ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୪,୧୦୧ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୪,୧୦୧ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୭୧,୩୪୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୮୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ସାରା ଦେଶ ସମେତ ଓଡ଼ିଶାରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ରବାର ରାଜ୍ୟରେ ପୁଣି ୪,୧୦୧ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୩୭,୫୬୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-କେବଳ ୪ ମାସ ମଧ୍ୟରେ ଚାକିରି ହରାଇଲେ ୬୬ ଲକ୍ଷ ଇଞ୍ଜିନିୟର୍, ଶିକ୍ଷକ, ଆକାଉଣ୍ଟାଣ୍ଟ ପରି ପେସାଦାର

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୮୨ ଜଣ, କଟକରୁ ୫୫୦ ଜଣ, ପୁରୀରୁ ୨୯୮ ଜଣ, ବଲାଙ୍ଗୀରରୁ ୧୯୩ ଜଣ, ଯାଜପୁରରୁ ୧୬୯ ଜଣ, କେନ୍ଦ୍ରାପଡ଼ାରୁ ୧୩୨ ଜଣ, ସୁବର୍ଣ୍ଣପୁରରୁ ୧୨୧ ଜଣ, ଜଗତସିଂହପୁରରୁ ୧୧୫ ଜଣ, ନବରଙ୍ଗପୁରରୁ ୧୧୫ ଜଣ, ନୂଆପଡ଼ାରୁ ୧୧୨ ଜଣ, କନ୍ଧମାଳରୁ ୧୦୨ ଜଣ, ଗଞ୍ଜାମରୁ ୯୮ ଜଣ, ବରଗଡ଼ରୁ ୯୪ ଜଣ, ରାୟଗଡ଼ାରୁ ୮୯ ଜଣ, ବାଲେଶ୍ୱରରୁ ୮୦ ଜଣ, ସମ୍ୱଲପୁରରୁ ୭୮ ଜଣ, ଭଦ୍ରକରୁ ୭୭ ଜଣ, କେନ୍ଦୁଝରରୁ ୭୭ ଜଣ, କୋରାପୁଟରୁ ୭୫ ଜଣ, କଳାହାଣ୍ଡିରୁ ୭୧ ଜଣ, ଝାରସୁଗୁଡାରୁ ୫୯ ଜଣ, ଢେଙ୍କାନାଳରୁ ୫୨ ଜଣ, ମୟୂରଭଞ୍ଜରୁ ୪୯ ଜଣ, ନୟାଗଡାରୁ ୪୭ ଜଣ, ବୌଦ୍ଧରୁ ୩୮ ଜଣ, ମାଲକାନଗିରିରୁ ୩୪ ଜଣ, ଗଜପତିରୁ ୨୫ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ, ଅନୁଗୋଳରୁ ୧୬ ଜଣ, ଦେଓଗଡ଼ରୁ ୧୦ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୨୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-କେବେ ମିଳିବ କୋରୋନାରୁ ମୁକ୍ତି ? WHO କହିଲା ସବୁକିଛି

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୭୧,୩୪୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୮୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୩୩,୪୬୬ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୭,୧୪୦ ସକ୍ରିୟ ସଂକ୍ରମିତ ମାମଲା ରହିଛି ।