ଭୁବନେଶ୍ୱର: CoronaVirus in Odisha: ଦେଶରେ କୋରୋନା ଭୂତାଣୁ ମାମଲାରେ ସାମାନ୍ୟ ହ୍ରାସ ଦେଖାଦେଇଛି । ତଥାପି କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ରେକର୍ଡ କରାଯାଉଛି । ଏହା ସହ ଓଡ଼ିଶାରେ ମଧ୍ୟ କୋରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।  ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ରବିବାର ରାଜ୍ୟରେ ପୁଣି ୧୧,୬୨୭ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି ।  ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୫,୮୯,୬୧୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋହଲିଙ୍କ ଯୋଗୁଁ ହୋଇଥିଲା ରୋହିତଙ୍କ ବ୍ରେକଅପ୍, ଦେଖନ୍ତୁ ହିଟମ୍ୟାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଫଟୋ




ଅଧିକ ପଢ଼ନ୍ତୁ:-ଗୋଟିଏରୁ ଏଯାଏଁ ମିଳିନାହିଁ ମୁକ୍ତି, ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ…


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬,୯୨,୩୮୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୪୮୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୫,୭୭,୯୮୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧,୧୧,୮୬୨ ସକ୍ରିୟ ସଂକ୍ରମିତ ମାମଲା ରହିଛି ।