ଚିନ୍ନଂ ଜଗନ୍ନାଥ ପାତ୍ର,କଟକ: ମହାନଦୀରୁ (Mahanadi)ଉଦ୍ଧାର ହେବା ପରେ କଟକ ଫେଜ ୨ ଥାନାରୁ (Cuttack Phase2 Police Station)ନିଜ ପତ୍ନୀଙ୍କ ହାତ ଧରି ଘରକୁ ଫେରିଲେ ଅଭିନେତା ଅମ୍ଳାନ ଦାସ (Actor Amlan Das)। ୪ ଘଣ୍ଟା ପରେ ଥାନାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଣ୍ଡର ଟେକିଂ (Undertaking) ଦେବା ପରେ ଘରକୁ ଫେରିଛନ୍ତି ସେ ଏବଂ ତାଙ୍କ ସ୍ତ୍ରୀ ଭୂମିକା (Bhumika)। 


COMMERCIAL BREAK
SCROLL TO CONTINUE READING

ଥାନାରୁ ବାହାରିବା ପରେ ଘରୋଇ ବିବାଦ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଅମ୍ଲାନ। ଦିନ ପାଖାପାଖି ୨ଟା ସମୟରେ କଟକ ନୂଆପାଟଣା ସ୍ଥିତ ମହାନଦୀର ଗର୍ଭରେ ଜଣେ ମହିଳା ଭାସୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଉପସ୍ଥିତ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ନଦୀରେ ପହଁରି ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ସେ ଜଣେ ବରିଷ୍ଠ ଅଭିନେତାଙ୍କ ବୋହୂ ତଥା ଅମ୍ଲାନଙ୍କ ସ୍ତ୍ରୀ ଭୂମିକା ବୋଲି ଜଣାପଡିଥିଲା।



 


ତାଙ୍କୁ ଉଦ୍ଧାର କରାଯିବା ପରେ ଥାନାରେ ହିଁ ରଖାଯାଇଥିଲା। ପରବର୍ତ୍ତି ସମୟରେ ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ଏହାପରେ ଲିଗାଲ୍‌ ଆଡ୍‌କୁ ମଧ୍ୟ ଡକାଯାଇ ଥାନାରେ ଉଭୟଙ୍କ ସହିତ ଆଲୋଚନା କରିଥିଲେ। ଦୀର୍ଘ ୫ ଘଣ୍ଟା ପରେ ସମସ୍ତ ଲିଖିତ କାର୍ଯ୍ୟ ଶେଷ ହେବା ପରେ ପତ୍ନୀଙ୍କ ହାତ ଧରି ଘରକୁ ଯାଇଥିଲେ ଅମ୍ଲାନ।



ଘରକୁ ଯିବା ପୂର୍ବରୁ ଏ ଘଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅମ୍ଲାନ। ଦିପାବଳୀରେ ଆମ ଘରେ ପୂଜା ହୋଇଥିଲା। ସେଥିରେ ବ୍ୟବହୃତ ହୋଇଥିବା ଫୁଲକୁ ପକାଇବାକୁ ଯାଇଥିଲୁ। ମୁଁ ଗାଡିରେ ବସିଥିଲି, ତା ଗୋଡ ଖସିଗଲା। ଏହାକୁ ଦେଖି ମୁଁ ଡେଇଁ ପଡିବାକୁ ବାହାରି ଥିଲି ହେଲେ ଲୋକେ ମୋତେ ଅଟକାଇଦେଲେ। ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କଲୁ ଆଉ ପୋଲିସ ଆସି ଉଦ୍ଧାର କଲା। ଏପରିକି ଘରୋଇ ବିବାଦ ଘଟଣାକୁ ଖଣ୍ଡନ କରିଛନ୍ତି ସେ।