ଭୁବନେଶ୍ୱର: ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଶନିବାର ରାଜ୍ୟରେ ପୁଣି ୪,୦୯୦ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୪୧, ୬୫୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୃଷି ବିଧେୟକ: ଜାଣନ୍ତୁ କ'ଣ ରହିଛି ପ୍ରାବଧାନ, କାହିଁକି ହେଉଛି ବିରୋଧ ?


ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୦୫ ଜଣ, ପୁରୀରୁ ୪୧୨ ଜଣ, କଟକରୁ ୩୭୧ ଜଣ ବରଗଡ଼ରୁ ୧୬୯ ଜଣ, ନବରଙ୍ଗପୁରରୁ ୧୬୦ ଜଣ, ସୁନ୍ଦରଗଡ଼ରୁ ୧୫୫ ଜଣ, କେନ୍ଦ୍ରାପଡାରୁ ୧୪୫ ଜଣ, ରାୟଗଡ଼ାରୁ ୧୪୫ ଜଣ, ଯାଜପୁରରୁ ୧୩୯ ଜଣ, ବଲାଙ୍ଗୀରରୁ ୧୨୩ ଜଣ, ଜଗତସିଂହପୁରରୁ ୧୨୧ ଜଣ, କୋରାପୁଟରୁ ୧୨୦ ଜଣ, ମୟୂରଭଞ୍ଜରୁ ୧୧୫ ଜଣ, ସୁବର୍ଣ୍ଣପୁରରୁ ୧୧୦ ଜଣ, ଭଦ୍ରକରୁ ୧୦୪ ଜଣ, ସମ୍ୱଲପୁରରୁ ୯୯ ଜଣ, ଝାରସୁଗୁଡାରୁ ୯୩ ଜଣ, କେନ୍ଦୁଝରରୁ ୯୨ ଜଣ, ବାଲେଶ୍ୱରରୁ ୯୧ ଜଣ, ନୟାଗଡ଼ରୁ ୮୩ ଜଣ, ନୂଆପଡ଼ାରୁ ୭୮ ଜଣ, ଅନୁଗୋଳରୁ ୬୬ ଜଣ, ଗଞ୍ଜାମରୁ ୫୬ ଜଣ, ଢେଙ୍କାନାଳରୁ ୫୦ ଜଣ, କଳାହାଣ୍ଡିରୁ ୪୪ ଜଣ, ମାଲକାନଗିରିରୁ ୪୪ ଜଣ, କନ୍ଧମାଳରୁ ୩୮ ଜଣ, ବୌଦ୍ଧରୁ ୧୮ ଜଣ, ଗଜପତିରୁ ୧୮ ଜଣ, ଦେଓଗଡ଼ରୁ ୧୪ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୧୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।




ଅଧିକ ପଢ଼ନ୍ତୁ:-କେବଳ ଗୋଟିଏ ମାତ୍ର ସୁଯୋଗ, ଆଉ ଏହି ଦେଶକୁ ଦଖଲ କରିନେବ ଚୀନ


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୭୫,୫୫୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୯୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୩୭,୫୬୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୭,୨୩୯ ସକ୍ରିୟ ସଂକ୍ରମିତ ମାମଲା ରହିଛି ।