ଭୁବନେଶ୍ୱର: ସାରା ରାଜ୍ୟରେ ଚହଳ ପକାଇଛି ନକଲି ଡାକ୍ତର ରମେଶ ସ୍ୱାଇଁ ଖବର। ରମେଶ କେବଳ ନକଲି ଡାକ୍ତର ନଥିଲା ବରଂ ଥିଲା ବଡ଼ ଡ୍ରାମେବାଜ୍‌। ୧୮ ଜଣ ମହିଳାଙ୍କୁ ବିବାହ କରିଥିବା ଏହି ନକଲି ଡାକ୍ତର ଆକ୍ଟିଂ କରିବାରେ ବି ଖୁବ ପାରଙ୍ଗମ। ଏକଥା ଆମେ ନୁହଁ ଏ ଭିଡିଓ କହୁଛି।  କାନ୍ଦି କାନ୍ଦି ମହିଳାଙ୍କୁ କରୁଥିଲା ଦୁର୍ବଳ ଆଉ ତା ପରେ କରୁଥିଲା ନିଜର ଶିକାର।


COMMERCIAL BREAK
SCROLL TO CONTINUE READING

ଦେଖନ୍ତୁ ସେହି ଭିଡିଓ...



 


Also Read: ସ୍ୱଦେଶକୁ ନ ଫେରି ୟୁକ୍ରେନର ସେନାରେ ଯୋଗ ଦେଇ ଋଷ ବିରୁଦ୍ଧରେ ଲଢ଼ୁଛନ୍ତି ଏହି ଭାରତୀୟ ଯୁବକ, ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି


ଭିଡିଓ କଲରେ ମହିଳାଙ୍କ ସାମ୍ନାରେ ଲୁହ ଗଡାଇ ଛଳନା କାନ୍ଦ କାନ୍ଦୁଥିଲେ ନକଲି ଡାକ୍ତର ରମେଶ ସ୍ବାଇଁ। ଏହି ଭିଡିଓ ଏବେ ଭାଇରାଲ୍ (Video Viral) ହେବାରେ ଲାଗିଛି । ଯେଉଁଥିରେ ମିଛୁଆ ଡାକ୍ତର ବାବୁ ଛଳନାପୂର୍ଣ୍ଣ କାନ୍ଦରେ ମହିଳାଙ୍କ ହୃଦୟ ଜିତିବା ପାଇଁ ଚେଷ୍ଟା କରୁଛନ୍ତି । ଭୁବନେଶ୍ବର ଡିସିପି କହିଛନ୍ତି ସେ ଏପରି ବାହାନା କରି ମହିଳାଙ୍କ ହୃଦୟ ଜିତିବା ପାଇଁ ଚେଷ୍ଟା କରୁଥିଲେ । ଏପରିକି ଆଉ ଏକ ଭିଡିଓରେ ନକଲି ଡାକ୍ତର ବାବୁ ସାଲାଇନ ନେଉଛନ୍ତି, ଏପରି କରି ସେ ବିଭିନ୍ନ ସମବେଦନା ନେଉଛନ୍ତି ଯାହାକି ତଦନ୍ତ ବେଳେ ପ୍ରମାଣିତ ହୋଇଛି । 


Also Read: କେବେଠାରୁ ବଢିବ ପେଟ୍ରୋଲ ଡିଜେଲ ଦାମ, ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ


ଏହାରି ଭିତରେ ତୃତୀୟ ଥର ପାଇଁ ରମେଶ ସ୍ବାଇଁ (Ramesh Swain) ଙ୍କୁ ରିମାଣ୍ଡରେ ଆଣି ଜେରା କରାଯାଇଛି । କିନ୍ତୁ ଠକ ରମେଶ ତଦନ୍ତରେ ସହଯୋଗ କରୁନାହିଁ । ତେଣୁ ତାର ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ତଦନ୍ତ ବେଳେ ଅଧିକ ତଥ୍ୟ ମିଳିଛି । ଏହା ସତ୍ତ୍ୱେ ବି ଦରକାର ପଡିଲେ ତଦନ୍ତ ପାଇଁ ଟିମ୍ ରାଜ୍ୟ ବାହାରକୁ ଯିବ ଓ ସେଠାରେ ଠକାମିର ଶିକାର ହୋଇଥିବା ମହିଳାଙ୍କ ଠାରୁ ବୟାନ ରେକର୍ଡ କରାଯିବା ସହ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି।