ବିଜେପି ମୁଖପାତ୍ରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ, ଭିଡିଓ ଭାଇରାଲ
Advertisement

ବିଜେପି ମୁଖପାତ୍ରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ, ଭିଡିଓ ଭାଇରାଲ

ଦିଲ୍ଲୀ ମହାନଗର ନିଗମର ଜଣେ ବିଜେପି ମୁଖପାତ୍ରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରାଯାଇଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ମାମଲାଟି ସାମନାକୁ ଆସିଛି। 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ବଦନାମ କରିବାକୁ ବଡ ଷଡଯନ୍ତ୍ର! ଦିଲ୍ଲୀ ମହାନଗର ନିଗମର ଜଣେ ବିଜେପି ମୁଖପାତ୍ରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଥାନାରେ ଏତଲା ଦିଆଯାଇଛି। ପୋଲିସ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି। ମୁଖପାତ୍ରଙ୍କୁ ବଦନାମ କରିବାକୁ ଏପରି ଅଭିଯୋଗ କରାଯାଇଥିବା ମହାନଗର ନିଗମ ସଫେଇ ଦେଇଛି।

ସୂଚନାନୁସରେ, ଦିଲ୍ଲୀ ମହାନଗର ନିଗମର ଜଣେ ବିଜେପି ମୁଖପାତ୍ରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରାଯାଇଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ମାମଲାଟି ସାମନାକୁ ଆସିଛି। ଜଣେ ମହିଳାଙ୍କୁ ମୁଖପାତ୍ର ଯୌନ ଉତ୍ପୀଡନ କରିଥିବା କୁହାଯାଉଛି। ଏହି ମାମଲାରେ ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି।

Also Read: ଚିକିତ୍ସା ବାହାନାରେ ବାହୁଡା ଯାତ୍ରା

ବିଜେପି ମୁଖପାତ୍ରଙ୍କୁ ବଦନାମ କରିବାକୁ ତାଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ କରାଯାଇଛି ବୋଲି ଦିଲ୍ଲୀ ମହାନଗର ନିଗମ କହିଛି। ଏନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ମହାନଗର ନିଗମ ଲିଖିତ ଅଭିଯୋଗରେ କହିଛି ଯେ, ଭିଡିଓ ଲିଙ୍କରେ ପ୍ରବକ୍ତାଙ୍କ ନାମ ଦେଇ ତାଙ୍କ ପ୍ରତିଷ୍ଠାକୁ ମଳିନ କରିବା ଏବଂ ସର୍ବସାଧାରଣରେ ବନାମ କରିବାକୁ ପ୍ରୟାସ କରାଯାଇଛି।

ନୂଆ ଦିଲ୍ଲୀର ସାଇବର ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ପୋଲିସ ଆପିସିର ଦଫା ୩୫୪କ, ୫୦୯ ଓ ଆଟି ଆକ୍ଟର ଦଫା ୬୭ ଅନୁସାରେ ଏଫଆଇଆର ପଞ୍ଜିକରଣ କରିଛି। ପ୍ରାଥମିକ ତଦନ୍ତ ଚାଲିଛି, ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କାହାକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।