Udaipur Murder Case: ହିନ୍ଦୁ ଦରଜୀ କହ୍ନେୟା ଲାଲ ସାହୁଙ୍କ ହତ୍ୟାକାଣ୍ଡକୁ ନେଇ ରାଜସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ପ୍ରସଙ୍ଗରୁ ନେଇ ଚର୍ଚ୍ଚା ଜୋର ଧରିଛି। କହ୍ନେୟା ଲାଲଙ୍କୁ ନିର୍ମମ ହତ୍ୟା କରିଥିବା ଦୁଇ ମୁସଲମାନ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ପୋଲିସକୁ ହିଁ କହ୍ନେୟାଙ୍କ ହତ୍ୟା ପାଇଁ ଦାୟୀ କରାଯାଇଛି। ଏହି ଅଭିଯୋଗ, ମୃତ କହ୍ନେୟାଙ୍କ ଦୁଇ ପୁଅ ୟଶ ଓ ତରୁଣ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମକୁ ମୃତ ହିନ୍ଦୁ ଦରଜୀ କହ୍ନେୟା ଲାଲ ସାହୁଙ୍କ ଦୁଇ ପୁଅ ୟଶ ଓ ତରୁଣ କହିଛନ୍ତି ଯେ, ତାଙ୍କ ପିତାଙ୍କ ହତ୍ୟା ପାଇଁ ପୋଲିସ ଦାୟୀ। ଯଦି ପୋଲିସ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ତେବେ ଆଜି ତାଙ୍କ ପିତାଙ୍କ ଜୀବନ ଯାଆନ୍ତା ନାହିଁ। ସେମାନଙ୍କ କହିବା ଅନୁସାରେ, କହ୍ନେୟା ଲାଲ ସାହୁଙ୍କୁ ପ୍ରତିଦିନ ଫୋନରେ ଧମକ ଦିଆଯାଉଥିଲା। ଭୟରେ ସେ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ହୋକାନକୁ ମଧ୍ୟ ବନ୍ଦ ରଖିଥିଲେ। ଏନେଇ ସେ ନିକଟସ୍ଥ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା ତେବେ ତାଙ୍କ ବାପା ବଞ୍ଚିଥାନ୍ତୋ ବୋଲି ୟଶ ଓ ତରୁଣ କହିଛନ୍ତି।


Also Read: କହ୍ନେୟାଙ୍କୁ ପୂର୍ବରୁ ମିଳିଥିଲା ଜୀବନରୁ ମାରି ଦେବାର ଧମକ, ଜାଣନ୍ତୁ ପୁରା ବିବାଦ ବିଷୟର...


କେବଳ ୟଶ ଓ ତରୁଣ ନୁହଁ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠା ଉପରେ ପ୍ରଶ୍ନ ଉଠାଇଛନ୍ତି। କହ୍ନେୟା ଲାଲ ସାହୁଙ୍କ ହତ୍ୟାକୁ ନିନ୍ଦା କରିବା ସହ ପୋଲିସର ଅପାରଗତା ପାଇଁ ଏହି କାଣ୍ଡ ଘଟିଥିବା ସେ କହିଛନ୍ତି। ସାମ୍ପଦାୟୀକ ହିଂସାର ପ୍ରସାର କରୁଥିବା ନୂପୁର ଶର୍ମାଙ୍କୁ ତାରନ୍ତ ଗିରଫ କରାଯାଉ ବୋଲି ଓୱେସି ଦାବି କରିଛନ୍ତି। ଅନ୍ୟପଟେ ୨ ଅଭିଯୁକ୍ତ ମହମ୍ମଦ ରିଆଜ (Mohammad Riaz) ଓ ଗୋସ ମହମ୍ମଦ (Gos Mohammad)ଙ୍କୁ ଗିରଫ କରିଥିବା ପାଞ୍ଚ ଜଣ ପୋଲିସ ଅଧିକାରୀଙ୍କୁ ସମୟ ପୂର୍ବରୁ ପଦନ୍ନତି ଘୋଷଣା କରିଛନ୍ତି। 


ମିଳିଥିବା ସୂଚନାନୁସାରେ, ଜୁନ ୧୦ରେ ସୋସିଆଲ ମିଡିଆ ପୋଷ୍ଟ ପାଇଁ କହ୍ନେୟାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଟେଲର କହ୍ନେୟାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା । ଜୁନ ୧୫ରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ଜୁନ ୧୭ରେ କହ୍ନେୟାଙ୍କୁ ଜୀବନରୁ ମାରି ଦେବାର ଧମକ ମିଳିଥିଲା।​ ଧମକ ପାଇବା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସେ ନିଜ ଜୀବନ ପ୍ରତି ବିପଦ ଅଛି କହିଥିଲେ ଓ ସୁରକ୍ଷା ଦାବି କରିଥିଲେ। କହ୍ନେୟା ସମେତ ଉଭୟ ପକ୍ଷଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇ ଏକ ବୁଝାମଣା ହୋଇଥିଲା। 


Also Read: ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ଓୱେସି ଦେଲେ ଏହି ବୟାନ


ଜୁନ ୧୭ର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିଯୁକ୍ତ ରିୟାଜ ମୁଣ୍ଡ କାଟିବାକୁ ଧମକ ଦେଇଥିଲା। ଏବେ ପ୍ରଶ୍ନ ଉଠିଛି ଯେ, ପୋଲିସ ଚାପ ପକାଇ କହ୍ନେୟାଙ୍କୁ ବୁଝାମଣା ସ୍ୱାକ୍ଷର କରିବାକୁ କହିଥିଲା କି? ଯଦି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ତେବେ କହ୍ନେୟାଙ୍କୁ ବଞ୍ଚାଇ ଯାଇପାରନ୍ତା। ଏବେ ରାଜସ୍ଥାନବ୍ୟାପୀ ଉତ୍ତେଜନା ଦେଖିବାକୁ ମିଳିଛି। କହ୍ନେୟାଙ୍କୁ ହତ୍ୟା କରିଥିବା ଅପରାଧିଙ୍କୁ ଫାଶୀ ଦିଆଯାଉ ବୋଲି ଲୋକେ ଦାବି କରିଛନ୍ତି। ଅନ୍ୟପଟେ ଉଭୟଙ୍କ ଆତଙ୍କବାଦୀ ଲିଙ୍କ ନେଇ ପୋଲିସ ଖୋଳତାଡ ଚଳାଇଛି।