Road Accident: ଫ୍ଲାଏଓଭର ବ୍ରିଜ୍ ରୁ ଖସିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ଆଖି ବୁଝିଲେ...
Advertisement
Article Detail0/zeeodisha/odisha2255768

Road Accident: ଫ୍ଲାଏଓଭର ବ୍ରିଜ୍ ରୁ ଖସିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ଆଖି ବୁଝିଲେ...

Road Accident:   ଛାତିଥରା ଦୁର୍ଘଟଣା । ଫ୍ଲାଏଓଭର ବ୍ରିଜ୍ ରୁ ଖସି ପଡିଲା ଏକ ଯାତ୍ରୀବାହୀ ବସ୍ ।  ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେ, ବସ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Road Accident: ଫ୍ଲାଏଓଭର ବ୍ରିଜ୍ ରୁ ଖସିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ଆଖି ବୁଝିଲେ...

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ । ସୋମବାର ସକାଳେ ଘଟି ଯାଇଛି ଏକ ଛାତିଥରା ଦୁର୍ଘଟଣା। ଫ୍ଲାଏଓଭର ବ୍ରିଜ୍ ରୁ ଖସି ପଡିଲା ଏକ ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶର ବରେଲିରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ମେରଟ ନିବାସୀ ପ୍ରେମ କିଶନଙ୍କ ମୃତ୍ୟୁ ଘଟିଛି।

Also Read: Road Accident: ୨ଟି କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ଛାତ୍ର ମୃତ

ସୂଚନା ଅନୁସାରେ, ସୋମବାର ଭୋର୍ ସମୟରେ ଏକ ଯାତ୍ରୀବାହୀ ବସ୍ ଟି ଦିଲ୍ଲୀରୁ ଫେରୁଥିବା ସମୟରେ ନିୟନ୍ତ୍ରଣ ହରାଇ ଫତେହଗଞ୍ଜ ନିକଟରେ ଏକ ଫ୍ଲାଏ ଓଭରବ୍ରିଜରୁ ଖସି ପଡି଼ଥିଲା। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା  ଏବଂ ୨୪ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଂଚି ବସ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ଏବଂ ମୃତଦେହଟିକୁ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇଥିଲା। ତେବେ, ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେ, ବସ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି । ସେପଟେ ମେଡିକାଲରେ ଜିଲ୍ଲାପାଳ ଓ ଏଏସପି ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ତେବେ, ବସଟିରେ ପାଖାପାଖି ୩୦ ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି। 

ନିକଟରେ, ଏଭଳି ଏକ ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଥିଲା ହରିୟାଣାର ନୁହରେ । ଏକ ଚଳନ୍ତା ବସ୍ ରେ ନିଆଁ ଲାଗିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ୨୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି।  ସୂଚନା ଅନୁସାରେ, ଏକ ଟୁରିଷ୍ଟ ବସରେ ୬୦ ଜଣ ଯାତ୍ରୀ ବୃନ୍ଦାବନରୁ ଦର୍ଶନ ସାରି ପଞ୍ଜାବ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ବସଟି ହରିୟାଣାର ନୁହ ଜିଲ୍ଲାରେ କୁଣ୍ତଲୀ ମାନେସର ପଲଓ୍ବାର ଏକ୍ସପ୍ରେସ୍ ଓ୍ବେରେ ପହଞ୍ଚିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। କ୍ଷଣିକ ମଧ୍ୟରେ ବସଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଫଳରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏବଂ ୨୪ ଜଣ ପୋଡି ଗୁରୁତର ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବଂ ଜଳୁଥିବା ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଏବଂ ମୃତଦେହ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଯାଇଛି। ତେବେ, କେଉଁ ପରିସ୍ଥିତିରେ ବସ୍ ରେ ନିଆଁ ଲାଗିଲା ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବସରେ ଥିବା ସମସ୍ତ ଯାତ୍ରୀଙ୍କ ସଂଖ୍ୟା ୬୦ ହେବ। ଏବଂ ସମସ୍ତଙ୍କ ଘର  ପଞ୍ଜାବରେ ହୋଇଥିବା ଜଣାପଡିଛି।