ବାଲେଶ୍ୱର: ଛେଳି ଚୋରି ଅଭିଯୋଗରେ ଛେଚା ଖାଇଲେ ଯୁବକ। ହେଲେ ସାଥିରେ ଆସିଥିବା ଅନ୍ୟଜଣେ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏଭଳି ଏକ ଘଟଣା ଜିଲ୍ଲାର ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ଛେଳି ଚୋରି କରି ଖସି ପଳାଉଥିବା ବେଳେ ଚୋରକୁ ଗ୍ରାମବାସୀ ଉତ୍ତମ ମଧ୍ୟମ ଦେବା ସହିତ, ମୋଟର ସାଇକେଲ ଭାଙ୍ଗିଛନ୍ତି। ଆହତ ଚୋରକୁ ପୋଲିସ ମେଡିକାଲ ରେ ଭର୍ତ୍ତି କରିଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ସକାଳେ ନୀଳଗିରି ଥାନା ଧୋବଶିଳା ପଞ୍ଚାୟତ ଅଧିନ କଣ୍ଟାବଣିଆ ଗ୍ରାମରୁ ଏକ ମୋଟର ସାଇକେଲରେ ଛେଳି ଚୋରି କରି ଦୁଇ ଯୁବକ ଦୃତ ଗତିରେ ନୀଳଗିରି ଆଡକୁ ଆସୁଥିଲେ। ଛେଳି ମାଲିକ ରମାକାନ୍ତ ବେହେରା ଓ କିଛି ସ୍ଥାନୀୟ ଲୋକମାନେ ତାଙ୍କ ପିଛା କରିଥିଲେ। ଡାହାଣୀ ମରା ଲେବୁଲ କ୍ରସିଂ ପାଖରେ ଚୋରମାନେ ଭାରସାମ୍ୟ ହରାଇ କଚାଡି ପଡିଯାଇଥିଲେ।


Also Read: ଦାଦାର ପିକଅପ ଭ୍ୟାନ ଚୋରି ଘଟଣାରେ ନୂଆ ମୋଡ, ପୁତୁରାକୁ ବାନ୍ଧିଲା ପୋଲିସ


ଦୁର୍ଘଟଣ ପରେ ଜଣେ ଚୋର ଚମ୍ପଟ ମାରିଥିବା ବେଳେ ଆଉ ଜଣଙ୍କୁ କାବୁ ଲୋକମାନେ କରିଥିଲେ। ଏନେଇ ନୀଳଗିରି ପୋଲିସକୁ ଖବର ଦିଆଯାଇଥିଲା। ଏହା ସହିତ ଉତ୍ୟକ୍ତ ଗ୍ରାମବାସୀ ଚୋରକୁ ଘଟଣା ସ୍ଥଳରେ ଉତ୍ତମ ମଧ୍ୟମ ଛେଚା ମଧ୍ୟ ଦେଇଥିଲେ। ଆଉ ସେମାନେ ଚୋରି ପାଇଁ ବ୍ୟବହାର କରିଥିବା ବାଇକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଚୋରକୁ ଉଦ୍ଧାର କରି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।