ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଦିବ୍ୟାଙ୍ଗ ଶିଶୁଟିର କଥା କହିବାକୁ ଯାଉଛୁ, ଯେକି ଜନ୍ମ ରୁ ଦୃଷ୍ଟିଶକ୍ତି ହୀନ ହୋଇ ଜନ୍ମ ନେଇଛି ସତ, ହେଲେ ସେ ତାହାର ଘ୍ରାଣ ଶକ୍ତି ଓ କୋମଳ ହାତ ରେ ଛୁଇଁ ଦେଇ ସମସ୍ତ ଙ୍କୁ ବେଶ ସହଜରେ ଚିହ୍ନି ପାରୁଛି। ଆଉ ସେମାନଙ୍କ  ନାଁ ଧରି ଡାକି ପାରୁଛି। ତେବେ ଆଖିରେ ଦେଖିବା ଠାରୁ ବିନା ଦୃଷ୍ଟି ଶକ୍ତିରେ ଅଧିକ କିଛି କାମ କରି ପାରୁଛି। ଆଉ ତାହାଠାରୁ ଅନେକ ଗୁଣର ଅଧିକାରୀ ଅନ୍ଧ ବିସ୍ମୟ ଗରିବ ବାଳକ।  
  ସାଲେପୁର ବାରିଗୋଲ ଗାଁ ରେ ଜନ୍ମ ନେଇଥିବା ସେହି ଶିଶୁ ଜଣଙ୍କ ହେଲେ ଶେଖ ଇସମାଇଲ ବୟଷ ଏବେ ତାଙ୍କୁ 9 ବର୍ଷ. ବାପା ତାଙ୍କର ଜଉର ମହମ୍ମଦ ଓ ମାଆ ହେଲେ ନଜୁନାରା ବିବି। ଜଉର ଭୁବନେଶ୍ୱର ର ଓଲ୍ଡିଂଗ୍ କାମ କରି ପରିବାର ଚଳାଇ ଥାନ୍ତି। ଦୁଇ ପିଲା ଙ୍କ ମଧ୍ୟରୁ ଇସମାଇଲ ତାଙ୍କର ବଡ଼ ପୁଅ ମାତ୍ର ଜନ୍ମରୁ ଦୃଷ୍ଟି ଶକ୍ତି ହରେଇ ଥିବାରୁ ସେ ବହୁ ଚିନ୍ତାରେ ଥିଲେ ବାପା ମା। ଯେତେବେଳେ ଇସ ମାଇଲ କୁ 5 ବର୍ଷ ହେଲା, ସେତେ ବେଳେ ଟିଭି ଓ ମୋବାଇଲରୁ ଵିଭିନ୍ନ ଗୀତ ଶୁଣି ମନେ ରଖି ବୋଲିବାକୁ ଲାଗିଲା। ଏହି ପ୍ରତିଭାକୁ ଦେଖି ବାପା ତାଙ୍କୁ ଭୁବନେଶ୍ୱର ଭୀମ ଭୋଇ ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ। ଏବେ ସେ ସେଠାରେ ପଢ଼ୁଛନ୍ତି ।


COMMERCIAL BREAK
SCROLL TO CONTINUE READING

କିନ୍ତୁ ସେ ଏବେ ଶୁଣି ଶୁଣି ହିନ୍ଦୀ ହେଉ, ବଙ୍ଗାଳି ହେଉ କି ଓଡ଼ିଆ ଗୀତ ଏତେ ସୁନ୍ଦର ଭାବେ ଗାଇ ପାରୁଛି। ଯାହାକୁ ଶୁଣିବାକୁ ବାଟରେ ଯାଉଥିବା ଲୋକଟିଏ ଅଟକି ଯାଉଛି। ଦିବ୍ୟାଙ୍ଗ ବୋଲି ତାହାର ମନରେ ଟିକେ ହେଲେ ଦୁଃଖ ନାହିଁ। ଦୃଢ଼ ଇଛାଶକ୍ତି ରହିଛି ଇସମାଇଲ ପାଖରେ, ସେ କାହା ଉପରେ ନିର୍ଭରଶୀଳ ନୁହେଁ। ଆଜି ଇସମାଇଲ ଈଶ୍ୱର ଅଥବା ଆଲ୍ଲା ଙ୍କ ଆଶୀର୍ବାଦରୁ ହିଁ ସେ ଏତେ ଗୁଣର ଅଧିକାରୀ ହୋଇ ପାରିଛି। ବାପା ମା ଇସ୍ଲାଇମ ପାଇଁ ଆଉ ଚିନ୍ତିତ ନାହାନ୍ତି, ପୁଅକୁ ନେଇ ଗର୍ବ ଅନୁଭବ କରୁଛନ୍ତି। ହେଲେ ଗରିବ ପରିବାର ପାଇଁ ଗୋଟିଏ ଦୁଃଖ ପରିବାର ଆର୍ଥିକ ସ୍ଥିତି। ଇସ୍ଲାଇମ ଭଳି ଦିବ୍ୟାଙ୍ଗ ଶିଶୁ ପୁତ୍ରର ଏଭଳି ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଯଦି ସରକାରୀ ସ୍ତରରେ କିଛି ସହଯୋଗ ମିଳନ୍ତା ତାହଲେ ପିଲାଟି ଆହୁରି ଆଗକୁ ଯାଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯାହାକି ଅନ୍ୟ ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରନ୍ତା।