ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କୋରୋନା (corona) ସଂକ୍ରମଣ ବୃଦ୍ଧି ପାଇବା ସହ ଜୀବନହାନୀ ମଧ୍ୟ ଘଟୁଛି l ଗତ କିଛି ଦିନ ତଳେ କନ୍ଧମାଳ (Kandhamala) ଜିଲ୍ଲା ଦୌରାଜଜ ଅଦାଲତରେ ମଧ୍ୟ କିଛି କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି l ଗତ କିଛି ଦିନ ତଳେ ଜିଲ୍ଲା କୋର୍ଟର ଜଣେ ବରିଷ୍ଠ କିରାଣୀ କୋରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ l 


COMMERCIAL BREAK
SCROLL TO CONTINUE READING

ଗତ ଗୁରୁବାର ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଯାଇଛି l ଫୁଲବାଣୀ (Phulbani)ର ଜିଲ୍ଲା କୋର୍ଟର ଅନ୍ୟ କର୍ମଚାରୀମାନେ ମୃତ କିରାଣୀଙ୍କ ସଂସ୍ପର୍ଶରେ ଆସିଥିବେ ଏହାକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଫୁଲବାଣୀ ବାର ଆସୋସିଏସନ (Bar Assosiation) ପକ୍ଷରୁ ସେପ୍ଟେମ୍ବର ୨ ତାରିଖର ପର୍ଯ୍ୟନ୍ତ ୭ ଦିନ କୋର୍ଟକୁ ବନ୍ଦ ରଖିବା ପାଇଁ ଏକ ଲିଖିତ ଭାବେ ଅନୁରୋଧ କରିଛନ୍ତି l ଆଉ କୋରୋନା ସଂକ୍ରମଣ ରୋକ ଲଗାଇବା ପାଇଁ ୭ ଦିନ ପାଇଁ କୋର୍ଟର କାର୍ଯ୍ୟକୁ ବନ୍ଦ ରଖାଯିବ ବୋଲି କହିଛନ୍ତି ଫୁଲବାଣୀ ବାର ଆସୋସିଏସନର ସମ୍ପାଦକ l