ପାରଳାଖେମୁଣ୍ଡି: ଚୋରା ଚାଲାଣ ସମୟରେ ପାରଳାଖେମୁଣ୍ଡି ବନ ବିଭାଗ ଦ୍ୱାରା କାଠ ଜବତ । ଏହି ଘଟଣାରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି । ସେହିପରି ଜବତ କାଠର ଅନୁମାନିକ ମୂଲ୍ୟ ୭ ହଜାର ଟଙ୍କା ହେବା ବୋଲି ଜଣାପଡ଼ିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଅଭିଯୁକ୍ତମାନେ ଜଙ୍ଗଲରୁ ଶାଗୁଆନ କାଠ କାଟି ଆନ୍ଧ୍ରକୁ ଚାଲାଣ କରୁଥିବା ଜାଣିବାକୁ ପାଇଥିଲା ବନ ବିଭାଗ । ଏନେଇ ବନ ବିଭାଗ ଅଧିକାରୀ ଚଢ଼ାଉ କରିଥିଲେ । ସୀତାପୁର ନିକଟରୁ ଚୋରା କାଠ ସହ ଏକ ରିକ୍ସାକୁ ମଧ୍ୟ ଜବତ କରାଯାଇଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ ।