ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି।
Trending Photos
ଭୁବନେଶ୍ୱର: ପୁଣି ଥରେ ରାଜ୍ୟକୁ ଫେରିଲା ଲକଡାଉନ। ଚଳିତ ମଇ ମାସ ୦୫ ତାରିଖ ବୁଧବାର ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ଅବଧି ଶେଷ ପରେ ମଧ୍ୟ ପୂର୍ବ ପରି ସପ୍ତାହନ୍ତ ସଟଡାଉନ ଜାରି ରହିବ।
ନିଷ୍ପତି ବଦଳାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକଡାଇଉନ-ସଟଡାଉନ କରିବା ପ୍ରସଙ୍ଗକୁ ଏପ୍ରିଲ ୯ ତାରିଖରେ ମୁଖ୍ୟମନ୍ତ୍ରୀ ସମର୍ଥନ କରିନଥିଲେ। କିନ୍ତୁ ସପ୍ତାହେ ପୂର୍ବରୁ କହିଥିଲେ ଯେ, ଲୋକେ କୋରୋନା ନିୟମ ପାଳନ ନ କରିନ୍ତି ତେବେ ଲକଡାଉନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଥିଲେ। ଆଉ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।
Also Read: ପରିବାର ସହ ଲଣ୍ଡନକୁ ପଳାୟନ କଲେ ଆଦର ପୁନାୱାଲା, ଖୁବଶୀଘ୍ର ହେବ ବଡ ଘୋଷଣା
ଚଳିତ ମଇ ମାସ ୦୫ ତାରିଖ ବୁଧବାର ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ଲକଡାଉନ (LockDown) ରହିବ। ଏହି ସମୟରେ କେବଳ ଜରୁରୀ ସେବା (essentian service)ଜାରି ରହିବ। କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟାକୁ ହ୍ରାସ କରାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଯାତାୟତର ଅନୁମତି ରହିଛି। ପୂର୍ବପରି ସିନେମା ହଲ, ସୁଇମିଂ ପୁଲ ବନ୍ଦ ରହିବ। ସ୍ଥାନୀୟ ପ୍ରଶାସନକୁ ଲକଡାଉନ ପାଳନ କରାଇବାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି।
ଲକଡାଉନ ସମୟରେ ପିପିଲିରେ ଉପନିର୍ବାଚନ (Pipili By Poll) ବ। ତେଣୁ ପୁରୀରେ ଲକଡାଉନକୁ ସାମାନ୍ୟ କୋହଳ କରାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଅନୁମତି ମିଳିଥିବା ବେଳେ କୋରୋନା ନିୟମକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ଲକଡାଉନ ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ ବୋଲି ସରକାର କହିଛନ୍ତି।