ନୂଆଦିଲ୍ଲୀ: ରାଜସ୍ଥାନରୁ ପୁଣି ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏଥର ଏହି ମାମଲାରେ ସିଧାସଳଖ ରାଜ୍ୟର ମନ୍ତ୍ରୀଙ୍କ ପୁଅଙ୍କ ନାମ ଜଡ଼ିତ ରହିଛି । ରାଜସ୍ଥାନ (Rajasthan) ର ଅଶୋକ ଗେହଲଟ୍ ସରକାର (Ashok Gehlot Government) ରେ ଜଳ ବିଭାଗର ମନ୍ତ୍ରୀ ମହେଶ ଯୋଶୀ (Mahesh Joshi) ଙ୍କ ପୁଅ ରୋହିତ ଯୋଶୀ (Rohit Joshi) ଙ୍କ ବିରୋଧରେ ଜଣେ ମହିଳା ସାମ୍ବାଦିକ ଦୁଷ୍କର୍ମ ମାମଲା (Rape Case) ଦାୟର କରିଛନ୍ତି । ଏହି ମହିଳା ସାମ୍ବାଦିକ ଦିଲ୍ଲୀର ସଦର ବଜାର ପୋଲିସ ଷ୍ଟେସନରେ ରୋହିତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଯାହା ଉପରେ ଦିଲ୍ଲୀ ପୋଲିସ (Delhi Police) ଜିରୋ ଏଫଆଇଆର ରୁଜୁ କରି ଏହାକୁ ରାଜସ୍ଥାନ ପୋଲିସ (Rajasthan Police) କୁ ପଠାଇଛି ।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନର ଶକ୍ତିଶାଳୀ ମନ୍ତ୍ରୀମାନଙ୍କ ମଧ୍ୟରେ ମହେଶ ଯୋଶୀଙ୍କୁ ଗଣାଯାଏ, କାରଣ ସେ ରାଜ୍ୟର ସିଏମ୍ ଅଶୋକ ଗେହଲୋଟ (Ashok Gehlot) ଙ୍କ ଅତି ନିକଟତର । ଯୋଶୀ ପ୍ରଥମ ସରକାରୀ ମୁଖ୍ୟ ସଚେତକ ଥିଲେ ଓ କିଛି ମାସ ପୂର୍ବରୁ କ୍ୟାବିନେଟର ସମ୍ପ୍ରସାରଣରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା । ମହେଶ ଯୋଶୀଙ୍କ ପୁଅ ରୋହିତ କଂଗ୍ରେସରେ ବହୁତ ସକ୍ରିୟ ଓ ସେ ଜଣେ ପିସିସି ସଦସ୍ୟ ମଧ୍ୟ ଅଟନ୍ତି । ଏହା ବ୍ୟତୀତ ରୋହିତଙ୍କୁ ତାଙ୍କ ପିତାଙ୍କ ସହ ଅନେକ ସାର୍ବଜନୀନ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳିଛି ।


ରୋହିତଙ୍କ ସହ ଜଡିତ ଏହି ଦୁଷ୍କର୍ମ ମାମଲା ବର୍ତ୍ତମାନ ରୁଜୁ ହୋଇସାରିଛି, କିନ୍ତୁ ଏହି ମହିଳା ସାମ୍ବାଦିକଙ୍କ ସହ ତାଙ୍କ ବିବାହର ଚର୍ଚ୍ଚା କିଛି ମାସ ପୂର୍ବରୁ ଶୁଣିବାକୁ ମିଳିଥିଲା । ରୋହିତ ପୂର୍ବରୁ ବିବାହିତ ଓ ତାଙ୍କର ଗୋଟିଏ ଝିଅ ଅଛି । ରୋହିତଙ୍କ ଏହି ମହିଳା ସାମ୍ବାଦିକଙ୍କ ସହ ହୋଇଥିବା ବିବାହର ଚର୍ଚ୍ଚା ସେତେବେଳେ ଅଧିକ ହୋଇଥିଲା, କାରଣ ସେ ଦ୍ୱିତୀୟ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ । ତେବେ ସେତେବେଳେ ଏହା କେବଳ ଚର୍ଚ୍ଚା ହୋଇ ରହିଥିଲା କାରଣ ସେତେବେଳେ କୌଣସି ବିବାଦ ହୋଇ ନଥିଲା ଏବଂ ଉଭୟ ପକ୍ଷ ପୋଲିସରେ ପହଞ୍ଚି ନଥିଲେ ।


ଏହା ବି ପଢ଼ନ୍ତୁ:-ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ଦକ୍ଷିଣ କୋରିଆ ଓ ଜାପାନର ବଢ଼ିଲା ଚିନ୍ତା


ଏହା ବି ପଢ଼ନ୍ତୁ:-ମଦ୍ୟପଙ୍କ ପାଇଁ ଖୁସି ଖବର! ରାଜଧାନୀରେ ଏଣିକି ରାତି ୩ଟା ପର୍ଯ୍ୟନ୍ତ ମିଳିବ ମଦ


ଏହା ବି ପଢ଼ନ୍ତୁ:-'ଆପଣ ୱାୟନାଡରୁ ମଧ୍ୟ ହାରିବେ, ଆସନ୍ତୁ ହାଇଦ୍ରାବାଦରୁ ନିଜ ଭାଗ୍ୟ ପରୀକ୍ଷା କରନ୍ତୁ', ରାହୁଲଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ


 


କିନ୍ତୁ ବର୍ତ୍ତମାନ ହଠାତ୍ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି । ଏହି ମହିଳା ସାମ୍ବାଦିକ ଅଭିଯୋଗ ଆଣିଛନ୍ତି ଯେ, ରୋହିତ ତାଙ୍କୁ ସୱାଇ ମାଧୋପୁରକୁ ନେଇ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ଓ ଏହାର ଅଶ୍ଳୀଳ ଫଟୋ ଏବଂ ଭିଡିଓ ରେକଡିଂ କରିଛନ୍ତି । ଏହା ବ୍ୟତୀତ ଏହି ମହିଳା ରୋହିତ ଯୋଶୀଙ୍କୁ ତାଙ୍କ ପରିବାରକୁ ଶେଷ କରିବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅନୁଯାୟୀ ସେ ରୋହିତ ଯୋଶୀଙ୍କ ସହ ଫେସବୁକ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ 


ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ରୋହିତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ସେତେବେଳେ ସେ ଜୋରଜବରଦସ୍ତି ଗର୍ଭପାତ କରାଇଥିଲେ । ଯେତେବେଳେ ଏହି ଘଟଣାରେ ମନ୍ତ୍ରୀ ମହେଶ ଯୋଶୀ ଓ ତାଙ୍କ ପୁଅ ରୋହିତ ଯୋଶୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ମନ୍ତ୍ରୀ ମହେଶ ଯୋଶୀ ରାଜସ୍ଥାନରୁ ବାହାରକୁ ଯାଇଥିଲେ । ରୋହିତ ଯୋଶୀ କେଉଁଠାରେ ଅଛନ୍ତି ସେ ବିଷୟରେ ତାଙ୍କ ଘରୁ କୌଣସି ସୂଚନା ଦିଆଯାଇ ନାହିଁ ।