କହ୍ନେୟାଙ୍କୁ ପୂର୍ବରୁ ମିଳିଥିଲା ଜୀବନରୁ ମାରି ଦେବାର ଧମକ, ଜାଣନ୍ତୁ ପୁରା ବିବାଦ ବିଷୟର...
Advertisement

କହ୍ନେୟାଙ୍କୁ ପୂର୍ବରୁ ମିଳିଥିଲା ଜୀବନରୁ ମାରି ଦେବାର ଧମକ, ଜାଣନ୍ତୁ ପୁରା ବିବାଦ ବିଷୟର...

Udaipur Murder Case: ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି  । ଯାହା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସମେତ ସ୍ଥାନୀୟ ପ୍ରଶାସନ ତରଫରୁ ନିରନ୍ତର ଶାନ୍ତି ପାଇଁ ଅପିଲ କରାଯାଉଛି । କିନ୍ତୁ, ଆସନ୍ତୁ ଜାଣିବା ଏପରି କ'ଣ ହୋଇଥିଲା, ଯେଉଁ କାରଣରୁ କହ୍ନେୟାଙ୍କୁ ଗତକାଲି (ଜୁନ ୨୭) ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି ।

କହ୍ନେୟାଙ୍କୁ ପୂର୍ବରୁ ମିଳିଥିଲା ଜୀବନରୁ ମାରି ଦେବାର ଧମକ, ଜାଣନ୍ତୁ ପୁରା ବିବାଦ ବିଷୟର...

ନୂଆଦିଲ୍ଲୀ: Udaipur Murder Case: ରାଜସ୍ଥାନର ଉଦୟପୁର ସ୍ଥିତ ଧାନମଣ୍ଡିରେ ଦରଜି କହ୍ନେୟା ଲାଲ (Kanhaiya Lal) ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । କୁହାଯାଉଛି ଯେ ମୃତ ଯୁବକଙ୍କ ୮ ବର୍ଷର ପୁଅ ନୁପୁର ଶର୍ମା (Nupur Sharma) ଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତମାନେ ତାଙ୍କ ବାପାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଏହି ମାମଲାରେ ପୋଲିସ ଉଭୟ ଅଭିଯୁକ୍ତ ମହମ୍ମଦ ରିଆଜ (Mohammad Riaz) ଓ ଗୋସ ମହମ୍ମଦ (Gos Mohammad) ଙ୍କୁ ରାଜସମନ୍ଦର ଭୀମ ଅଞ୍ଚଳରୁ ଗିରଫ କରିଛି । ଘଟଣାର ଅନୁସନ୍ଧାନ ପାଇଁ ଏକ SIT ଗଠନ କରାଯାଇଛି, ଯେଉଁଥିରେ SOG ADG ଅଶୋକ ରାଠୌଡ଼, ଏଟିଏସ୍ ଆଇଜି ପ୍ରଫୁଲ୍ଲ କୁମାର ଏବଂ ଜଣେ ଏସପିଙ୍କ ସହ ଅତିରିକ୍ତ ଏସପି ସାମିଲ ହେବେ ।

ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି  । ଯାହା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସମେତ ସ୍ଥାନୀୟ ପ୍ରଶାସନ ତରଫରୁ ନିରନ୍ତର ଶାନ୍ତି ପାଇଁ ଅପିଲ କରାଯାଉଛି । କିନ୍ତୁ, ଆସନ୍ତୁ ଜାଣିବା ଏପରି କ'ଣ ହୋଇଥିଲା, ଯେଉଁ କାରଣରୁ କହ୍ନେୟାଙ୍କୁ ଗତକାଲି (ଜୁନ ୨୭) ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ଏହି ସଂପୂର୍ଣ୍ଣ ମାମଲା ଚଳିତ ମାସ ଅର୍ଥାତ ଜୁନ ୧୦ରୁ ଆରମ୍ଭ ହୋଇଥିଲା । ଜୁନ ୧୦ରେ ସୋସିଆଲ ମିଡିଆ ପୋଷ୍ଟ ପାଇଁ କହ୍ନେୟାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।

ବିବାଦ କ’ଣ ଥିଲା?

