Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2228908

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ୪୬ ଡିଗ୍ରୀ ତାତିରେ ଜଳିଲା ବାଲେଶ୍ୱର । ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

1. Naveen Patnaik Filed Nomination for Hinjili: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନ ପାଇଁ ସେ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଏହା ତାଙ୍କର ଷଷ୍ଠତମ ପ୍ରାର୍ଥୀତ୍ୱ। ୨୦୦୦ ମସିହାରୁ ସେ ଏଠାରୁ ପ୍ରାର୍ଥୀ ହୋଇ ଆସୁଛନ୍ତି। କ୍ରମାଗତ ଭାବେ ୫ଥର ଜିତି ସେ ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି। 

2. CM to Visit Kantabanji and file nomination on 2nd March: ଏଥର ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଲୋକସଭା ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀରୁ ବି ପ୍ରାର୍ଥୀ ହେବେ। ୨ ତାରିଖ ଦିନ ସେ ନାମାଙ୍କନ ପତ୍ର ଦେଖଲ କରିବା କାର୍ଯ୍ୟକ୍ରମ ରହିଛି।  ବିଜେଡି ପକ୍ଷରୁ ଏହି ନିର୍ବାଚନ ମଣ୍ଡଳୀରେ ରାଜନୀତିକ ସ୍ଥିତି ପ୍ରଭାବଶାଳୀ କରିବା ଲାଗି ଲାଗି ଦୁଇଜଣଙ୍କୁ ନୂଆ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ଦୁର୍ଗା ସାମନ୍ତରାୟ ଏବଂ କିଶୋରଚନ୍ଦ୍ର ନାୟକ।  

3. Pranab Prakash Das filed papers for Sambalpur: ବିଜେଡି ହେବି ଓ୍ୱେଟ୍‍ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଜି ନାମାଙ୍କନ ଦାଖଲ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ସେ ଏଥିଲାଗି ସହର ପରିକ୍ରମା କରିଥିଲେ। ସକାଳେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ନେଇ ନିଜ ରୋଡ୍‍ ଶୋ‘ ଆରମ୍ଭ କରିଥିଲେ।  ସମ୍ବଲପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନିଜର ପ୍ରାର୍ଥୀପତ୍ର ଏବଂ ଆବଶ୍ୟକ ନଥିପତ୍ର ପ୍ରଦାନ କରିଥିଲେ।

4. Red Alert for Cuttack and Bhubaneswar: ଟ୍ୱିନ୍‍ ସିଟିକୁ ରେଡ୍‍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ତାପମାତ୍ରା ବଢ଼ୁଥିବାରୁ  ଭୁବନେଶ୍ୱର ଓ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରିଛି ବିଭାଗ। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମେନାରମା ମହାନ୍ତିଙ୍କ ସୂଚନା ଅନୁସାରେ ୩୦ ଓ ୧ ତାରିଖରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ରହିଛି। ଅନେକ ସ୍ଥାନରେ ୪୧ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ। ୩ ତାରିଖରୁ ଦିନର ତାପମାତ୍ରା ୧ରୁ ୨ ଡିଗ୍ରୀ କମ୍‍ ରହିବା ସମ୍ଭାବନା ରହିଛି। ୨ ଓ ୪ ତାରିଖ ଯାଏ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। 

5. Bhubaneswar at 45.4 Today: ଆଜି  ଅପରାହ୍ଣ ସାଢ଼େ ଦୁଇଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଆଜି ଚିହ୍ନଟ କରାଯାଇଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ ସେଲସିୟସ୍‍ ତାପମାତ୍ରା ରେକର୍ଡ କରାଯାଇଛି।

6. Four Naxals Dead:  ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନରେ ପୁଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ଯୋଗୁ ୪ ମାଓବାଦୀ ନିହତ ହୋଇଥିବା ଆଇଜି ପି ସୁନ୍ଦରରାଜଙ୍କ ସୂଚନା। ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ଯୋଗୁ ନିହତ ହୋଇଛନ୍ତି ମାଓବାଦୀ।  

