Medical Serviced colapsed:  ମାଲକାନଗିରି: ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାନେଇ ସରକାର ପୁଳା ପୁଳା ପ୍ରତିଶୃତି ଦେଉଛନ୍ତି। ରାଜ୍ୟବାସୀମାନେ କିଭଳି ସହଜରେ ସ୍ୱାସ୍ଥ୍ୟସେବା (Health Service) ପାଇପାରିବେ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ଆପଣାଉଛନ୍ତି। କିନ୍ତୁ ତାହା ଯେ କେବଳ ଅନ୍ଧକୁ ଆଇନା ଦେଖାଇବା ସଦୃଶ। ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ବୋଲି ମାଲକାନଗିରି ଘଟଣାରୁ ପ୍ରମାଣିତ। 


  • COMMERCIAL BREAK
    SCROLL TO CONTINUE READING

    କ୍ବାକକୁ ଗିରଫ କଲା ମାଥିଲି ପୋଲିସ

  • ପୂର୍ବରୁ ଡାଇଭର ଥିଲେ, ପରେ କ୍ବାକ ବନିଥିଲେ


ମାଲକାନଗିରି (Malkangiri) ଅଞ୍ଚଳରେ ମାଥିଲି ବ୍ଲକ ଅନ୍ତର୍ଗତ ଟେମରୁପାଲି ପଞ୍ଚାୟତରେ ଅଜଣା ରୋଗରେ ୧୧ ଜଣଙ୍କ ଜୀବନହାନି ଘଟିଲାଣି। ସପ୍ତାହକ ମଧ୍ୟରେ ୧୧ ଜୀବନ ଯିବା ସରକାରଙ୍କ ଅପାରଗ ପଣିଆକୁ ପଦାରେ ପକାଇଛି। ମିଳିଥିବା ସୂଚନା ମୁତାବକ ଶୁକ୍ରବାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ମାଲକାନଗିରି ମୁଖ୍ୟ ଚିକିତ୍ସାକୁ ସ୍ଥାନାନ୍ତର କରିବା ସମୟ ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସେ ହେଲେ ହଳଦିକୁଣ୍ଡ ଗାଁ ର ମାସା ମାଡ଼କାମି। 


ଅନ୍ୟପକ୍ଷରେ କ୍ବାକ ଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ବେଳେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡିଛନ୍ତି। ଶୁକ୍ରବାର ସଂପୃକ୍ତ କ୍ବାକ କୁ ଗିରଫ କରି ମାଥିଲି ପୋଲିସ ତରଫରୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସାଲିମି ର ନରେନ୍ଦ୍ର ମାଦ୍ରୀ । ସଂପୃକ୍ତ କ୍ବାକଙ୍କ ବିରୋଧରେ ମାଥିଲି ସବଡିଭିଜନ ମେଡିକାଲ ର ଅଧିକାରୀ ମାଥିଲି ଥାନାରେ ଲିଖିତ ଅଭିଯୋଗ ପରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏ ନେଇ ଥାନାରେ ୧୮୨/୨୦୨୨ ଅନୁଯାୟୀ ଅଣ୍ତର ସେକ୍ସନ ୨୭୬/୪୧୭/୪୧୯/୪୨୦ ଆଇପିସି ଦଫା ଅନୁସାରେ ମାମଲା ରୁଜୁ କରାଯାଇଛି । 


ମିଳିଥିବା ରିପୋର୍ଟ ପ୍ରକାରେ , ଗତ କିଛି ଦିନ ହେବ ହଳଦୀକୁଣ୍ତ ଠାରେ ଅଜଣା ରୋଗ ଦେଖିବାକୁ ମିଳିଛି । ହାତଗୋଡ ଫୁଲିବା ସହ ଜ୍ବରରେ ହଠାତ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏପଟେ ଲୋକେ କିନ୍ତୁ ଗୁଣିଆ କିମ୍ବା କ୍ବାକର ଆଶ୍ରୟ ନେଉଛନ୍ତି । ମାଥିଲି ସବଡିଭିଜନର ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ମେଡିକାଲ ଦଳ ହଳଦିକୁଣ୍ତ ଠାରେ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଥିଲେ । ୧୫ ଆକ୍ରାନ୍ତଙ୍କୁ ମେଡିକାଲ ଆସିବାକୁ ପରାମର୍ଶ ଦେଇଥିଲେ । ହେଲେ ଡାକ୍ତରଙ୍କୁ ଭରସା ନ କରି ମାତ୍ର ୪ ଜଣ ରୋଗୀ ମାଥିଲି ସବଡିବିଜନ ମେଡିକାଲରେ ଭର୍ତ୍ତି ହୋଇଥିଲେ । 


ଏପଟେ ଡାକ୍ତରଖାନାର ଫାଇଦ କ୍ବାକ ଏବଂ ଗୁଣିଆ ନେଉଥିବା ଦେଖିବାକୁ ମିଳିଥିଲା । ପରେ ସ୍ବାସ୍ଥ୍ୟ ବିଭାଗ ଆକ୍ସନ ମୋଡ କୁ ଆସିଥିଲା । ମାଥିଲି ଥାନାରେ ମାମଲା ପରେ ସଂପକ୍ତ କ୍ବାକକୁ କୋର୍ଟ ଚାଲାଣ କରାଯାଥିବା ମାଥିଲି ଥାନା ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି। ଏପଟେ ସ୍ବାସ୍ଥ୍ୟ ବିଭାଗ ର ଟିମ୍ ମଧ୍ୟ ଘଟଣାସ୍ଥଳରେ ଲୋକଙ୍କୁ ସଚେତନ କରି ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ଉଦ୍ୟମ କରିଥିବା କହିଛନ୍ତି । ସୂଚନା ଯୋଗ୍ୟ ଯେ , ଗିରଫ କ୍ବାକ ଜଣକ ପୂର୍ବରୁ ଡ୍ରାଇଭର ଥିଲେ ।


ଅଧିକ ପଢନ୍ତୁ: Ganjam Vigilance Raid: ଭିଜିଲାନ୍ସ ପଞ୍ଝାରେ ଦୁଇ କ୍ଲର୍କ