Barang-1999: ରିଲିଜ୍ ପୂବରୁ ବିବାଦରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ-୧୯୯୯’ (Barang-1999)। ଓଡିଶାର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର (Anjana Mishra)ଙ୍କ ଘଟଣାକୁ ନେଇ ଏହି ସିନେମା (Film) ପ୍ରସ୍ତୁତ ହେଉଥିବା ଗଣମାଧ୍ୟମ (Media)ରେ ଆସିବା ପରେ ଦେଖାଯାଇଛି ବିବାଦ। ଚଳଚ୍ଚିତ୍ରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଅଞ୍ଜନା ମିଶ୍ର। ସେ କହିଛନ୍ତି, ମୋର ଅନୁମତି ବିନା ବା ମତେ କିଛି ଜଣାନଥିବା ବେଳେ ମୋ ଉପରେ  କିଭଳି ଚଳଚ୍ଚିତ୍ର ନିର୍ମାଣ ହେଉଛି? ମୋ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ଖବର ମତେ ବ୍ୟଥିତ କରିଛି। ତେଣୁ ମତେ ନେଇ ଏଭଳି  ଚଳଚ୍ଚିତ୍ର ନିର୍ମାଣ କରାନଯାଉ ବୋଲି ସିଧାସଳଖ ମନା କରିଛନ୍ତି। ଏପରିକି ତାଙ୍କୁ ଜଣାଇଲେ ମଧ୍ୟ ମୁଁ ମୋ କାହାଣୀକୁ ନେଇ କୌଣସି ଚଳଚ୍ଚିତ୍ର ପ୍ରସ୍ତୁତିର ସପକ୍ଷରେ ନାହିଁ। କାରଣ ଏଭଳି ହେଲେ ମୋର ସମ୍ମାନ ଓ ପୁରୁଣା କଥା ମନେ ପଡିବ। ଆଉ ମତେ ନେଇ ପୁଣି ଆଲୋଚନା ଓ  ସମାଲୋଚନା ଆରମ୍ଭ ହେବ । ତେଣୁ ମୁଁ ଏନେଇ କୌଣସି ସହମତ ପ୍ରକାଶ କରୁନାହିଁ। ଯେଉଁମାନେ ଏହା କରୁଛନ୍ତି ମୁଁ ସେମାନଙ୍କୁ ଜାଣିନାହିଁ। ତେଣୁ ତାଗିଦ ସହ ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଅଞ୍ଜନା ମିଶ୍ର। 


COMMERCIAL BREAK
SCROLL TO CONTINUE READING

ଏନେଇ ସିନେମାର ପ୍ରଯୋଜକ ଅକ୍ଷୟ ପରିଜା (Akshay Parija) କହିଛନ୍ତି ଯେ, ଆମେ ସବୁବେଳେ ଓଡିଶାର  ମୌଳିକ କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତି କରିଥାଉ। ଆଉ ଏହି ଚଳଚ୍ଚିତ୍ର ସେହିପରି ଏକ ମୌଳିକ କାହାଣୀ ଯେଉଁଥିରେ ଦର୍ଶକ ସମାଜର ସବୁ ବର୍ଗର ଲୋକଙ୍କ କାହାଣୀରେ ପାଇବେ। ଏଥିରେ ଆମେ କୌଣସି ରାଜନୈତିକ ଦଳ ବା ବ୍ୟକ୍ତବିଶେଷଙ୍କୁ ଆକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହେଁ, କି କାହାକୁ ସମାଲୋଚନା କରିନାହୁଁ କିମ୍ବା କାହାର ମର୍ଯ୍ୟାଦା ହାନି କରିନାହୁଁ। ବିଶେଷ ଭାବେ ଏଥିରେ ପୋଲିସ କୋର୍ଟ ବା ଆଇନର ଶକ୍ତି ଓ ସାଧାରଣ ଲୋକଙ୍କ ଆଇନ ଉପରେ ଥିବା ବିଶ୍ବାସ ବିଷୟରେ ଦର୍ଶାଯାଇଛି । ତେଣୁ ଲୋକମାନେ ଏହାକୁ ଦେଖନ୍ତୁ ତାପରେ ପ୍ରତିକ୍ରିୟା ରଖିବେ ଆଉ ବିରୋଧ ବା ସମାଲୋଚନା କରିବେ। ଏହା ଏକ ସାଧାରଣ କାହାଣୀ କିଛି ସତ ଆଉ କିଛି କାଳ୍ପନିକକୁ ନେଇ ପ୍ରସ୍ତୁତ ହୋଇଛି। 
ଅକ୍ଷୟ ପରିଜା ଆହୁରି କହିଛନ୍ତି, ମୁଁ ଅଞ୍ଜନା ମାଡାମଙ୍କୁ ଅନୁରୋଧ କରୁଛି ଆଉ ନମସ୍କାର କରୁଛି ସେ ଧର୍ଯ୍ୟ ଧରନ୍ତୁ ଆଉ ସିନେମା ରିଲିଜ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। କଣ ରହିଛି ଏହି ଚଳଚ୍ଚିତ୍ରରେ ଆଉ କାହା ଉପରେ ଏହି ଚରିତ୍ର ସେ ଜାଣିପାରିବେ। ଏହାସହ ଗଣମାଧ୍ୟମର ଆଲୋଚନା ଓ ଆକଳନ ମୁତାବକ ଖବର ଉପରେ ବିଶ୍ବାସ ନକରି ଫିଲ୍ମର ରିଲିଜକୁ ଦେଖନ୍ତୁ। ଏହା ତାଙ୍କୁ ଓ ସବୁ ଦର୍ଶକଙ୍କୁ ମୋର ଆଶା କି ବେଶ ଭଲ ଲାଗିବ। ତେବେ ୱେବ୍‌ସିରିଜ ‘ବାରଙ୍ଗ-୧୯୯୯’ ଟି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ନିର୍ମାଣ କରାଯାଉଥିବା କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମର ସହ ପ୍ରଯୋଜକ ନିଜେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। 


କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଏହା ପ୍ରସାରିତ ହେବ। ମୋଟ ୬ଟି ଏପିସୋଡରେ ପୂରା ଘଟଣା ପ୍ରସ୍ତୁତ କରାଯିବ। ଏନେଇ ଏବେବି କଳାକାରଙ୍କ ଚୟନ ଚାଲିଛି ବୋଲି ଅକ୍ଷୟ ପରିଜା କହିଛନ୍ତି। ଅନ୍ଯପଟେ ଏଥିରେ ଉଭୟ ବଲିଉଡ ଓ ଓଲିଉଡର ଆଗଧାଡ଼ିର କଳାକାର ଅଭିନୟ କରୁଥିବା ମଧ୍ୟ ଆଲୋଚନା ହେଉଛି।  ସୂଚନା ମୁତାବକ ଥାନା ଓ ଅଦାଲତରୁ ମିଳିଥିବା ତଥ୍ୟ ଆଧାରରେ ଏହି ୱେବ୍‌ ସିରିଜ ପ୍ରସ୍ତୁତ ହୋଇଛି । ଅଞ୍ଜନା ମିଶ୍ରଙ୍କ ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିଛି। ଏହାପରେ ଉକ୍ତ ଘଟଣାକୁ ନେଇ ଆରମ୍ଭ ହୋଇଛି ୱେବ୍‌ ସିରିଜ୍‌। ଯାହା ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଅଞ୍ଜନା ମିଶ୍ରଙ୍କ ଘଟଣା ଘଟିବା ପରଠାରୁ ସେ ଜାରି ରଖିଥିବା ସଂଘର୍ଷ ସହିତ ଉକ୍ତ ସମୟର ରାଜନୈତିକ ଉଷ୍ମତା ଓ ରାଜ୍ୟ ରାଜନୀତି ସ୍ଥିତି, ଜନସାଧାରଣଙ୍କ ପ୍ରତିକ୍ରିୟା ପ୍ରଭୃତି ସ୍ଥାନ ଦିଆଯାଇଛି ବୋଲି ମଧ ଚର୍ଚ୍ଚା ହେଉଛି । ସିରିଜର ନିର୍ଦ୍ଦେଶକ ଅଜୟ ପାଢ଼ୀ, କାହାଣୀ ରଚନା ସରୋଜ ମହାପାତ୍ର କରିଥିବା ବେଳେ ପରିକଳ୍ପନା କରିଛନ୍ତି ଦିଲୀପ ବିଶୋଇ।