ରାସ୍ତାଘାଟରେ ଟଳି ପଡୁଛନ୍ତି ପଡୋଶୀ...
Advertisement
Article Detail0/zeeodisha/odisha633956

ରାସ୍ତାଘାଟରେ ଟଳି ପଡୁଛନ୍ତି ପଡୋଶୀ...

ଘାଇଲା କଲାଣି କୋରୋନା, ରାସ୍ତାରେ ଗଡୁଛି ଶବ 

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଚୀନରେ କୋରୋନା ଭାଇରସ ଏତେ ଖତରନାକ ହେବାରେ ଲାଗିଛି ଯେ ବର୍ତ୍ତମାନ ରାସ୍ତାଘାଟରେ ଲୋକେ ବେହସ ହୋଇ ତଳେ ପଡି ଯାଉଛନ୍ତି ଆଉ ତାଙ୍କର ମୃତ୍ୟୁ ମଧ୍ୟ ହେଉଛି । ଏପରି ଭୟାନକ ଖବର ଚୀନରୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢୁଛି । 

'ଦ ସନ୍'ର ରିପୋର୍ଟ ମୁତାବକ ଚୀନର ଉହାନ ସହରରେ ଏପରି ମାମଲା ସାମ୍ନାକୁ ଆସୁଛି । ମାସ୍କ ଲଗାଇ ସାଇକେଲ ଚଳାଇ ରାସ୍ତାରେ ଯାଉଥିବା ଏକ ଲୋକ ହଠାତ ତଳେ ପଡିଯିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ମେଡିକାଲ ଟିମ ତଳେ ପଡିଥିବା ବ୍ୟକ୍ତିଙ୍କ ପାଖରେ ଯାଇ ଦେଖନ୍ତି ତ ତାଙ୍କର ମୃତ୍ୟୁ ହୋଇ ସାରିଛି ।

ଉହାନ ଲୋକଙ୍କ କହିବା ଅନୁସାରେ ସାଇକେଲରେ ଯାଉଥିବା ଲୋକଟି କୋରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି । କାରଣ ଏପରି ଅନେକ ଘଟଣା ବର୍ତ୍ତମାନ ଉହାନ ସହରରେ ଦେଖିବାକୁ ମିଳିଛି । 

ଚୀନରେ ଏଯାବତ୍ ୨୫୯ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ୧୨ ହାଜରରୁ ଉର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଲେଣି । ଘଟଣା ଏତେ ଗୁରୁତ୍ୱପୂର୍ଣ୍ଣ ହେଲାଣି ଯେ ଚୀନ ବଜାରରୁ ମାସ୍କ ଉଭାନ ହୋଇଗଲାଣି । ଲୋକେ ପ୍ରାଣ ବିକଳରେ ମାସ୍କ କିଣି ପିନ୍ଧୁ ଥିବାବେଳେ ମାସ୍କର ଅଭାବ ବଜାରରେ ଅନୁଭୂତ ହେଲାଣି ।