Odisha News:  ସୁନ୍ଦରଗଡ଼ ଟାଉନ ଯୁବ ବିଜେଡ଼ି ସଭାପତି(BJD youth leader) ଧୀରଜ ପ୍ରସାଦଙ୍କ(Dhiraj Prasad) ଆତ୍ମହତ୍ୟା । ବୁଧବାର ଦିନ ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏନେଇ ଖୋଲତାଡ଼ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଆଜି ଅର୍ଥାତ୍ ବୁଧବାର ଦିନ ସକାଳ ସମୟରେ ଟାଉନ ଥାନା ରାଜବାଟି ନିକଟ ଘରୁ ଧୀରଜଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଧୀରଜ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବ ବିଜେଡ଼ି ସଭାପତିଙ୍କ ମୃତଦେହ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ମେଡ଼ିକାଲକୁ(Sundargarh Medical) ପଠାଇଛି । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପ୍ରକାଶଥାଉ କି, ମଙ୍ଗଳବାର ଦିନ ଧୀରଜ ତାଙ୍କ ସାଙ୍ଗମାନଙ୍କ ସହ ଖୁସିରେ ସମୟ ବିତାଇଥିଲେ । ତେବେ ସେ ସମୟରେ ସେ କୌଣସି ମାନସିକ ଚିନ୍ତାରେ ଥିବା ନେଇ ପୋଲିସ ତଦନ୍ତରୁ ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ପ୍ରକାଶ ଥାଉ କି, ବିଳମ୍ବିତ ରାତିରେ ଧୀରଜ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ହ୍ବାଟ୍ସଆପରେ ଏକ ଷ୍ଟାଟସ୍(Whatsapp Status) ଦେଇଥିଲେ । ସେ ଏହି ଷ୍ଟାଟସ୍ (Status)ରେ ଲେଖିଥିଲେ ଯେ “Sorry All of You” । ତେବେ ଆଜି ସକାଳ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଯୁବ ନେତାଙ୍କ ଅଚାନକ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ସହ ଶତାଧିକ ବିଜେଡି କର୍ମୀ ଧୀରଜଙ୍କ(Dhiraj Prasad) ବାସଭବନରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ସୂତ୍ରରୁ ପ୍ରକାଶ ଯେ, ପ୍ରସାଦ ଜଣେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଲୋକାଭିମୁଖୀ ନେତା ଭାବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ । କେଉଁ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଘଟଣା ପରେ ବିଜେପି ନେତାମାନେ ଶୋକ ପ୍ରକାଶ କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Also Read- Crime News: ପ୍ରେମିକକୁ ଘରକୁ ଡ଼କାଇ ଖଣ୍ତ ଖଣ୍ତ କଲା ପ୍ରେମିକା, ପଛରେ ରହିଥିଲା ଏହି କାରଣ


Also Read- Gold Price Today: ଭାଙ୍ଗିଲା ସମସ୍ତ ରେକର୍ଡ: ସୁନା-ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି, ଜାଣନ୍ତୁ ଆଜିର ନୂଆ ରେଟ୍