ଭୁବନେଶ୍ୱର: CoronaVirus in Odisha: ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଶନିବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୪,୭୬୧ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୭୦,୧୯୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୭୩ ଜଣ, କଟକରୁ ୪୧୧ ଜଣ, ମୟୂରଭଞ୍ଜରୁ ୨୧୬ ଜଣ, ସୁନ୍ଦରଗଡ଼ରୁ ୧୬୭ ଜଣ, ଯାଜପୁରରୁ ୧୪୨ ଜଣ, ବରଗଡ଼ରୁ ୧୪୧ ଜଣ, ବାଲେଶ୍ୱରରୁ ୧୩୭ ଜଣ, ନବରଙ୍ଗପୁରରୁ ୧୧୪ ଜଣ, ପୁରୀରୁ ୧୦୯ ଜଣ, ଜଗତସିଂହପୁରରୁ ୧୦୩ ଜଣ, ସୁବର୍ଣ୍ଣପୁରରୁ ୧୦୩ ଜଣ, କୋରାପୁଟରୁ ୧୦୨ ଜଣ, ଅନୁଗୋଳରୁ ୧୦୧ ଜଣ, ଢେଙ୍କାନାଳରୁ ୯୮ ଜଣ, କଳାହାଣ୍ଡିରୁ ୯୭ ଜଣ, ଝାରସୁଗୁଡ଼ାରୁ ୯୨ ଜଣ, ସମ୍ୱଲପୁରରୁ ୯୧ ଜଣ, କେନ୍ଦୁଝରରୁ ୯୦ ଜଣ, କନ୍ଧମାଳରୁ ୮୯ ଜଣ, କେନ୍ଦ୍ରାପଡ଼ାରୁ ୮୯ ଜଣ, ଭଦ୍ରକରୁ ୮୬ ଜଣ, ମାଲକାନଗିରିରୁ ୬୬ ଜଣ, ବଲାଙ୍ଗୀରରୁ ୬୫ ଜଣ, ବୌଦ୍ଧରୁ ୬୧ ଜଣ, ଗଞ୍ଜାମରୁ ୫୬ ଜଣ, ନୂଆପଡ଼ାରୁ ୫୩ ଜଣ, ରାୟଗଡ଼ାରୁ ୫୧ ଜଣ, ନୟାଗଡରୁ ୪୨ ଜଣ, ଦେଓଗଡ଼ରୁ ୧୬ ଜଣ, ଗଜପତିରୁ ୧୩ ଜଣ ଏବଂ ଷ୍ଟେଟ୍ ପୁଲରୁ ୫୮୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 




ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୦୫,୪୫୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୮୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୬୫,୪୩୨ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୯,୧୮୪ ସକ୍ରିୟ ସଂକ୍ରମିତ ମାମଲା ରହିଛି ।