boita bandan festival: ପାରାଦୀପ (ନାରାୟଣ ବେହେରା): ପାରାଦୀପ ବନ୍ଦର ପକ୍ଷରୁ ଆଜି ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ସହିତ ବନ୍ଦର ଦିବସ ପାଳନ କରାଯାଇଛି। ଏହି ଅବସରରେ ବନ୍ଦର ଅଧକ୍ଷ ସାତ ସାଧବପୁଅଙ୍କ ହାତରେ ଶୁଭ କଳସ ପ୍ରଦାନ କରିବା ପରେ ସାତ ସାଧବାଣୀ ସେମାନଙ୍କର ଶୁଭ କାମନା କରି ମେଲାଣି ଦେଇଥିଲେ। ପରେ ପାରମ୍ପରିକ ସଂସ୍କୃତିକୁ ବଜାଏ ରଖି ସାଧବପୁଅମାନେ ବୋଇତ ନେଇ ଦରିଆକୁ ଯାଇଥିଲା। ତେବେ ଏହି ଅବସରରେ ପାରାଦୀପ ବନ୍ଦର ଆଗାମୀ ଆର୍ଥିକ ବର୍ଷରେ ପଣ୍ୟ କାରବାର କ୍ଷେତ୍ରରେ ଦେଶର ସର୍ବ ବୃହତ ବନ୍ଦରର ମାନ୍ୟତା ଲାଭ କରିବ ବୋଲି ଅଧକ୍ଷ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପାରାଦୀପ ବନ୍ଦର ପକ୍ଷରୁ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ରୀତିନୀତୀ ଅନୁଯାୟୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପାରାଦୀପ ବନ୍ଦର ଦିବସ ପାଳନ କରାଯାଇଛି। ତେବେ ପ୍ରତିବର୍ଷ ଏହି କାର୍ତିକ ପୂର୍ଣିମାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ସୁସଜ୍ଜିତ ବୋଇତରେ ସାତ ସାଧବ ପୁଅ ପ୍ରତୀକାତ୍ମକ ଭାବେ ବିଦେଶକୁ ନୌବାଣିଜ୍ୟ କରିବାକୁ ଯାଇଥାନ୍ତି । ବନ୍ଦର ଅଧକ୍ଷ ପି ଏଲ ହାରାନାଦ୍ ତାଙ୍କ ହାତରେ ଶୁଭ କଳସ ପ୍ରଦାନ କଲା ପରେ ସାତ ସାଧବାଣୀ ତାଙ୍କର ନୌବାଣିଜ୍ୟର ସଫଳତା ସହିତ ଶୁଭ କାମନା କରି ବନ୍ଦାପନା କରି ମେଲାଣି ଦେଇଥିଲେ। ତେବେ ଆଜିର ଏଭଳି ଏକ ପାରମ୍ପରିକ ଦିନରେ ବନ୍ଦରର କର୍ମଚାର ଭାବେ ସାଧବପୁଅ ଭାବେ ଏଭଳି ସୁଯୋଗ ପାଇଥିବାରୁ ନିଜକୁ ଗର୍ବ କରୁଥିବା ବେଳେ ସାଧବାଣୀ ବେଶରେ ଥିବା ଝିଅ ମାନେ ମଧ୍ୟ ବହୁତ ଆନନ୍ଦ ଅନୁଭବ କରିଛନ୍ତି ।


ଏହି ଅବସରରେ ପାରାଦୀପ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ଏହି ପାରମ୍ପରିକ ନୌବାଣିଜ୍ୟର ପ୍ରତୀକ ତଥା ଓଡିଆ ସଂସ୍କୃତି ସହିତ ଜଡିତ ଏହି ବୋଇତ ବନ୍ଦାଣ ଉତ୍ସବକୁ ଆନନ୍ଦ ସହକାରେ ଉପଭୋଗ କରିଥିଲେ। ଅପରପକ୍ଷେ ଆଜି ପାରାଦୀପ ବନ୍ଦର ନିଜର ଦଳଗତ କାର୍ଯ୍ୟଦକ୍ଷତା ପାଁଇ ପୂର୍ବ ଭାରତର ଏକ ନମ୍ବର ବନ୍ଦର ରହିଥିବା ବେଳେ ଆଗାମୀ ଦିନରେ ଏହାକୁ ଏକ ଦେଶର ଏକ ନମ୍ବର ପୋର୍ଟ କରିବାକୁ ବନ୍ଧର ଅଧକ୍ଷ ଲକ୍ଷ୍ୟ ରଖିଛନ୍ତି। 


ଆସନ୍ତା ୨୦୨୫ ମସିହା ସୁଦ୍ଧା ପାରାଦ୍ଵୀପ ବନ୍ଦର ବାର୍ଷିକ ୩୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ବିଶିଷ୍ଟ ବନ୍ଦର ହେବାକୁ ଯାଉଛି। ଭାରତର ସବୁଠାରୁ ବଡ଼ ଏବଂ ଦେଶର ୧ ନମ୍ବର ମେଜର ପୋର୍ଟ ହେବ ପାରାଦ୍ଵୀପ ବନ୍ଦର। ଗତି ଶକ୍ତି ପ୍ରୋଜେକ୍ଟ ମାଧ୍ୟମରେ ବନ୍ଦରକୁ ସଡ଼କ ଓ ଜଳପଥ ଦ୍ବାରା ପଣ୍ୟ କାରବାର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥି ସହିତ ପାରାଦ୍ଵୀପ ବନ୍ଦରକୁ ଗ୍ରୀନ ବନ୍ଦର ଭାବେ ଗଢ଼ିବା ପାଇଁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ ହୋଇଛି। ପାରାଦ୍ଵୀପ ବନ୍ଦର ପକ୍ଷରୁ ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ପ୍ରକାଶ କରିଛନ୍ତି। ଏହି ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବରେ ବହୁ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ଐତିହାସିକ ପରମ୍ପରାକୁ ଉପଭୋଗ କରିଥିଲେ।


ଏହି ବୋଇତ ବନ୍ଦାଣ ତଥା ବନ୍ଦର ଦିବସ ଅବସରରେ ପାରାଦୀପ ବନ୍ଦର ଅଧକ୍ଷ ସମସ୍ତ କର୍ମଚାରୀ ତଥା ବନ୍ଦର ସହିତ ଜଡିତ ଥିବା ଜନ ସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।