ପ୍ରେମାନନ୍ଦ ପୂଜାରୀ, ଗଜପତି: ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ, ପ୍ରତି ଘର ଘରକୁ ଜଳ ଯୋଗାଣ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ପାଣି ଭଳି ପାଣି ପାଇଁ ଖର୍ଚ୍ଚ କରିଆସୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବ ହୀନତା ଓ ଖାମଖିଆଲି କାର୍ଯ୍ୟ ଯୋଗୁଁ ଗଜପତି ଜିଲ୍ଲା ମୋହନା ସହରରେ ବର୍ଷ ବର୍ଷ ଧରି ପାନୀୟ ଜଳର ସମସ୍ୟା ଲାଗିରହିଛି। ଫଳରେ ପାଣି ଟୋପାଏ ପାଇଁ ନିତି ରାତି ପାଇଲେ ଲୋକେ ଡହଳ ବିକଳ ହେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଗଜପତି (Gajapati) ଜିଲ୍ଲା ମୋହନାରେ ଜଳ ଅଭାବର ଉତ୍କଟ (Water Crisis) ପରିସ୍ଥିତି ଦେଖାଦେଇଛି। ସହର ଚତୁର୍ପାଶ୍ବ ହରଭଙ୍ଗୀ ନଦୀ ଘେରି ରହିଛି। ତଥାପି ଉପଯୁକ୍ତ ବ୍ୟବସ୍ଥାର ଅଭାବ ହେତୁ ସହରକୁ ଜଳ ଯୋଗାଣ ସଠିକ ଭାବେ ହୋଇପାରୁନାହିଁ। ମୋହନାର ୧୭ଟି ଓାର୍ଡରେ ୧୦ ହଜାରରୁ ଅଧିକ ଲୋକେ ବାସକରୁଛନ୍ତି। ୨୦୧୫ ମସିହାରେ ସ୍ବଜଳ ଧାରା ଯୋଜନାରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ପଞ୍ଚାୟତ ଅଧିନରେ ମାଁ ମହାଲକ୍ଷ୍ମୀ ମହିଳା ସଂଘ (SHG) ଏହାର ପରିଚାଳନା କରୁଛନ୍ତି। 


Also Read: ରାଜ୍ୟରେ ୧୪ ଦିନିଆ ଲକଡାଉନ୍


ପରିଚାଳନାଗତ ଦକ୍ଷତା ଅଭାବରୁ ମୋହନା (Mohana) ରେ ଜଳ ସଙ୍କଟ ଘନେଇବାରେ ଲାଗିଛି। ପାଇପଲାଇନରେ ପାଣି ଆସୁନଥିବା ବେଳେ ନଳକୁପ ମଧ୍ୟ ଶୁଖିଗଲାଣି। ଦୈନିକ ପାଣି ସଠିକ ନମିଳିବା ଯୋଗୁଁ ନଦୀ ଓ ନଳକୁପ ଉପରେ ଲୋକେ ଭରସା କରୁଛନ୍ତି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗିରହିଥିବା ବେଳେ ସ୍ଥାନୀୟ ସରପଞ୍ଚ ଠାରୁ BDOଙ୍କୁ ଗୁହାରୀ ଜଣାଇ ଆସୁଥିବା ବେଳେ ପ୍ରତିଶୃତି ଛଡା କିଛି ମିଳୁନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରୁଛନ୍ତି।



ଜଳ ଯୋଗାଣ (water supply) ସଠିକ ହେଉନଥିବା ନେଇ ଠିକା ନେଇଥିବା ମାଁ ମହାଲକ୍ଷ୍ମୀ ମହିଳା ସଂଘର ସଭାପତିଙ୍କୁ ପଚାରିବାରୁ, ପାଣି ଟ୍ୟାଙ୍କର ମରାମତି ସହ ଯନ୍ତ୍ରାଂଶ ପୁରୁଣା ହୋଇଥିବାରୁ ସମସ୍ୟା ହେଉଥିବା ପ୍ରକାଶ କରିଛନ୍ତି। ମୋହନା ସହରବାସୀଙ୍କ ପାଣି ସମସ୍ୟା ଦୂର କରିବା ପାଇଁ ପାଞ୍ଚ ବର୍ଷ ତଳେ ଲକ୍ଷ ଲକ୍ଷ ଟଂକା ବ୍ୟୟରେ ମୋହନା ହିଲଟପ କଲେଜ ପଛପଟେ ୧ ଲକ୍ଷ ଲିଟର କ୍ଷମାତା ବିଶିଷ୍ଟ ପାଣି ଟାଂକି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଅଧପନ୍ତାରିଆ ହୋଇ ପଡିରହିଛି। 


Also Read: କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବିରେ କଳା ଦିବସ ପାଳନ


ସମସ୍ୟା ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି। ସେପଟେ ତତ୍କାଳିନ ଭାରପ୍ରାପ୍ତ ମୋହନା ବିଡିଓ କଲ୍ୟାଣି ସଂଘମିତ୍ରାଦେବୀ କହିଛନ୍ତି ଯେ, ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସରିଛି। ଖୁବଶୀଘ୍ର ଜଳ ସମସ୍ୟା ଦୂର ହେବ।



ଗ୍ରୀଷ୍ମର ଉତ୍ତାପ ବଢିବା ସଙ୍ଗେ ସଙ୍ଗେ ମୋହନାବାସୀଙ୍କ ଜଳ କଷ୍ଟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବେଳ ଥାଉ ଥାଉ ବିଭାଗ ସମସ୍ୟାକୁ ଦୃଷ୍ଟି ରଖି ପଡିରହିଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରିଲେ ମୋହନାବାସୀ ପାଣି ପାଇପାରିବେ।