Mumbai Crime: ଇଡି ଅଧିକାରୀ ହୋଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା । ଲୁଟିଲେ ଲକ୍ଷ ଲକ୍ଷ ଟଙ୍କା । ଫିଲ୍ମ ସ୍ପେଶାଲ୍ ୨୬ ପରି ହୋଇଛି ଲୁଟ୍ ।  ମୁମ୍ବାଇରେ ଘଟିଛି ଏପରି ଘଟଣା । କିଛି ଲୁଟେରା ଜାଭେରୀ ବଜାର (Jhaveri Bazaar)ରେ ଥିବା ଦୋକାନରେ ଇଡି ଅଧିକାରୀର ପରିଚୟ ଦେଇ ଦୋକାନରେ ଚଢାଉ କରିଥିଲେ।  ଏବଂ ଜଣେ ବ୍ୟବସାୟୀଙ୍କ ଦୁଇଟି ଦୋକାନରୁ କୋଟି କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟି ନେଇଥିଲେ। ଲୁଟର ଏହି ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତେବେ ଏନେଇ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାତ୍ର ୨୪ ଘଣ୍ଟାରେ ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ  ପୋଲିସ ଖୋଜୁଛି । ଏନେଇ ବିଭିନ୍ନ ସ୍ଥାନରେ ଛାପା ମାରୁଛି । 


COMMERCIAL BREAK
SCROLL TO CONTINUE READING

ଏ-ହି ଘଟଣାରେ ମୁମ୍ବାଇ ପୋଲିସର ଡିସିପି ଜୋନ୍-୨ ଡକ୍ଟର ଅଭିନବ ଦେଶମୁଖ କହିଛନ୍ତି ଯେ,ଏଲଟି ମାର୍ଗ ପୋଲିସ ଷ୍ଟେସନ ଅଧୀନରେ ମୁମ୍ବାଇର ଜାଭେରୀ ବଜାରରେ ଅପରାହ୍ନ ୨ଟାରେ ୨ ଜଣ ଲୋକ ଏକ ସୁନା ଦୋକାନକୁ ଯାଇ ନିଜକୁ ଇଡି ଅଧିକାରୀ ବୋଲି କହିଥିଲେ।


ଫିଲ୍ମ ସ୍ପେଶାଲ ୨୬ ପରି ଲୁଟ୍:


ଏହା ପରେ ଲୁଟେରାମାନେ ଦୋକାନର କବାଟ ଭିତରୁ ତାଲା ପକାଇ ଦେଇଥିଲା। ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ମୋବାଇଲ୍ ଫୋନ୍ ନେଇଥିଲେ । ଦେଶମୁଖ କହିଛନ୍ତି ଯେ ଲୋକଙ୍କୁ ଭୟଭୀତ କରିବା ପାଇଁ ଅଭିଯୁକ୍ତ ତାଙ୍କୁ ମାଡ ମଧ୍ୟ ଦେଇଥିଲା ଏବଂ ପରେ ସେ କହିଥିଲେ ଯେ ଦୋନାକର ମାଲିକ କେଉଁଠାରେ ଅଛନ୍ତି। ଯେତେବେଳେ କର୍ମଚାରୀମାନେ କହିଥିଲେ ଯେ ସେମାନେ ଏଠାରେ ନାହାଁନ୍ତି, ସେତେବେଳେ ଲୁଟେରାମାନେ କହିଥିଲେ ଯେ, ବର୍ତ୍ତମାନ ଜିଏସ୍ଟି କାଗଜପତ୍ର ଦେଖାଅ । ତେବେ ଏହି ଡ୍ରାମାକୁ ଅଧିକ ବାସ୍ତବ ରୂପ ଦେବା ପାଇଁ ଲୁଟେରା ସେଠାରେ ଉପସ୍ଥିତ ଥିବା ଜଣେ କର୍ମଚାରୀଙ୍କୁ ହାତକୁ ଧରିଥିଲେ। ଏହି ସମୟରେ ଅନ୍ୟ ଲୁଟେରାମାନେ ସେହି ଦୋକାନରେ ରଖାଯାଇଥିବା ବ୍ୟାଗରେ ୨୫ଲକ୍ଷ ଟଙ୍କା ଏବଂ ୩ କିଲୋ ସୁନା ବ୍ୟାଗକୁ ନିଜ ହାତକୁ ନେଇଥିଲେ। ପରେ ଲୁଟେରାମାନେ, କର୍ମଚାରୀଙ୍କ ହାତବାନ୍ଧି ଅନ୍ୟ ଦୋକାନକୁ ନେଇଥିଲେ । ଏବଂ ଅନ୍ୟ ଦୋକାନରେ ଥିବା ସୁନା ଓ ଟଙ୍କା ଲୁଟି ନେଇଥିଲେ । 


ମୁମ୍ବାଇ ପୋଲିସର ସୂଚନାନୁସାରେ,ପ୍ରଥମେ ଦୋକାନର କର୍ମଚାରୀମାନେ ଭାବିଥିଲେ ଯେ,ଏମାନେ ପ୍ରକୃତରେ ଇଡିର ଅଫିସର ଥିଲେ। କିନ୍ତୁ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା। ଏନେଇ କୋଦାନୀ ମାଲିକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଏହି ତଦନ୍ତ ବେଳେ ପୋଲିସ ହାତରେ ଲାଗିଥିଲେ ଗ୍ୟାଙ୍ଗର ତିନି ଅଭିଯୁକ୍ତ । ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳା ମଧ୍ୟ ଅଛନ୍ତି । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୫ ଲକ୍ଷ ଟଙ୍କା୨.୫ କିଲୋ ସୁନା ଜବତ କରିଛି ।  ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।