(ରିପୋର୍ଟ -ସନ୍ଦିପ୍ତ ରାୟ,ଯାଜପୁର )


COMMERCIAL BREAK
SCROLL TO CONTINUE READING

ଯଦିଓ ସୁଲତା ଦେଓ ତତ୍କାଳୀନ ବିଜେଡି ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଗୁଡ଼ ବୁକରେ ଥିଲେ ମଧ୍ୟ ତାଙ୍କୁ ଶେଷରେ ନିରାଶ ହେବାକୁ ପଡିଥିଲା।ଶେଷ ରେ ବରୀ ବିଧାନ ସଭା ଆସନ ଟିକେଟ ଆଶା ଛାଡି ରାଜ୍ୟ ରାଜନୀତି ଆଡକୁ ମନ ବଳାଇଥିଲେ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ ହୋଇ ବିଜେଡ଼ି ପାଇଁ କାମ କରି ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ଜଣେ ତୃଣମୂଳ ସ୍ତରରୁ ଆସି ବିଜେଡିର ଶୃଙ୍ଖଳିତ କର୍ମୀ ଭାବେ କାମ କରି ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ସେଥିପାଇଁ ପ୍ରଥମେ ତାଙ୍କୁ ବିଜେଡିର ମୁଖପାତ୍ର ଭାବେ ନିଯୁକ୍ତି ଦିଆ ଯାଇଥିଲା। ମୁଖପାତ୍ର ଭାବେ ବିଭିନ୍ନ ଫୋରମ ରେ ଯୋଗ ଦେଇ  ଦଳର ଭାବମୂର୍ତି ପାଇଁ ଗଠନ ମୁଳକ ଯୁକ୍ତି ଉପସ୍ଥାପନ କରି ନିଜର ଦକ୍ଷତା ପ୍ରତିପାଦନ କରି ପାରିଥିଲେ। ଏହା ପରେ ରାଜ୍ୟ ସରକାର ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ର ଉପଦେଷ୍ଟା ଭାବେ  ନିଯୁକ୍ତି ଦେଇଥିଲେ। 


ନିକଟରେ ଅନୁଷ୍ଠିତ ବି ଏମ ସି ନିର୍ବାଚନରେ ମେୟର ପଦବୀ ପାଇଁ ସେ ଅନ୍ୟତମ ଦାବିଦାର ବୋଲି ଚର୍ଚ୍ଚା  ହେଉଥିଲା। କିନ୍ତୁ ସେହି ଆସନ ସୁଲୋଚନା ଦାସ ଙ୍କୁ ଦିଆଯିବା ପରେ ମଧ୍ୟ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ। ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସୁଲତାଙ୍କ ନାଁ ଘୋଷଣା ହେବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୁଲତାଙ୍କୁ ଏଭଳି ସରପ୍ରାଇଜ ମିଳିବା ପଛରେ ସୁଲତାଙ୍କ ଶୃଙ୍ଖଳିତ ଆଚରଣ ଓ ନିରନ୍ତର ଦଳୀୟ କାର୍ଯ୍ୟରେ ସମର୍ପଣ ବୋଲି ଚର୍ଚ୍ଚା ହେଉଛି। ସେ ଯାହା ବି ହେଉ ଜଣେ ସାଧାରଣ ପରିବାର ରୁ ବୋହୁ ହୋଇ ସରପଞ୍ଚ ରୁ ସଂସଦ ପର୍ଯ୍ୟନ୍ତ ପହଂଚି ପାରିବା କମ ପ୍ରଶଂସା ର କଥା ନୁହେଁ।