କେମିତି ବଞ୍ଚିବେ ଜନତା: ଘରେ ନିଆଁ ବାହାରେ ବି ନିଆଁ
ଗାଡ଼ିରେ ଆବଶ୍ୟକତା ଠାରୁ କମ୍ ତେଲ ପକାଇ ଗୁଜୁରାଣ ମେଣ୍ଟାଇବାକୁ ପଡୁଛି । ଆଗକୁ ପେଟ୍ରୋଲ ଦର ଏହିପରି ବଢ଼ିଲେ ବାଇକ୍ ଚଳାଇବା ସମ୍ଭବପର ହେବନି ବୋଲି କହିଛନ୍ତି ସାଧାରଣ ଲୋକେ ।
ଜଗନ୍ନାଥ ପାତ୍ର, କଟକ: ପ୍ରଥମ କରି ପେଟ୍ରୋଲ ଦର ଶହେ ପାର କରିଛି । ସେହିପରି ରନ୍ଧନ ଗ୍ୟାସର ଦର ମଧ୍ୟ ଅହେତୁକ ବୃଦ୍ଧି ଘଟୁଛି । ମହାମାରୀ ସ୍ଥିତିରେ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି, ମଧ୍ୟବିତ୍ତ ପରିବାର ପାଇଁ ଚିନ୍ତାର କାରଣ ହୋଇଛି । ଏଭଳି ଦରଦାମ ବୃଦ୍ଧି ଯୋଗୁଁ ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି କଟକ ବାସିନ୍ଦା ।
ଶେଷରେ ସିଲଭର ସିଟିରେ ୧୦୦ ଟପିଛି ପେଟ୍ରୋଲ (Petrol Price) ଲିଟର ପିଛା ଦର । ପେଟ୍ରୋଲ ଦର ସେଞ୍ଚୁରି ପାର୍ କରିଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ମଧ୍ୟ ବଢ଼ିଛି । ଗାଡ଼ି ନିହାତି ଆବଶ୍ୟକ ହେଉଥିବା ବେଳେ ତୈଳଦର ବୃଦ୍ଧି ଲୋକଙ୍କୁ ଅଡୁଆରେ ପକାଇଛି। ଗାଡ଼ିରେ ଆବଶ୍ୟକତା ଠାରୁ କମ୍ ତେଲ ପକାଇ ଗୁଜୁରାଣ ମେଣ୍ଟାଇବାକୁ ପଡୁଛି । ଆଗକୁ ପେଟ୍ରୋଲ ଦର ଏହିପରି ବଢ଼ିଲେ ବାଇକ୍ ଚଳାଇବା ସମ୍ଭବପର ହେବନି ବୋଲି କହିଛନ୍ତି ସାଧାରଣ ଲୋକେ ।
Also Read: ବିନା ଟଙ୍କାରେ କରନ୍ତୁ ୫ ଥର Recharge, ଜାଣନ୍ତୁ ପୁରା ପ୍ରୋସେସ୍
ପେଟ୍ରୋଲ ସମେତ ରନ୍ଧନ ଗ୍ୟାସ୍ (Gas) ଦର ମଧ୍ୟ ବଢ଼ିଛି । କୋରୋନା ମହାମାରୀ ବେଳେ ଦର ବୃଦ୍ଧି ଗୃହିଣୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ଘରର ବଜେଟକୁ ସନ୍ତୁଳନ କରିବା ଗୃହିଣୀଙ୍କ ପାଇଁ ମୁସ୍କିଲ ହୋଇଛି । ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଟପିଥିବା ବେଳେ ରନ୍ଧନ ଗ୍ୟାସ୍ ୨୫ ଟଙ୍କା ବୃଦ୍ଧି ପାଇ ୮୬୦ ଟଙ୍କାରେ ପହଞ୍ଚିଲାଣି । କୋରୋନା ମହାମାରୀ (Corona Pandemic) ସ୍ଥିତିରେ ବାରମ୍ବାର ଦର ବୃଦ୍ଧି ସିଧାସଳଖ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଉଛି ।