Crime News In Odia: ଆତ୍ମରକ୍ଷା ପାଇଁ ତାନ୍ତ୍ରିକର ପ୍ରାଇଭେଟ ପାର୍ଟ (private parts) କାଟିଲେ ମହିଳା (woman chopped off a man private part) ।  ମହିଳାଙ୍କୁ (woman ) ଏକାକୀ ଦେଖି ଦୁଷ୍କର୍ମ (rape ) କରିବ ବୋଲି ଭାବିଥିଲା ତାନ୍ତ୍ରିକ । ହେଲେ ମହିଳାଙ୍କ ସାହାସ ଆଗରେ ହାର ମାନିଲା ତାନ୍ତ୍ରିକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆସାମର (Assam)ର ମୋରିଗାଁଓରେ (Morigaon) । ତାନ୍ତ୍ରିକର ଗୁ୍ପ୍ତାଙ୍ଗ କାଟିବା ପରେ ଏହାକୁ ଥାନାରେ ନେଇ ପହଞ୍ଚିଥିଲେ ମହିଳା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ଅଭିଯୁକ୍ତ ତାନ୍ତ୍ରିକ ଜଣକ ହେଲା ଉସମାନ ଅଲ୍ଲୀ । ତେବେ, ଭଣ୍ତ ତାନ୍ତ୍ରିକ ଉସମାନର ଘର (Darrang district) ଡାରନ୍ ଜିଲ୍ଲାରେ ବୋଲି ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING


କଣ ଥିଲା ପୁରା ଘଟଣାକ୍ରମ ,ଜାଣନ୍ତୁ: 


ଆସାମ ମୋରିଗାଓଁ ଜିଲ୍ଲାର ଭୁରାଗାଓଁ ଥାନା  ଅନ୍ତର୍ଗତ (Baralimari) ବରାଲିମ୍ରି ଗାଁରେ ରୁହନ୍ତି ଜୈନିକ ମହିଳା । ମହିଳା ଜଣକ ଦୀର୍ଘ ଦିନ ଧରି ସ୍ବାସ୍ଥଗତ ସମସ୍ୟା କାରଣରୁ ଅସୁସ୍ଥ ଥିଲେ। ଯେତେ ଔଷଧ ଖାଉଥିଲେ ମଧ୍ୟ ସେ ଆରୋଗ୍ୟ ଲାଭ କରୁ ନଥିଲେ। କିନ୍ତୁ ମହିଳାଙ୍କର ଜଣେ ପଡୋଶୀ ତାଙ୍କୁ କଳା ଯାଦୁ ମାଧ୍ୟମରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । ଏନେଇ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ତାନ୍ତ୍ରିକ ଉସମାନ ଅଲ୍ଲୀଙ୍କ ପାଖକୁ ଯାଇଥିଲେ। ସେଠାରେ ସେ ତାନ୍ତ୍ରିକଙ୍କ ଅନୁସାରେ, କିଛି ଔଷଧ ମଧ୍ୟ ଧରି ଘରକୁ ଫେରିଥିଲେ ଏବଂ ଦିର୍ଘ ଦିନ ଧରି ସେହି ଔଷଧକୁ ମଧ୍ୟ ଖାଇଥିଲେ। କିନ୍ତୁ ସେ ଆରୋଗ୍ୟ ହୋଇ ନଥିଲେ । ଫଳରେ ମହିଳା ଜଣକ ପୁଣି ଥରେ, ତାନ୍ତ୍ରିକ ପାଖକୁ ଯାଇଥିଲେ। ଏବଂ ସେଠାରେ ତାନ୍ତ୍ରିକଙ୍କୁ କହିଥିଲେ ଯେ, ତାଙ୍କର ରୋଗ କଣ ପାଇଁ ଭଲ ହେଉନି। ଏନେଇ ତାନ୍ତ୍ରିକ ଜଣକ ତାଙ୍କ ଘରେ କୌଣସି ସ୍ପିରିଟ ଥିବାରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ବୋଲି ମହିଳାଙ୍କୁ କହିଥିଲେ। ଏବଂ ଘରୁ ସେହି ସ୍ପିରିଟକୁ ବାହାର କରିବା ପାଇଁ ମହିଳାଙ୍କୁ ପ୍ରସ୍ତାବ ଦେଇଥିଲେ । ଘରେ କେହି ନ ଥିବା ସମୟରେ ମୋଚେ ଡାକ ଏବଂ ମୁଁ ତମ ଘରୁ ସେହି ସ୍ପିରିଟକୁ ବାହାର କରିବି ବୋଲି ମହିଳାଙ୍କୁ କହିଥିଲେ ଭଣ୍ତ ତାନ୍ତ୍ରିକ । 



ଏଥିରେ ମହିଳା ଜଣକ ରାଜି ହୋଇଥିଲେ। ଏବଂ ସୋମବାର ଦିନ ଘରେ କେହି ନ ଥିବା ସମୟରେ ତାନ୍ତ୍ରିକଙ୍କୁ ଫୋନ୍ କରି ଡାକିଥିଲେ ମହିଳା। ପରେ ମହିଳାଙ୍କୁ ଏକାକୀ ପାଇଁ ଦୁଷ୍କର୍ମ ଉଦ୍ୟମ କରିଥିଲା ଭଣ୍ତ ତାନ୍ତ୍ରିକ । କିନ୍ତୁ ଏହାରୁ ବିରୋଧ କରିଥିଲେ ମହିଳା । କିନ୍ତୁ ଶୁଣି ନଥିଲା ତାନ୍ତ୍ରିକ। ଫଳରେ ସାହାସ ଜୁଟାଇ ମହିଳା ଜଣକ ଘରେ ଥିବା ଛୁରୀରେ ତାନ୍ତ୍ରିକର ଗୁପ୍ତାଙ୍ଗ କାଟିଦଇଥିଲେ । ଏବଂ କଟା ଯାଇଥିବା ଗୁପ୍ତାଙ୍ଗକୁ ମହିଳା ଥାନାକୁ ନେଇ ଯାଇଥିଲେ। ଏବଂ ପୋଲିସ ଆଗରେ ସବୁ ସତକଥା ବଖାଣିଥିଲେ । ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିଛି । ଏବଂ ଘଟଣାସ୍ଥଳରେ ପହଞ୍ଚି ଭଣ୍ତ ତାନ୍ତ୍ରିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗୌହାଟୀକୁ ସ୍ଥାନାନ୍ତର କରାଯାଇଛି । 



ନିକଟରେ ଏଭଳି ଏକ ଘଟଣା କେନ୍ଦୁଝରରେ ମଧ୍ୟ ଦେଖିବାକୁ ମିଳିଥିଲା। କେନ୍ଦୁଝରର ଜଣେ ବିବାହିତା ମହିଳା ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକଙ୍କ ଘର ଝାରବେଡ଼ା ଗାଁରେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ କହିବା ଅନୁଯାୟୀ, ଉକ୍ତ ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ସୂଚନା ଅନୁସାରେ, ମହିଳା ଜଣଙ୍କ ତାଙ୍କୁ ଘରକୁ ଡାକିଥିଲେ। ଏବଂ ତାଙ୍କୁ ମଦ ପିଆଇଥିଲେ। ସେ ଶୋଇଥିବା ଅବସ୍ଥାରେ ମହିଳା ଜଣଙ୍କ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଆହତ ଯୁବକଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ଯୁବକ ଜଣଙ୍କ ଉକ୍ତ ମହିଳାଙ୍କ ଘରେ ପଶି ବୋଧେ ଖରାପ କାମ କରିବାକୁ ଉଦ୍ୟମ କରିଥିଲେ। ଏଣୁ ଘର ଲୋକେ ତାକୁ ଧରି ତା’ର ଗୁପ୍ତାଙ୍ଗରେ ଆଘାତ ଦେଇଥିଲେ ବୋଲି ପୋଲିସ୍‌ କହିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।