Advertisement
photoDetails0hindi

ଗୋଟିଏରୁ ଏଯାଏଁ ମିଳିନାହିଁ ମୁକ୍ତି, ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ…

ଆଓୱା ବିଶ୍ୱବିଦ୍ୟାଳୟର ଭାଇରୋଲୋଜିଷ୍ଟ ଷ୍ଟାନଲି ପର୍ଲମାନ (Iowa virologist Stanley Pearlman) ତାଙ୍କ ଅଧ୍ୟୟନରେ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ମାଲେସିଆର ୮ ଜଣ ପିଲା ନିମୋନିଆରେ ପୀଡିତ ଥିଲେ । ଯେତେବେଳେ ହସ୍ପିଟାଲ ତରଫରୁ ସେମାନଙ୍କ ନମୁନା ଯାଞ୍ଚ କରାଯାଇଥିଲା ତ ଜଣାପଡ଼ିଥିଲା ଯେ ସେମାନେ ଏକ ନୂଆ କୋରୋନା ଭୂତାଣୁରେ ସଂକ୍ରମିତ ଥିଲେ, ଯାହା କୁକୁରମାନଙ୍କଠାରେ ମିଳିଥାଏ । 

1/8

ନୂଆଦିଲ୍ଲୀ: ଭାରତ ସମେତ ସାରା ଦୁନିଆରେ କୋରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର (Second Wave of Coronavirus) ତାଣ୍ଡବ କରୁଛି । ଏହି ମହାମାରୀ (Epidemic) ର ଶିକାର ହୋଇ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଏହି ସମୟ ମଧ୍ୟରେ ବୈଜ୍ଞାନିକମାନେ ଏପରି ଏକ ବୟାନ ଦେଇଛନ୍ତି, ଯାହା ଶୁଣିବା ପରେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଲୋକମାନେ କୋରୋନାର ଆଉ ଦୁଇଟି ଭୂତାଣୁ (Virus) ଦ୍ୱାରା ସଂକ୍ରମିତ ହୋଇପାରନ୍ତି ।

କୁକୁରରୁ ମଣିଷକୁ ଟ୍ରାନ୍ସଫର ହୋଇଛି ଏହି ଭୂତାଣୁ

2/8
କୁକୁରରୁ ମଣିଷକୁ ଟ୍ରାନ୍ସଫର ହୋଇଛି ଏହି ଭୂତାଣୁ

ଆଓୱା ବିଶ୍ୱବିଦ୍ୟାଳୟର ଭାଇରୋଲୋଜିଷ୍ଟ ଷ୍ଟାନଲି ପର୍ଲମାନ (Iowa virologist Stanley Pearlman) ତାଙ୍କ ଅଧ୍ୟୟନରେ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ମାଲେସିଆର ୮ ଜଣ ପିଲା ନିମୋନିଆରେ ପୀଡିତ ଥିଲେ । ଯେତେବେଳେ ହସ୍ପିଟାଲ ତରଫରୁ ସେମାନଙ୍କ ନମୁନା ଯାଞ୍ଚ କରାଯାଇଥିଲା ତ ଜଣାପଡ଼ିଥିଲା ଯେ ସେମାନେ ଏକ ନୂଆ କୋରୋନା ଭୂତାଣୁରେ ସଂକ୍ରମିତ ଥିଲେ, ଯାହା କୁକୁରମାନଙ୍କଠାରେ ମିଳିଥାଏ । ଏହି ବିଷୟଟି ପୁରୁଣା ହୋଇପାରେ, କିନ୍ତୁ ଏହା ବୈଶ୍ୱିକ ସ୍ତରରେ ଲୋକଙ୍କ ପାଇଁ ବିପଦ ହୋଇ ରହିଛି ।

