କଟକ: ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଏସସିବି ବଡ଼ ଡାକ୍ତରଖାନାରେ (SCB Hospital) । ଆଜି ଏସସିବି ବଡ଼ ଡାକ୍ତରଖାନାର ସର୍ଜରି ବିଭାଗରେ ଏକ ଫ୍ୟାନ ଖସି ପଡ଼ିବାରୁ ଜଣେ ରୋଗୀ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ସେପଟେ ଗୁରୁତର ଆହତ ହୋଇଥିବା ରୋଗୀ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ୪ ଦିନ ତଳେ ନିଆଁରେ ପୋଡ଼ି ହୋଇଯିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା ।