ଭୁବନେଶ୍ୱର: CoronaVirus in Odisha: ରାଜ୍ୟରେ ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ସୋମବାର ରାଜ୍ୟରେ ପୁଣି ୪୦୧୪ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୭୭,୫୮୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ରାଫେଲ ଚୁକ୍ତିକୁ ନେଇ ଅଡୁଆରେ ମୋଦି ସରକାର, CAG କଲା ଏହି ଖୁଲାସା


ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୪୫ ଜଣ, କଟକରୁ ୪୦୪ ଜଣ, ପୁରୀରୁ ୨୯୮ ଜଣ, ଜଗତସିଂହପୁରରୁ ୨୧୨ ଜଣ, ଯାଜପୁରରୁ ୧୬୭ ଜଣ, ମୟୂରଭଞ୍ଜରୁ ୧୫୯ ଜଣ, ସମ୍ୱଲପୁରରୁ ୧୫୭ ଜଣ, ଅନୁଗୋଳରୁ ୧୪୩ ଜଣ, ବାଲେଶ୍ୱରରୁ ୧୩୧ ଜଣ, କନ୍ଧମାଳରୁ ୧୩୦ ଜଣ, ଝାରସୁଗୁଡାରୁ ୧୨୪ ଜଣ, କେନ୍ଦ୍ରାପଡ଼ାରୁ ୧୧୯ ଜଣ, ବରଗଡ଼ରୁ ୧୧୩ ଜଣ, ବୌଦ୍ଧରୁ ୧୧୩ ଜଣ, କଳାହାଣ୍ଡିରୁ ୯୦ ଜଣ, ଢେଙ୍କାନାଳରୁ ୮୬ ଜଣ, ନବରଙ୍ଗପୁରରୁ ୮୬ ଜଣ, କୋରାପୁଟରୁ ୮୧ ଜଣ, ନୂଆପଡ଼ାରୁ ୮୦ ଜଣ, ସୁବର୍ଣ୍ଣପୁରରୁ ୭୮ ଜଣ, ବଲାଙ୍ଗୀରରୁ ୭୫ ଜଣ, ଭଦ୍ରକରୁ ୭୩ ଜଣ, କେନ୍ଦୁଝରରୁ ୭୩ ଜଣ, ସୁନ୍ଦରଗଡ଼ରୁ ୬୮ ଜଣ, ମାଲକାନଗିରିରୁ ୫୩ ଜଣ, ନୟାଗଡ଼ରୁ ୪୨ ଜଣ, ଗଞ୍ଜାମରୁ ୪୧ ଜଣ, ରାୟଗଡ଼ରୁ ୪୧ ଜଣ, ଗଜପତିରୁ ୩୧ ଜଣ, ଦେଓଗଡ଼ରୁ ୧୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୮୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।




ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୧୨,୬୦୯ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୮୧୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୭୩,୫୭୧ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ  ୩୮,୧୭୨ ସକ୍ରିୟ ସଂକ୍ରମିତ ମାମଲା ରହିଛି ।