ମଣିଷର ଜିନୋମ ଯାଞ୍ଚରେ ମିଳିଛି ୪ଟି ଭୂତାଣୁ

3/8
ମଣିଷର ଜିନୋମ ଯାଞ୍ଚରେ ମିଳିଛି ୪ଟି ଭୂତାଣୁ

ବୈଜ୍ଞାନିକମାନଙ୍କ ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଯେ ଏହି ଭୂତାଣୁ ଯେକୌଣସି ମଣିଷ କିମ୍ବା ଜୀବରେ ନିଜକୁ ପରିବର୍ତ୍ତନ କରିବାର କ୍ଷମତା ରଖିଥାଏ । ଏ ବିଷୟରେ ଅଧିକ ଜାଣିବା ପାଇଁ ଯେତେବେଳେ ବୈଜ୍ଞାନିକମାନେ ମାଲେସିଆର ଜଣେ ରୋଗୀଙ୍କଠାରୁ ମିଳିଥିବା କୋରୋନା ଭାଇରସର ଜେନୋମ ସିକ୍ୱେଂସିଙ୍ଗର ଯାଞ୍ଚ କଲେ ତ ଏହା ଦେଖିବାକୁ ମିଳିଥିଲା ​​ଯେ ଏଠାରେ ୪ଟି କୋରୋନା ଭାଇରସ୍ ଅଛି । ଏଥିମଧ୍ୟରୁ ଦୁଇଟି କୁକୁରମାନଙ୍କଠାରେ ଦେଖିବାକୁ ମିଳେ । ତୃତୀୟଟି ବିଲେଇରେ ଏବଂ ଚତୁର୍ଥଟି ଘୁଷୁରିରେ ମିଳିାଏ । ଏ ପର୍ଯ୍ୟନ୍ତ ଅନେକ ଗଣମାଧ୍ୟମର ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଦ୍ୱିତୀୟ ଲହରରେ ଆଖି ବୁଜିଲେ ୪୨୦ ଡାକ୍ତର, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

ଦୁଇଟି ନୂତନ କୋରୋନା ଭୂତାଣୁର ନାମ କ’ଣ?

4/8
ଦୁଇଟି ନୂତନ କୋରୋନା ଭୂତାଣୁର ନାମ କ’ଣ?

ତେବେ କୋରୋନା ଭୂତାଣୁ କିପରି ଗୋଟିଏ ପ୍ରଜାତି ବା ଜୀବରୁ ଅନ୍ୟ ପ୍ରଜାତିର ଜୀବରେ ପ୍ରବେଶ କରୁଛନ୍ତି ତାହାର ଅନୁସନ୍ଧାନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । କିନ୍ତୁ ବୈଜ୍ଞାନିକମାନେ ଯେଉଁ କାନିନେଲିକ୍ କୋରୋନା ଭାଇରସ (Caninelike Coronavirus) ଏବଂ ଫେଲାଇନ୍ କୋରୋନା ଭାଇରସ (Feline Coronavirus) ଆବିଷ୍କାର କରିଛନ୍ତି, ଯେଉଁଥିରେ ଲୋକଙ୍କର ସଂକ୍ରମଣର ଖବର ତ ଆସିଛି, କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପୁଛି କି ନାହିଁ ବୈଜ୍ଞାନିକମାନେ ଏହାର ପୃଷ୍ଟି କରିପାରି ନାହାଁନ୍ତି ।

ରିପ୍ଲିକେଟ କରିପାରେ କୁକୁରରେ ଥିବା କୋରୋନା ଭୂତାଣୁ

5/8
ରିପ୍ଲିକେଟ କରିପାରେ କୁକୁରରେ ଥିବା କୋରୋନା ଭୂତାଣୁ

ପ୍ରଥମ ରିପୋର୍ଟରେ ଗବେଷକ ଓ ଓହିଓ ଷ୍ଟେଟ୍ ୟୁନିଭର୍ସିଟି ୱୁଷ୍ଟରର ପଶୁ ଚିକିତ୍ସକ ଆନାସ୍ତାସିୟା ଭ୍ଲାସୋଭା କହିଛନ୍ତି ଯେ, କୁକୁର ଭିତରେ ମିଳିଥିବା କୋରୋନା ଭାଇରସ୍ ମନୁଷ୍ୟରେ ରିପ୍ଲିକିଟ୍ ବୃଦ୍ଧି କରିପାରେ । ଆମେମାନେ ଏହି ଭୂତାଣୁକୁ କୁକୁରମାନଙ୍କର ଟ୍ୟୁମର କୋଷରେ ବିକଶିତ କରିଛୁ ।

