ଏକ ଵିଲୀଇ ପାଇଁ ଚାଲିଛି ହୋମ ଜଜ୍ଞ ଓ ଗୀତାପାଠ, ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରି ଜଜ୍ଞ କୁଣ୍ଡରେ ଘିଅ ଢାଳି ପୂଜାର୍ଚ୍ଚନା କରୁଛନ୍ତି। ଘଟଣାଟି  ଜାରକା ଅଂଚଳର ଅଟେ । ଗୋପବନ୍ଧୁ ଛକ ରେ ରହୁଥିବା ନିର୍ମଳ ପଣ୍ଡାଙ୍କ ଘରେ ଏହି ଯଜ୍ଞ ଚାଲିଛି। ସୂଚନା ମୁତାବକ ନିର୍ମଳଙ୍କ  ଘରକୁ କିଛି ବର୍ଷ ପୂର୍ବେ ଅଚାନକ ଏକ ବିଲେଇ ଚାଲିଆସିଥିଲା । ତାଙ୍କ ପତ୍ନୀ ସରୋଜିନୀ ତାକୁ ଲାଳନ ପାଳନ କରିଥିଲେ। ଫଳରେ ସେ ବିଲେଇଟି ଆଉ ସରୋଜିନୀଙ୍କ ଘର ଛାଡି ଯାଇନଥିଲା । ସମୟ କ୍ରମେ ଧିରେ ଧିରେ ଏହି ବିଲେଇର ବଂଶ ବୃଦ୍ଧି ହେବା ସହ ସରୋଜିନୀ ସେମାନଙ୍କୁ ଲାଳନପାଳନ କରିଥିଲେ। ନିଜର ଘରକାମ ସହ ସରୋଜିନୀ ଏହି ବିଲେଇମାନଙ୍କୁ ଗାଧେଇଦେବା, ଖାଇବାକୁ ଦେବା ସହ ନିଜ ପିଲାଙ୍କ ପରି ତାଙ୍କୁ ଭଲ ଭାବେ ଲାଳନ ପାଳନ କରୁଥିଲେ।


COMMERCIAL BREAK
SCROLL TO CONTINUE READING

 ମାତ୍ର ସରୋଜିନୀଙ୍କ ର ସବୁଠୁ ପ୍ରିୟ ବିଲେଇ ଗୌରାଙ୍ଗ ସୁନା କେଉଁଆଡେ ଛଅମାସ ହେବ ଚାଲିଯାଇ ଆଉ ଘରକୁ ଫେରିନଥିଲା । ଫଳରେ ସରୋଜିନୀ ଦୁଃଖରେ ଭାଙ୍ଗିପଡିଥିଲେ। ନିଖୋଜ ବିଲେଇଟି ପ୍ରାଣ ହରାଇଥିବା ଆଶଙ୍କା କରି ପଶୁ ଜନ୍ମରୁ ତାକୁ ମୁକ୍ତି ଦେବା ପାଇଁ  ନିଜଘରେ ଗୀତା ଜଜ୍ଞର ଆୟୋଜନ କରିଥିବା ଖବର ସାମ୍ନାକୁ ଆସିଛି। ଏହି ସମୟରେ ତାଙ୍କ ଘରେ  ବିଭିନ୍ନ ସମୟରେ ଉତ୍ତୋଳନ କରାଯାଇଥିବା  ବିଲେଇ ମାନଙ୍କ ଫଟୋଚିତ୍ରକୁ  ସେଠାରେ ସ୍ଥାନିତ କରାଯାଇଥିବା ଦେଖିବାକୁ ମିଳିଥିଲା । ସାମ୍ପ୍ରତିକ ସମୟରେ  ମଶିଷ ପଶୁ ପ୍ରତି ହିଂସ୍ର ଆଚରଣ କରୁଥିବା ବେଳେ ସରୋଜିନୀଙ୍କ  ବିଲେଇ ପ୍ରତି ମମତା, ସ୍ନେହ ,ଶ୍ରଦ୍ଧା ଆଗରେ ମଣିଷ ପଶୁ ସମସ୍ତେ ସମାନ  ବୋଲି ପ୍ରମାଣିତ କରୁଛି । ଏହି ଘଟଣା ସମଗ୍ର ଜିଲାରେ ଚର୍ଚ୍ଚା ର ବିଷୟ ପାଲଟିଛି।