ଟେଲର କହ୍ନେୟାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା । ଜୁନ ୧୫ ରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା । ଜୁନ ୧୭ରେ କହ୍ନେୟାଙ୍କୁ ଜୀବନରୁ ମାରି ଦେବାର ଧମକ ମିଳିଥିଲା ।​ ଧମକ ପାଇବା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସେ ନିଜ ଜୀବନ ପ୍ରତି ବିପଦ ଅଛି କହିଥିଲେ ଓ ସୁରକ୍ଷା ଦାବି କରିଥିଲେ । କହ୍ନେୟା ସମେତ ଉଭୟ ପକ୍ଷଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇ ଏକ ବୁଝାମଣା ହୋଇଥିଲା । ଜୁନ ୧୭ର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିଯୁକ୍ତ ରିୟାଜ ମୁଣ୍ଡ କାଟିବାକୁ ଧମକ ଦେଇଥିଲା । ଏବେ ପ୍ରଶ୍ନ ଉଠିଛି ଯେ ପୋଲିସ ଚାପ ପକାଇ କହ୍ନେୟାଙ୍କୁ ବୁଝାମଣା ସ୍ୱାକ୍ଷର କରିବାକୁ କହିଥିଲା କି? ଯଦି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ତେବେ କହ୍ନେୟାଙ୍କୁ ବଞ୍ଚାଇ ଯାଇପାରନ୍ତା ।

ଏହା ବି ପଢ଼ନ୍ତୁ:-ଉଦୟପୁରରେ ଦରଜି କହ୍ନେଇୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ କେଜ୍ରିୱାଲ ଦେଲେ ବୟାନ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଉଦୟପୁରର ନିର୍ମମ ହତ୍ୟାକୁ ନେଇ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ସୁଖମୟ ଜୀବନ ପାଇଁ ପୁରୁଷମାନେ ଖାଆନ୍ତୁ ଏହି ୩ଟି ଜିନିଷ

 

୭ଟି ପୋଲିସ୍ ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ 

ଏହି ଘଟଣା ପରେ ଗତକାଲି ରାତି ୮ଟା ପରେ ଉଦୟପୁରର ସାତଟି ପୋଲିସ ଷ୍ଟେସନ ଅଞ୍ଚଳରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି । ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଉଷା ଶର୍ମା ମଙ୍ଗଳବାର ସନ୍ଧ୍ୟାରେ ଏକ ଉଚ୍ଚ ସ୍ତରୀୟ ବୈଠକ କରି ସମସ୍ତ ଡିଭିଜନାଲ କମିଶନର, ପୋଲିସ ଇନ୍ସପେକ୍ଟର ଜେନେରାଲ ଏବଂ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ରାଜ୍ୟରେ ବିଶେଷ ସତର୍କତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରୀ ବୟାନରେ ମୁଖ୍ୟ ସଚିବ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସାରା ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ, ସମସ୍ତ ଜିଲ୍ଲାରେ ଧାରା ୧୪୪ ଲାଗୁ କରିବାକୁ, ପୋଲିସ୍ ଏବଂ ପ୍ରଶାସନର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ୍, ଶାନ୍ତି ସମିତିର ବୈଠକ ଆୟୋଜନ କରିବା ଏବଂ ଉଦୟପୁର ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୋବାଇଲ୍ ଓ ଅନ୍ୟାନ୍ୟ ଉପାୟରେ ଉଦୟପୁର ଘଟଣାର ଭିଡିଓ ପ୍ରସାରଣକୁ କଡ଼ାକଡ଼ି ଭାବେ ବନ୍ଦ କରିବା ସହିତ ନିୟମ ଅନୁଯାୟୀ ଭିଡିଓ ପ୍ରସାରଣ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।