ଅଧିକ ପଢ଼ନ୍ତୁ:-୧.୫ କୋଟି ୱର୍କର୍ସଙ୍କ ପାଇଁ ବହୁତ ବଡ଼ ଖୁସି ଖବର

ଦୁନିଆର ସବୁ ସ୍ଥାନରେ ରହିଛି କୁକୁର ଏବଂ ବିଲେଇମାନଙ୍କଠାରେ ମିଳୁଥିବା ଏହି ଭୂତାଣୁ

6/8
ଦୁନିଆର ସବୁ ସ୍ଥାନରେ ରହିଛି କୁକୁର ଏବଂ ବିଲେଇମାନଙ୍କଠାରେ ମିଳୁଥିବା ଏହି ଭୂତାଣୁ

ଷ୍ଟାନଲେ କହିଛନ୍ତି, "କୁକୁର ଓ ବିଲେଇମାନଙ୍କଠାରେ ମିଳୁଥିବା କୋରୋନା ଭୂତାଣୁ ଦୁନିଆର ସବୁଆଡେ ରହିଛି । ମାଲେସିଆରେ ଶିଶୁଙ୍କଠାରେ ଯେଉଁ କୋରୋନା ଭୂତାଣୁ ମିଳିଥିଲା ତାହା କୁକୁରମାନଙ୍କ ସହିତ ମଧ୍ୟ ଜଡିତ ଥିଲା । ସେମାନଙ୍କର ସ୍ପାଇକ୍ ପ୍ରୋଟିନ୍ କେନାଇନ୍ କୋରୋନା ଭୂତାଣୁ ଟାଇପ୍ 1 ସହିତ ସମାନ ଥିଲା । ଏଥିସହିତ ଦ୍ୱିତୀୟ ସ୍ପାଇକ୍ ପ୍ରୋଟିନ୍ ପର୍ସିନ୍ କୋରୋନା ଭୂତାଣୁ ସହିତ ମିଳିଥିଲା । ଏହାକୁ ଟ୍ରାନ୍ସମିସେବଲ୍ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଭୂତାଣୁ ବା TGEV କୁହାଯାଏ । ଏହା ବିଲେଇମାନଙ୍କର ସ୍ପାଇକ୍ ପ୍ରୋଟିନର ୯୭ ପ୍ରତିଶତ ସହିତ ମେଳ ଖାଉଛି ।"

ଏକାସାଙ୍ଗରେ ହୋଇ ନଥିଲା କୋରୋନା ଭୂତାଣୁର ଜନ୍ମ

7/8
ଏକାସାଙ୍ଗରେ ହୋଇ ନଥିଲା କୋରୋନା ଭୂତାଣୁର ଜନ୍ମ

ଏଥି ସହିତ ଟେକ୍ସେସର ଜଣେ ବୈଜ୍ଞାନିକ କହିଥିଲେ ଯେ, ଏହି ସମସ୍ତ କୋରୋନା ଭୂତାଣୁର ଜନ୍ମ ଏକାସାଙ୍ଗରେ ହୋଇ ନଥିଲା । ଏହା ଧୀରେ ଧୀରେ ଗୋଟିଏ ଜୀବରୁ ଅନ୍ୟ ଜୀବକୁ ବ୍ୟାପିଛି ଏବଂ ମ୍ୟୁଟେସନ୍ ଜାରି ରଖିଛି । ଏଥିପ୍ରତି କେହି ଧ୍ୟାନ ଦେଇନଥିଲେ, ଯେଉଁ କାରଣରୁ ଭୂତାଣୁ ଶୀଘ୍ର ବ୍ୟାପିଛି ।

ଅଧିକ ପଢ଼ନ୍ତୁ:-ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

8/8

ଏଠାରେ କହି ରଖୁଛୁ ଯେ, ଯେଉଁ ୮ ଜଣ ଶିଶୁଙ୍କ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୭ ଜଣ ଶିଶୁ ୫ ବର୍ଷରୁ କମ୍ ବୟସର ଥିଲେ । ଯେତେବେଳେ କି ୪ ଜଣ ନବଜାତ ଥିଲେ । ଏହି ସମସ୍ତ ପିଲାମାନେ ୪ରୁ ୭ ଦିନ ହସ୍ପିଟାଲରେ ଥିଲେ, ଏହା ପରେ ସେମାନେ ସୁସ୍ଥ ହୋଇ ନିଜ ଘରକୁ ଯାଇଥିଲେ । ବୈଜ୍ଞାନିକମାନେ କୋରୋନା ଭୂତାଣୁକୁ ଚାରୋଟି ଜେନେରାରେ ବିଭକ୍ତ କରନ୍ତି - ଆଲଫା, ବିଟା, ଗାମା ଏବଂ ଡେଲଟା । ନୂତନକୁ ଆଲଫା କୁହାଯାଏ । ଏହା ହେଉଛି ତୃତୀୟ ଆଲଫା ଭୂତାଣୁ ଯାହା ମଣିଷକୁ ସଂକ୍ରମିତ କରୁଛି । ଅବଶିଷ୍ଟ ଦୁଇଟି ଆଲଫା କୋରୋନା ଭୂତାଣୁ ସାଧାରଣତଃ ଥଣ୍ଡା ପାଇଁ ଦାୟୀ ଅଟନ୍ତି ।