Cuttack
କେନ୍ଦ୍ରାପଡା କେନାଲ କହେ କଟକର ଇତିହାସ
ଜଳସେଚନ ଓ ବାଣିଜ୍ୟ କାରବାରର ସେହି ଏକମାତ୍ର ବିକଳ୍ପ ଏବେ ବିପଦରେ । କେନାଲ ଉପରେ ଆମଦାନୀ ରପ୍ତାନି, ପରିବହନ ଓ ଆର୍ଥିକ ସ୍ଥିତି ନିର୍ଭର କରୁଥିଲା। ଆମ ରାଜ୍ୟର ସର୍ବ ପୁରାତନ ବ୍ରିଟିଶ ଅମଳର ଏହି କେନାଲ ବ୍ୟବସ୍ଥା କେବଳ ଏତିକିରେ ସୀମିତ ନଥିଲା ଭାତହାଣ୍ଡି କଥା ବି ବୁଝୁଥିଲା ସେ । ଏକଦା ପେଟରୁ ପକେଟ ପ୍ରଯ୍ୟନ୍ତ ପରିବ୍ୟାପ୍ତ ଥିବା ଏହି କେନାଲ ଏବେ ପରିତ୍ୟକ୍ତ । କିଛି ନହେଲେବି ଏହାର ପୁନରୁଦ୍ଧାର ହେଲେ ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରନ୍ତା ।
Jun 4,2022, 20:05 PM IST
Salepur
ବିସ୍ମୟ ଅନ୍ଧ ଗରିବ ବାଳକ, ଏତେ ଆତ୍ମବିଶ୍ୱାସ ଏତେ କରିସ୍ମା ଭଗବାନଙ୍କୁ ଜଣା
(ଦୀପକ ଦାସ, ସାଲେପୁର ) - ନିୟତିର ଖେଳ ବଡ଼ ବିଚିତ୍ର କାହାକୁ କେଉଁ ରୁପରେ ଗଢି ତୋଳେ, ଆଉ କାହାକୁ କେଉଁ ଗୁଣର ଅଧିକାରୀ କରିଦିଏ ସବୁ ତାହାରି ଦୟା. କଥାରେ କହନ୍ତି ଈଶ୍ୱରଙ୍କ ଲୀଳା ସେଇ ଈଶ୍ୱରଙ୍କୁ ହିଁ ଜଣା, ଜ୍ଞାନୀ ନଜାଣି ତାହା ଲୀଳା ହୁଏ କେବଳ ବାଟ ବାଣା…….ଈଶ୍ୱର ବା ଆଲ୍ଲା ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ତାଙ୍କରି ଏହି ହାତଗଢ଼ା ଦୁନିଆରେ ଯାହା ଘଟେ କେବଳ ସେଇ ଈଶ୍ୱର ବା ଆଲ୍ଲାଙ୍କ ନିର୍ଦ୍ଧେଶରେ ଘଟେ ଆଉ ସେ ଯାହାକୁ ଯେଉଁ ଭାବେ ସୃଷ୍ଟି କରିଥାନ୍ତି, ଏହାସହିତ ତାକୁ ସେହି ଅନୁସାରେ ସମସ୍ତ ଗୁଣର ଅଧିକାରୀ କରି ଛାଡିଥାନ୍ତି।
May 26,2022, 11:29 AM IST
କଟକକୁ ମହାବିପତ୍ତି! ମାନଚିତ୍ରରୁ ହଜିଯିବ ଚିତ୍ରୋତ୍ପଳା ନଦୀ
ଜଳବାୟୁ ପରିବର୍ତ୍ତନ, ବୃକ୍ଷଲତା କ୍ଷୟ ପାଇଁ ପୃଥିବୀ ଉତପ୍ତ ହେଉଛି। ଏହାର ଘୋର ପ୍ରଭାବ ଆମ ପାରିବେଶ ଉପରେ ପଡିବା ଫଳରେ ଅନେକ ପୁରାତନ ନଦୀର ଧାରା ଶୁଖିଯାଉଛି, ଆଉ ତାହା କାଳକ୍ରମେ ମଲା ନଦୀରେ ପରିଣତ ହେଉଛି। ଉଭୟ ପାର୍ଶ୍ବର ତାର ମଧ୍ୟ ସବୁଜିମା ବନାନୀ ନଷ୍ଟ ହେଉଛି ଓ ଉପକୂଳ ଜନବସତିର ଲୋକେ ଜଳକଷ୍ଟରେ ହନ୍ତସନ୍ତ ହେଉଛନ୍ତି। ଏଭଳି ମଲା ନଦୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ନିକଟରେ ଦୋଖିବାକୁ ମିଳିଛି।
May 4,2022, 16:16 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.