7. Accident on Dhenkanal: ଢେଙ୍କାନାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବ୍ରାହ୍ମଣୀ ନଦୀରୁ ବାଲି ଉଠାଇ ବ୍ରିଜ୍‍ ଉପରୁ ଟକ୍‍ ତଳକୁ ଖସିପଡ଼ିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ତିନିଜଣ ଟ୍ରକ୍‍ ତଳେ ଚାପି ହୋଇଥିବା ସୂଚନା ମିଳିଛି। ଟ୍ରକ୍‍ଟି ବାଲିଚାଲାଣ କରୁଥିଲା। ବ୍ରିଜ୍‍ ଉପରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ବ୍ରିଜ୍‍ ଉପରେ ସ୍କୁଲ୍‍ ପିଲା ଯାଉଥିଲେ। ପିଲାମାନଙ୍କୁ ଠେଲି ତଳକୁ ଖସିଥିବା ଟ୍ରକ୍‍। ଟ୍ରକ୍‍ ଉଠାଗଲା ପରେ କେତେ ଆହତ ହୋଇଛନ୍ତି ତାହା ଜଣାପଡ଼ିବ।

8. 75 Lakhs cash seized at BBI Airport: ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଥିବା ଦୁଇଜଣ ଯାତ୍ରୀଙ୍କଠାରୁ ୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଜଣେ ଚେନ୍ନାଇରୁ ଆଉଜଣେ ଦିଲ୍ଲୀରୁ ଆସିଥିଲେ। ସେମାନଙ୍କ ଲଗେଜ୍‍ ସ୍କାନିଂ ସମୟରେ ଏହି ଟଙ୍କା ଥିବା ଜଣାପଡ଼ିଥିଲା। ନିର୍ବାଚନ ପାଖଇ ଆସୁଥିବାରୁ ଏପରି ବିପୁଳ ପରିମାଣରେ ଟଙ୍କା ଧରାପଡ଼ିବା ଏହୁ ଦୁହିଁଙ୍କୁ ସନ୍ଦେହକୁ ଆଣିଛି। ଦୁଇ ଯାତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚୁରା ଚାଲିଛି। 

9. Priyanka May not fight: ଗାନ୍ଧି ପରିବାରର ଅନ୍ୟତମ ଦାୟାଦ ପ୍ରିୟଙ୍କା ଗାନ୍ଧି ଏଥର ନିର୍ବାଚନ ଲଢ଼ିବେ ନାହିଁ। ରା୍ରୟ ବରେଲି କି ଆମେଠିରୁ ସେ ଏବଂ ତାଙ୍କ ଭାଇ ରାହୁଲ ଗାନ୍ଧି ନିର୍ବାଚନ ଲାଗି ପ୍ରାର୍ଥୀ ହୋଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଗଶମାଧ୍ୟମର ଚର୍ଚ୍ଚା ଅନୁସାରେ ସେ କେବଳ ପ୍ରଚାର କରିବେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ। 

10. JDS suspends its MP: ଜେଡିଏସ୍‍ ଓ ବିଜେପି ସାଂସଦ ପ୍ରଜ୍ଜଳ ରେବନ୍ନାଙ୍କୁ ଦଳରୁ  ନିଲମ୍ବନ କରିଛି  ଜେଡିଏସ୍‍। ତାଙ୍କ ନାଁରେ ଯୌନ କେଳଙ୍କାରୀ ଅଭିଯୋଗ ଆସିବା ପରେ ଦଳ ଏହି ପଦକ୍ଷେପ ନେଇଛି। କର୍ଣ୍ଣଟକ ସରକାର ଏହି ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। ରେବନ୍ନା ଏବେ ଫେରାର ରହିଛନ୍ତି। ତେବେ  ତାଙ୍କ ନାଁରେ ତାଙ୍କ ପାଖରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ପାଖରୁ ମିଳିଥିବା ଏକ ପେନ୍‍ ଡ୍ରାଇଭରେ ୩୦୦୦ରୁ ଅଧିକ ଯୌନ ଭିଡିଓ ଥିବା ଅଭିଯୋଗ ହୋଇଛି।

Also Read- Heat Wave: ରାଜଧାନୀରେ ଖଇଫୁଟା ତାତି, ୨ଟା୩୦ ସୁଦ୍ଧା ୪୫ ଡ଼ିଗ୍ରୀ ପାର୍

Also Read- Indian Navyର ମୁଖ୍ୟ ହେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