କଟକ: ଆଉ ନାହାଁନ୍ତି ବିପ୍ଳବୀ କବି ରବି ସିଂ । ୮୯ ବର୍ଷ ବୟାସରେ ସେ ଇହଧାନ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ୨୦୧୭ରେ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ମିଳିଥିଲା । ତେବେ ତାଙ୍କ ମୃତ୍ୟୁ ଖବର ଆସିବା ପରେ  କଟକ ନୂଆପଡା ସ୍ଥିତ ବାସଭବନରେ ଭିଡ଼ ଜମିଛି । 


COMMERCIAL BREAK
SCROLL TO CONTINUE READING

ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ରବି ସିଂଙ୍କ ଲେଖା ଥିଲା ବେଶ ଉଚ୍ଚକୋଟିର । ସମାଜର ନିଷ୍ପେସିତ ଏବଂ ଅବହେଳିତ ଲୋକଙ୍କ ସ୍ୱର ସେ ଥିଲେ । ତାଙ୍କ କବିତାରେ ଥିଲା  ଯାଦୁକାରୀ । ଲାଲ ପଗୋଡ଼ାର ପ୍ରେତ, ବିଦୀର୍ଣ୍ଣ, ପଦାତିକ, ଅପ୍ରୀତିକର କବିତା, ବିଷବାଣୀ, ଦୁର୍ଗମ ଗିରି, ସର୍ବହରା ଇତ୍ୟାଦି ଲେଖା ତାଙ୍କୁ ଜଣେ ସୁନାମଧନ୍ୟ କବି ଭାବେ ପରିଚୟ ଦେଇଛି । ସେହିପରି ତାଙ୍କର 'ଚରମ ପତ୍ର' ମଧ୍ୟ ପାଠକଙ୍କ ମଧ୍ୟରେ ଚୀରଦିନ ପାଇଁ ମନେ ରହିବ । 


ତେବେ ତାଙ୍କର ମୃତ୍ୟୁ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । 



 



ଆହୁରି ପଢ଼ନ୍ତୁ; ରାସ୍ତାଘାଟରେ ଟଳି ପଡୁଛନ୍ତି ପଡୋଶୀ...