Crime News:  ଆମେରିକାର ଜଣେ ଯୁବତୀ ନିଜ ପ୍ରେମକଙ୍କୁ ଛୁରାମାଡ କରିଛନ୍ତି ।  ଏହା ପରେ ପ୍ରେମିକା ଜଣକ ନିଜେ ମଧ୍ୟ ପ୍ରେମିକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।  ପ୍ରେମିକା କହିଛନ୍ତି ଯେ, ପ୍ରେମିକ ତାଙ୍କ ପାଖରେ ଗୋଟିଏ ଶର୍ଯ୍ୟାରେ ଶୋଇଥିଲେ । ହେଲେ ହଠାତ୍, ପ୍ରେମିକଟି ନିଦ ସମୟରେ ତାଙ୍କ ଉପରେ ପରିସ୍ରା କରିଦେଇଥିଲା। ଏହାପରେ ସେ ରାଗିଯାଇ ପ୍ରେମିକ ସହ ଝଗଡା କରିଥିଲେ।  ଦୁଇ ଜଣଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା ।ଫଳରେ ଯୁବତୀ ଜଣକ ଉତ୍ୟକ୍ତ ହୋଇ ପ୍ରେମିକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ତେବେ,ଏହି ଘଟଣାଟି ଆମେରିକାର ଲୁସିଆନା ସହରରେ(Louisiana, USA) ଘଟିଛି ।  ଏକ ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ପୋଲିସକୁ ଖବର ମିଳିଥିଲା ଯେ, ଲୁସିଆନା ସହରରେ ଥିବା ଏକ ଅଞ୍ଚଳରେ ଜଣେ ପ୍ରେମିକା ତାଙ୍କର ପ୍ରେମିକକୁ ଛୁରୀରେ ଆକ୍ରମଣ କରିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଏବଂ ଛୁରାମାଡ ଅଭିଯୋଗରେ ୨୫ ବର୍ଷିୟ  ବ୍ରିଆନା ଲାକୋଷ୍ଟେ(Briana Lacoste)ଙ୍କୁ ପୋଲିସ ଗିରଫ କରିଛି । ଏବଂ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । 


ଉତ୍ୟକ୍ତ ହୋଇ ଛୁରାମାଡ କରିଥିଲା ପ୍ରେମିକା : ବ୍ରିଆନା(Briana Lacoste) ପୋଲିସକୁ କହିଛନ୍ତି ଯେ ସେ ଏବଂ ତାଙ୍କ ପ୍ରେମିକ ସେଦିନ ମଦ୍ୟପାନ କରିଥିଲେ। ପରେ, ଯେତେବେଳେ ତାଙ୍କ ପ୍ରେମିକ ଶୋଇପଡିଲେ,ସେ ଶୋଇବା ସମୟରେ ତାଙ୍କ ଉପରେ ପରିସ୍ରା କରିଦେଇଥିଲେ । ଯାହାକୁ ନେଇ ସେ ରାଗି ଯାଇଥିଲେ। ପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଏବଂ ଝଗଡା ହୋଇଥିଲା , ଏବଂ ତାଙ୍କ ପ୍ରେମିକ ମଧ୍ୟ ତାଙ୍କୁ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲା। ହେଲେ ବଳପୂର୍ବକ ଯୁବତୀ ଖସି ଆସିଥିଲେ। ଏଥିରେ ଅଧିତ ଉତ୍ୟକ୍ତ ହୋଇଯାଇଥିଲେ ସେ । ପରେ ନିୟନ୍ତ୍ରଣ ହରାଇ ସେ ନିଜ ପ୍ରେମିକଙ୍କ ବାମ ହାତକୁ ଛୁରୀରେ ଆକ୍ରମଣ କରିଥିଲେ । ତା’ପରେ ସେ ନିଜେ ପ୍ରଥମେ ଚିକିତ୍ସା କରି ଡାକ୍ତରଖାନା ନେଇଥିଲେ।


Also Read : Terrorist Naushad: ଆତଙ୍କବାଦୀ ନୈଶାଦ ଦେଲେ ଚାଞ୍ଚଲ୍ୟକର ବୟାନ୍, ଦେଶ ବିରୋଧରେ କରିଥିଲା ଏପରି ଷଡଯନ୍ତ୍ର!


Also Read : Crime: କ୍ରୁରତାର ସବୁ ସୀମା ପାର! ୧୫ ବର୍ଷର 'ଝିଅ'କୁ ୪୧ ବର୍ଷୀୟ ପିତା କଲା ଦୁଷ୍କର୍ମ, ଗର୍ଭବତୀ ପରେ...


ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ବରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା । ପ୍ରେମିକାର ଛୁରା ମାଡ଼ରେ ପ୍ରେମିକ ଗୁରୁତର ହୋଇପଡିଥିଲା । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଗୁରୁତର ଆହତ ଯୁବକଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏ ସଂପର୍କରେ ଯୁବକ କିମ୍ବା ତାଙ୍କ ପରିବାରଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇନଥିବା ଜଣାଯାଇନ ଥିଲା ସୂଚନା ଅନୁଯାୟୀ,କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ରାଗରେ ଯୁବତୀଜଣଙ୍କ ଯୁବକଙ୍କ ପେଟରେ ଏକ ପରିବା କଟା ଛୁରି ଭୁସି ଦେଇଥିଲେ । ପରେ ସେ ଯୁବକଙ୍କୁ ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ । ଏ ସଂପର୍କରେ ଜଣାପଡ଼ିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ । ପୋଲିସ ହସ୍ପିଟାଲରେ ପହଞ୍ଚିଥିଲେ ହେଁ ଯୁବକ କିମ୍ବା ତାଙ୍କ ପରିବାରଲୋକଙ୍କ ପକ୍ଷରୁ ଏତଲା ଦିଆନଯିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେବେ ଯୁବକ ସୁସ୍ଥ ହେବା ପରେ ଥାନାରେ ଅଭିଯୋଗ କରାଯିବ ବୋଲି ତାଙ୍କ ପରିବାରଲୋକ କହିଛନ୍ତି ।