ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଜଣେ ୩୩ ବର୍ଷୀୟା ମହିଳା ଆଠ ବର୍ଷ ମଧ୍ୟରେ ୧୪ ଥର ଗର୍ଭପାତ କରାଇବାକୁ ବାଧ୍ୟ ହେବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଚରମ ପଦକ୍ଷେପ ମୃତକ ସୁଇସାଇଡ ନୋଟରେ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ଦାୟୀ କରିଛନ୍ତି। ପୋଲିସ ଏହାର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଦକ୍ଷିଣ ପୂର୍ବ ଦିଲ୍ଲୀର ଜୟତପୁର ଅଞ୍ଚଳରେ ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରୁ ଏକ ହିନ୍ଦୀରେ ଲେଖାଯାଇଥିବା ସୁଇସାଇଡ ନୋଟରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ସେ ଜଣେ ବିବାହିତ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ କିନ୍ତୁ ସେ ତାଙ୍କୁ ବିବାହ କରିବାକୁ ମନା କରିଥିଲେ। ସେଥିପାଇଁ ତାଙ୍କ ନିକଟରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଥିବା ପୋଲିସ କହିଛି।


Also Read: ବିଜେପି ମୁଖପାତ୍ରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ, ଭିଡିଓ ଭାଇରାଲ


ନୋଏଡାସ୍ଥିତ ଏକ ସଫ୍ଟୱେୟାର ଫାର୍ମରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଡେପୁଟି କମିଶନର ଅଫ୍ ପୋଲିସ୍ (ଦକ୍ଷିଣପୂର୍ବ) ଇଶା ପାଣ୍ଡେ କହିଛନ୍ତି, 'ଜୁଲାଇ ୫ ତାରିଖରେ ଜୈଟପୁରରେ ଜଣେ ମହିଳାଙ୍କ ଆତ୍ମହତ୍ୟା ସଂପର୍କରେ ଏକ PCR କଲ୍ ଆସିଥିଲା ​। ଏକ କୋଠରୀରେ ଜଣେ ମହିଳା ଫାଶୀ ଦେଇଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ AIIMS କୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 


ଘଟଣାସ୍ଥଳରୁ ହାତଲେଖା ସୁଇସାଇଡ ନୋଟ ଓ ମୃତକଙ୍କ ମୋବାଇଲକୁ ପୋଲିସ ଜବତ କରିଥିଲା। ପୋଷ୍ଟମର୍ଟମ ପରେ ବିହାରର ମୁଜାଫରପୁରରେ ରହୁଥିବା ତାଙ୍କ ପିତାମାତାଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳା ଜଣକ ଆଠ ବର୍ଷ ପୂର୍ବେ ସ୍ୱାମୀଠୁ ଅଲଗା ହୋଇ ନିଜ ବିବାହିତ ପ୍ରେମିକ ସହ ଅନ୍ୟତ୍ର ରହୁଥିଲେ। ଏହି ସମୟ ମଧ୍ୟରେ ସେ ୧୪ ଥର ଗର୍ଭବତୀ ହୋଇଥିଲେ। ଆଉ ପ୍ରତ୍ୟେକ ଥର ତାଙ୍କ ପାର୍ଟନର ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ।


Also Read: ଅତି ଉତ୍ସାହିତ ହୋଇ ଏହି ଭୁଲ କରିଦେଲେ IPL ଫାଉଣ୍ଡର, ଭାଇର ପିଠି ପଛରେ ଏମିତି କାମ କରୁଥିଲେ 


ଡିସିପି କହିଛନ୍ତି, 'ଆମେ ଭାରତୀୟ ଦଣ୍ଡ ସଂହିତାର ଦଫା ୩୦୬ (ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା), ୩୭୬ (ଦୁଷ୍କର୍ମ) ଏବଂ ୩୧୩ (ମହିଳାଙ୍କ ସମ୍ମତି ବିନା ଗର୍ଭପାତ କରାଇବା) ଅଧୀନରେ ଏକ ମାମଲା ରୁଜୁ କରିଛୁ ଏବଂ ଅଧିକ ତଦନ୍ତ କରାଯାଉଛି। ମହିଳାଙ୍କ ସ୍ୱାମୀ ସାଉଥ ଏକ୍ସଟେନ୍ସନର ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି। ତାଙ୍କୁ ମଧ୍ୟ ପଚରା ଉଚରା କରାଯାଉଛି। ଅଭିଯୁକ୍ତ ପ୍ରେମିକୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଛି।'