Ganjam Vigilance Raid: ଭିଜିଲାନ୍ସ ପଞ୍ଝାରେ ଦୁଇ କ୍ଲର୍କ
Advertisement
Article Detail0/zeeodisha/odisha1342846

Ganjam Vigilance Raid: ଭିଜିଲାନ୍ସ ପଞ୍ଝାରେ ଦୁଇ କ୍ଲର୍କ

Ganjam Vigilance Raid: ଗଞ୍ଜାମ (Ganjam) ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସ (Berhampur Vigilance) ପକ୍ଷରୁ ଚଢାଉ।

Ganjam Vigilance Raid: ଭିଜିଲାନ୍ସ ପଞ୍ଝାରେ ଦୁଇ କ୍ଲର୍କ

Ganjam Vigilance Raid: ଗଞ୍ଜାମ (Ganjam) ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସ (Berhampur Vigilance) ପକ୍ଷରୁ ଚଢାଉ। ଏହି ଚଢାଉରେ ଧରା ପଡ଼ିଲେ ଦୁଇ ଜଣ ଜୁନିଅର କ୍ଲର୍କ (Junior Clerk। ସେହି ଜୁନିଅର କ୍ଲର୍କ ହେଉଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁଶିଲ କୁମାର ପଟ୍ଟନାୟକ ଓ ଆସିକା ଜୟପୁର ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ପ୍ରଦୀପ କୁମାର ମହାନ୍ତି। ଦୁହେଁ ଜଣେ ଅବସରପ୍ରାପ୍ତ ଲ୍ୟାବ୍ ଆଟେଣ୍ଡାଣ୍ଟଙ୍କ ଠାରୁ ୧୦ ହଜାର ଟଙ୍କା ନେଉଥିବା ବେଳେ ଧରାପଡିଥିଲେ।  

ଆସ୍କା ଅଧୀନ ଜୟପୁର ନୋଡାଲ ହାଇସ୍କୁଲରେ ଗତ ମେ ମାସରେ ଅବସର ନେଇଥିବା ଲ୍ୟାବ୍ ଆଟେଣ୍ଡାଣ୍ଟ କାଳୀ ଚରଣ ପାଣିଗ୍ରାହୀଙ୍କ ଠାରୁ ପେନସନ କାଗଜପତ୍ର କରାଇ ଦେବା ବାବଦକୁ ୧୦ ହଜାର ଟଙ୍କା ମାଗିଥଇଲେ। ଏହି ଟଙ୍କା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ ସୁଶିଲ କୁମାର ପଟ୍ଟାନାୟକଙ୍କୁ ଦେବା ପାଇଁ କହିଥିଲେ। ପରେ ଲ୍ୟାବ୍ ଆଟେଣ୍ଡାଣ୍ଟ ୧୦ ହଜାର ଟଙ୍କା ଉଭୟଙ୍କୁ ଦେଇଥିଲେ। ଏଥିରେ ସୁଶିଲ ଅରାଜି ହୋଇ  ସମସ୍ତ ଟଙ୍କା ଜୁନିଅର କ୍ଲର୍କ ପ୍ରଦୀପ ମହାନ୍ତିଙ୍କୁ ଦେବା ପାଇଁ କହିଥିଲେ। ପରେ ପ୍ରଦୀପ ୧୦ ହଜାର ଟଙ୍କା ମଧ୍ୟରୁ ୩ ହଜାର ଟଙ୍କା ନିଜେ ରଖି ପରେ ବଳକା ୭ ହଜାର ଟଙ୍କା ସୁଶିଲ ପଟ୍ଟନାୟକଙ୍କୁ ଦେଇଥିଲେ। ଟଙ୍କା ଦେଉଥିବା ସମୟରେ ପୂର୍ବରୁ ଖବର ପାଇ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ସୁଶିଲଙ୍କ ଅଫିସ୍ ଆଲମାରୀରୁ କେମିକାଲ ବୋଳା ୧୦ ହଜାର ଟଙ୍କାର ନୋଟ୍ କୁ ଜବତ କରିଥିଲେ। ସମସ୍ତ ପ୍ରମାଣ ପାଇବା ପରେ ନଗଦ ୧୦ ହଜାର ଟଙ୍କା ସହ ଦୁଇ ଜୁନିୟର କ୍ଲର୍କଙ୍କୁ ଗିରଫ କରି ମାମଲା ରୁଜ୍ଜୁ କରିଛି ଭିଜିଲାନ୍ସ। ଅନ୍ୟପଟେ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

କିନ୍ତୁ ଏଠାରେ ଏକ ବଡ ପ୍ରଶ୍ନ ଉଠେ ରାଜ୍ୟରେ ଚିଲିଥିବା ଶିକ୍ଷା ବ୍ୟବସ୍ଥା ଉପରେ। ଶିକ୍ଷା ଭଳି ଏକ ମୌଳିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଏତେ ଅବ୍ୟବସ୍ଥା କଣ ପାଇଁ। ଶିକ୍ଷାର ମନ୍ଦିର ବିଦ୍ୟାଳୟ ଯଦି ଏପରି ଆରାଜକ ତତ୍ତ୍ବଙ୍କ ହାତକୁ ଚାଲିଯାଏ ତେବେ କଣ ହେବ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ। ଏଠି ଶିକ୍ଷକଙ୍କ ଠାରୁ ଶିକ୍ଷା ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିଗ୍ରସ୍ତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡିକୁ ରାଜନୈତିକ ମଇଦାନରେ ପରିଣତ କରିଦେଇଛନ୍ତି। ଅନେକ ସମୟରେ ରାଜ୍ୟରେ ଚାଲିଥିବା ଶିକ୍ଷା ପଦ୍ଧତିକୁ ନେଇ ଅନେକ ପ୍ରଶ୍ନ ଉଠେ। ସବୁପରେ ଯଦି ଏପରି ବାତାବରଣ ଭିତରେ ଶିକ୍ଷାଦାନ ଚାଲେ ତେବେ ପିଲାଙ୍କ ଭବିଷ୍ୟ ସତରେ କଣ ଉଜ୍ଜ୍ବଳ ହେବ, ତାହା ସବୁଠୁ ବଡ ପ୍ରଶ୍ନ?