍କା ନେଇ ଆସ ନଚେତ୍ ମୁକ୍ତକୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ। 


ଘଟଣା ନେଇ ସ୍ତ୍ରୀ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ଥାନାରେ 136/22 ନମ୍ବର ପ୍ରକାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ନମ୍ବରକୁ ଟ୍ରାକ୍ କରି ଗତ ୯ ତାରିଖରେ ବାଲୁଗାଁରେ ପହଞ୍ଚି ଥିଲା ପୋଲିସ୍। ତେବେ ସେହି ବାଇକରେ ଜଣେ ଯୁବକ ଆସୁଥିବା ଦେଖି ସେଠାରେ ଉକ୍ତ ଯୁବକକୁ କାବୁ କରିଥିଲା ଅଡ଼ବା ପୋଲିସ। ତା'ଠାରୁ ୧୩ଟି ଅଫୁଟା ଗୁଳି ଜବତ କରିବା ସହ ତାକୁ ପଚରାଉଚରା କରି ବାଲୁଗାଁ ଜଙ୍ଗଲରୁ ଅପହୃତ ଯୁବକଙ୍କୁ ମଧ୍ୟ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଚିକିଟି ଥାନା ଅଞ୍ଚଳର ଜିତୁ ପ୍ରଧାନ ଓ ଅନ୍ୟ ଜଣେ ସହଯୋଗୀ ରାଜ୍ ସହ ଗୋଳନ୍ଥରା ଥାନା ଟାମଣା ଅଞ୍ଚଳର ଶରତ ଚନ୍ଦ୍ର ପ୍ରଧାନ କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ ବୋଲି ଅଡ଼ବା ଥାନା ଆଇଆଇସି ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।


ଅଧିକ ପଢନ୍ତୁ: Archana Nag case: ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ED, ତେଜିଲା ରାଜ୍ୟ ରାଜନୀତି


ଅଧିକ ପଢନ୍ତୁ: T20 World Cup Final Match: ଖାଲି ହାତରେ ଫେରିବ ପାକିସ୍ତାନ, ଭାରି ପଡ଼ିବ ଇଂଲଣ୍ଡ !