Gandhi Family: ଅବହେଳିତ ଗାନ୍ଧୀ ପରିବାର, କାହିଁକି ପୁରସ୍କାର ପାଉଛନ୍ତି ନବୀନ ସରକାର?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, `ସାଢେ ଚାରି କୋଟି ଓଡିଆ ମୋର ପରିବାର।` ବୋଧେ ଏହି ବାକ୍ୟ କେବଳ ଭାଷଣ ପାଇଁ ଉଦ୍ଦିଷ୍ଟ। କାରଣ ଆଜି ମୁଖ୍ୟମନ୍ତ୍ରୀଙ୍କ ପରିବାରର ଦୁଇ ଜଣ ସଦସ୍ୟ ଅବହେଳିତ। ରାଜ୍ୟର ମଉଡମଣୀ ବୋଲାଉଥିବା ନବୀନ ପଟ୍ଟନାୟକ ଓ ତାଙ୍କ ବିଭାଗୀୟ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଆଜି ରାଇବଣିଆ ଗ୍ରାମର ଗାନ୍ଧୀ ପରିବାରର ଅଲୋଡା ପାଲଟି ଯାଇଛନ୍ତି।
ବାଲେଶ୍ୱର: ରାଜ୍ୟରେ ନବୀନ ସରକାରକୁ ୨୨ ବର୍ଷ ବିତିଲାଣି। ବିକାଶ, ଜନକଲ୍ୟାଣ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଭଳି ପ୍ରତିଟି କ୍ଷେତ୍ରରେ ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହେଉଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରେ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। କ୍ୟାପିଟାଲ ଫାଉଣ୍ଡେସନ ନାମକ ସଂସ୍ଥା ପକ୍ଷରୁ ଏହି ସମ୍ମାନ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ଆୟୋଜନ ମଧ୍ୟ କରାଯାଇଛି। କିନ୍ତୁ ଏସବୁ କାହାପାଇଁ? କେଉଁ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ଉପରେ ପୁରସ୍କାର ମିଳୁଛି? ରାଇବଣିଆ ଗ୍ରାମର ଗାନ୍ଧୀ ପରିବାରର ଅବସ୍ଥା ଦେଖିଲେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, 'ସାଢେ ଚାରି କୋଟି ଓଡିଆ ମୋର ପରିବାର।' ବୋଧେ ଏହି ବାକ୍ୟ କେବଳ ଭାଷଣ ପାଇଁ ଉଦ୍ଦିଷ୍ଟ। କାରଣ ଆଜି ମୁଖ୍ୟମନ୍ତ୍ରୀଙ୍କ ପରିବାରର ଦୁଇ ଜଣ ସଦସ୍ୟ ଅବହେଳିତ। ରାଜ୍ୟର ମଉଡମଣୀ ବୋଲାଉଥିବା ନବୀନ ପଟ୍ଟନାୟକ ଓ ତାଙ୍କ ବିଭାଗୀୟ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଆଜି ରାଇବଣିଆ ଗ୍ରାମର ଗାନ୍ଧୀ ପରିବାରର ଅଲୋଡା ପାଲଟି ଯାଇଛନ୍ତି। ନାଁ ପରେ ସଂଜ୍ଞା 'ଗାନ୍ଧୀ' ଲାଗିଛି, କିନ୍ତୁ ଏମାନେ ଅନ୍ୟ ଗାନ୍ଧୀ ପରିବାର ଭଳି ସୌଭାଗ୍ୟଶାଳୀ ନୁହନ୍ତି। ପ୍ରତିକୂଳ ପରିସ୍ଥିତି ସହିତ ପ୍ରତିଦିନ ମାଆ-ପୁଅଙ୍କ ସଙ୍ଘର୍ଷ ଜାରି ରହିଛି। ହଁ, ଏ ବି ଗୋଟିଏ ଗାନ୍ଧୀ ପରିବାର। ଜୀବନ ଯୁଦ୍ଧରେ ସଂଘର୍ଷ କରି ସଫଳ ସିନା ହୋଇ ପାରି ନାହାନ୍ତି କିନ୍ତୁ ପ୍ରତିକୂଳ ପରିସ୍ଥିତି ସହିତ ଲଢେଇ କରି ଆଶା ଛାଡ଼ି ନାହାନ୍ତି। ୩୫ବର୍ଷର ଦିବ୍ୟାଙ୍ଗ ପୁଅ ପାଇଁ ସତୁରୀ ବର୍ଷ ବୟସରେ ମଧ୍ୟ ମାଆ ଏକାକୀ ଲଢେଇ ଜାରି ରଖିଛନ୍ତି।
Also Read: Life Time Achievement: ଡିସିପି ଜାରି କଲେ ସ୍ବତନ୍ତ୍ର ନିର୍ଦ୍ଦେଶନାମା, ପ୍ରାୟ ୧ ଲକ୍ଷ ଲୋକଙ୍କ
ଏହା ହେଉଛି ବାଲେଶ୍ବର ଜିଲ୍ଲାର ରାଇବଣିଆ ଗ୍ରାମର ମାଆ କୁନି ଗାନ୍ଧୀଙ୍କ ପରିବାରର କଥା। ପୁଅର କଷ୍ଟକୁ ନିଜ ହୃଦୟ ଭିତରେ ଚାପି ରଖି ଆଖିରେ ଲୁହ ଗଡାଇବା ଛଡା କୁନି ଗାନ୍ଧୀଙ୍କ ନିକଟରେ କିଛି ବିକଳ୍ପ ନାହିଁ। କିନ୍ତୁ ଯେଉଁ ମାଆ ତାର ସନ୍ତାନକୁ ଦଶମାସ ଗର୍ଭରେ ଧାରଣ କରି ଶେଷରେ ଜନ୍ମ ଦେଇଥାଏ ସେ କେମିତି ବା ତାର ପିଲାଙ୍କ କଷ୍ଟ ଦେଖିପାରିବ। ମାଆର ଭଲ ପାଇବାରେ ନା ଅଛି ଛଳନା, ନା ଅଛି କପଟ, ନା ଅଛି ସ୍ଵାର୍ଥ। ମାଆ ସବୁବେଳେ ସନ୍ତାନକୁ ନିଃସ୍ଵାର୍ଥପର ଭାବରେ ଭଲ ପାଏ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ବାଲେଶ୍ବର ଜିଲ୍ଲାର ରାଇବଣିଆ ଗ୍ରାମରେ ଦେଖିବାକୁ ମିଳୁଛି।
ବାପା ଆରପାରିରେ, ଆଜି ମାଆ ତା ପୁଅର ଭବିଷ୍ୟତ ପାଇଁ ଚିନ୍ତିତ ଅଛି। କିଏ ବୁଝିବ ତା ଦୁଃଖ କଥା? କିଏ ପୋଛିବ ସେଇ ମାଆ ଆଖିରେ ଲୁହ? ଆଜି ଏହି ପରିବାର ରେ ଗୋଟିଏ ଓଳି ଚୁଲି ଜଳୁଛି ତ ଗୋଟିଏ ଓଳି ଚୁଲି ଜଳୁ ନାହିଁ। ଏହି ଅସହାୟ ଦିବ୍ୟାଙ୍ଗ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି। କାରଣ ଏହି ପରିବାରର ରୋଜଗାର ବୋଲି କିଛି ନାହିଁ। ମାଆ ପାଖରେ ପୁଅର ଚିକିତ୍ସା ପାଇଁ ଅର୍ଥ ବି ନାହିଁ। କେବଳ ଦୁଃଖ ଓ ଯନ୍ତ୍ରଣାର ଆଖିରେ ଆଖିଏ ଲୁହ ଅଛି। ବାର୍ଦ୍ଧକ୍ୟ ଅବସ୍ଥାରେ ମାଆ କୁନି ଗାନ୍ଧୀଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଗୁଡୁ ଥିବା ବେଳେ ବାପା ଛେଉଣ୍ଡ ପୁଅ ତପନ ଗାନ୍ଧୀ ଜନ୍ମରୁ ଭିନ୍ନକ୍ଷମ ହୋଇ ୩୫ ବର୍ଷ ହେଲା ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି।
Also Read: ଲାଞ୍ଚ ଦେଇ ନ ପାରି ବନ୍ଧକ ରଖୁଛନ୍ତି ମମତା କାର୍ଡ, ଏପରି ଚାଲିଛି ସରକାରୀ ଯୋଜନା
ଯେଉଁ ବୟସରେ ପୁଅ ମାଆକୁ ପାଳିବା ପୋଷିବା କଥା ସେଇ ବୟସରେ ମାଆ ଆଜି ପୁଅ ପାଇଁ ଚିନ୍ତିତ। ଚାଉଳ ଓ ଭତ୍ତା ଦେଇ ପ୍ରଶାସନ କାମ ସାରିଦେଇଛି। କିନ୍ତୁ ମାଆ ପୁଅ ଏବେବି ଗୋଟିଏ ଭଙ୍ଗା ମାଟି ଛପର ଘରେ ଵାସ କରୁଛନ୍ତି। ବର୍ଷା ହେଲେ ଘରେ ପାଣି ପଡୁଛି। ଗୋଟିଏ ପକ୍କା ଘର ପାଇଁ କୁନି ଗାନ୍ଧୀ ସମସ୍ତଙ୍କୁ ନେହୁରା ହେଇଛନ୍ତି। ପୁଅ ତପନ ଶହେ ପ୍ରତିଶତ ବିକଳାଙ୍ଗ ହେଇଥିଲେ ମଧ୍ୟ ତାଙ୍କୁ ୭୦ ପ୍ରତିଶତରର ସାର୍ଟିଫିକେଟ ମିଳିଛି। କେବଳ ଭତ୍ତା ଛଡା ତପନ ଆଉ କିଛି ବିକଳାଙ୍ଗ ସହାୟତା ପାଇନାହାନ୍ତି। ତାଙ୍କର ଚିକିତ୍ସା ପାଇଁ ମାସକୁ ୪ରୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଯାହାର ବୋଝ ଉଠାଇବା କୁନିଙ୍କ ପକ୍ଷେ ସମ୍ଭବ ନୁହଁ, ସେଥିପାଇଁ ସେ ପୁଅର ଚିକିତ୍ସା ପାଇଁ ସରକାରଙ୍କୁ ସରକାରଙ୍କୁ ନିବେଦନ କରିଛନ୍ତି।