Ahmed Murtaza Abbasi Gets Death Penalty: ଗତ ବର୍ଷ ଗୋରଖନାଥ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାରେ ଜଡ଼ିତ ଆକ୍ରମଣକାରୀ ଅହମ୍ମଦ ମୁର୍ତାଜାକୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହି ମନ୍ଦିରର ସୁରକ୍ଷା କ୍ଷେତ୍ରରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆକ୍ରମଣକାରୀ ଅହମ୍ମଦ ମୁର୍ତାଜାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏଟିଏସ୍ ଏନଆଇଏ ସ୍ୱତନ୍ତ୍ର କୋର୍ଟ ଅହମ୍ମଦ ମୁର୍ତାଜାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆକ୍ରମଣକାରୀ ଅହମ୍ମଦ ମୁର୍ତାଜା ୟୁଏପିଏ ଅଧିନରେ ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିବା ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଆକ୍ରମଣକାରୀ ବିରୋଧରେ ଚାଲିଥିବା ଅନ୍ୟ ମାମଲାରେ ୯ ମାସ ମଧ୍ୟରେ ଶୁଣାଣି ଶେଷ ହେବା ପରେ ତାଙ୍କୁ ଦଣ୍ଡିତ କରାଯାଇଛି। ଗତ ବର୍ଷ ୪ ଅପ୍ରେଲରେ ଗୋରଖନାଥ ମନ୍ଦିରରେ ହୋଇଥିଲା ଆକ୍ରମଣ। ମନ୍ଦିରରେ ହୋଇଥିବା ଆକ୍ରମଣରେ ଘଟଣାରେ ଗୋରଖନାଥ ଥାନାରେ ସେହି ଦିନ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ମନ୍ଦିର ଆକ୍ରମଣ ଘଟଣାରେ ଏଟିଏସ ଅନୁସନ୍ଧାନ କରି ଏହି ମାମଲାରେ ଚାର୍ଜସିଟ ଦାଖଲ କରିଥିଲା।


ଗୋରଖନାଥ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାରେ ରେକର୍ଡ ୬୦ ଦିନିଆ ନ୍ୟାୟିକ ଅନୁସନ୍ଧାନରେ ଆକ୍ରମଣକାରୀ ଅହମ୍ମଦ ମୁର୍ତାଜା ଅବ୍ବାସୀକୁ ଆଇପିସି ଧାରା ୧୨୧ ଅନୁଯାୟୀ ମୃତ୍ୟୁ ଦଣ୍ଡ ଏବଂ ଧାରା ୩୦୭ ଅନୁଯାୟୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଘଟଣାର ଅନୁସନ୍ଧାନ ବେଳେ ଏନଆଇଏ ଜାଣିବାକୁ ପାଇଥିଲା ଯେ ଗୋରଖନାଥ ମନ୍ଦିରର ଆକ୍ରମଣକାରୀ ନେପାଳ ମଧ୍ୟ ଯାଇଛନ୍ତି।  ପୋଲିସ ଆକ୍ରମଣକାରୀ ପାଖରୁ ଅନେକ ସନ୍ଦେହଜନକ ଦସ୍ତାବିଜ ମଧ୍ୟ ଜବତ କରିଥିଲା। 


ଆକ୍ରମଣକାରୀ ଅହମ୍ମଦ ମୁର୍ତାଜା ଅବ୍ବାସୀ ଗୋରଖନାଥ ମନ୍ଦିରରେ ଆକ୍ରମଣ କରିବା ସମୟରେ ଖୋଲାଖୋଲି ଭାବେ ହତିଆର ଚଳାଇଥିଲା। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆକ୍ରମଣକାରୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଆହତ କରି ଦେଇଥିଲେ। କେବଳ ସେତିକି ନୁହେଁ, ମନ୍ଦିର ନିକଟରେ ଉପସ୍ଥିତ ରହିଥିବା ଲୋକଙ୍କୁ ହତିଆର ଦେଖାଇ ସେମାନଙ୍କୁ ଭୟଭୀତ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଗୋରଖନାଥ ମନ୍ଦିର ପରିସରରେ ନିୟୋଜିତ ହୋଇଥିବା ଉତ୍ତର ପ୍ରଦେଶ ପୋଲିସ ପ୍ରାଦେଶିକ ସଶସ୍ତ୍ର କନଷ୍ଟେବୁଲାରୀ ଯବାନଙ୍କୁ ଉପରେ ଆକ୍ରମଣ କରିଥିଲେ। କେମିକାଲ୍ ଇଞ୍ଜିନିୟର ଅହମ୍ମଦ ମୁର୍ତାଜା ଅବ୍ବାସୀଙ୍କୁ କିଛି ସମୟ ଗୋଡ଼ାଇବା ପରେ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। 


ଏହି ଘଟଣାରେ ଦଣ୍ଡାଦେଶ ଘୋଷଣା ହୋଇସାରିବା ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ବିଭାଗ ଏଡ଼଼ିଜିପ୍ରଶାନ୍ତ କୁମାର କହିଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତା ଧାରା ୧୨୧ ଅନୁଯାୟୀ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଧାରା ୩୦୭ ଅନୁଯାୟୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।